ସମୁଦ୍ର କୂଳରୁ ମିଳିଲା ଡ଼ାଇନାସୋର ଭଳି ଦେଖା ଯାଉଥିବା ମାଛ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ…

Published By : Prameya-News7 Bureau | September 19, 2019 IST

ନୂଆଦିଲ୍ଲୀ୧୯|୯:ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବା ଲାଗି ଯାଇଥାନ୍ତି। ମାଛ ଧରିବା ବେଳେ ବିଭିନ୍ନ ଅଜବ ପ୍ରକାର ସରୀସୃପକୁ ସେମାନେ ଦେଖିଥାନ୍ତି। ଆସନ୍ତୁ ଏଭଳି ଏକ ଘଟଣା ସଂପର୍କରେ ଜାଣିବ। ୧୯ ବର୍ଷ ବୟସ୍କ ଜଣେ ଯୁବକ ସମୁଦ୍ର କୂଳରୁ ଏକ ଅଜବ ପ୍ରକାର ମାଛ ଧରିଛନ୍ତି। ଯାହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

{"id":159778}

ଓସ୍କର ନାମକ ଯୁବକ ନର୍ଡିକ ସି ଏଙ୍ଗାଲିଙ୍ଗ କମ୍ପାନୀରେ ଗାଇଡ୍ ଭାବେ କାର୍ଯ୍ୟ କରନ୍ତି। ସେ ବ୍ଲୁ ହ୍ୟାଲିବଟ୍ ମାଛ ଅନୁସନ୍ଧାନରେ ସମୁଦ୍ର ମଝିକୁ ଯାଇଥିଲେ। ହଠାତ୍ ସମୁଦ୍ର କୂଳରେ ସେ ଏକ ଅଜବ ପ୍ରକାର ମାଛ ଦେଖିଥିଲେ।ଏହି ମାଛକୁ ଦେଖିବା ପରେ ଓସ୍କର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

{"id":159779}

ଏହି ମାଛ ଶରୀରର ଆକୃତି ମଧ୍ୟ ଅଜବ ପ୍ରକାର ଥିଲା। ଫଟୋରେ ଥିବା ମାଛକୁ ଭଲକରି ଦେଖନ୍ତୁ, ଗୋଟିଏ ବଡ଼ ଲାଞ୍ଜ ଓ ଦୁଇଟି ବଡ଼ ବଡ଼ ଆଖି ରହିଛି। ଓସ୍କରଙ୍କ କହିବା ମୁତାବକ, ଧରା ଯାଇଥିବା ମାଛ ଡାଇନାସୋର ଭଳି ଦେଖାଯାଉଛି। ଏଭଳି ମାଛ ଆଜି ପର୍ଯ୍ୟନ୍ତ ସେ ଦେଖି ନାହାନ୍ତି ବୋଲି କହିଛନ୍ତି।

{"id":159780}

ସୂଚନାମୁତାବକ, ଏହି ଅଜବ ପ୍ରକାର ମାଛ ଏକ ରାଟଫିସ୍‌। ଏହାର ନାଁ କାମାରସ ମୋନ​‌​‌ଷ୍ଟ୍ରୋସା। ଯାହା  ଲାଟିନ ଭାଷାରେ ମାଛର ନାମ କରଣ କରାଯାଇଛି। ଗହୀର ପାଣିରେ ଏହି ମାଛ ରହେ। ବଡ଼ ଆଖି ଦ୍ବାରା ଗହୀର ପାଣିରେ ଭଲକରି ଏହି  ମାଛ ବିଚରଣ କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.