ଏସିଆନ୍‌ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ପୂର୍ବତନ ଭାରତୀୟ ବକ୍ସର ଡିଙ୍କୋ ସିଂହଙ୍କ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | June 10, 2021 IST

ନୂଆଦିଲ୍ଲୀ ୧୦/୬: ଏସିଆନ୍‌ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ଭାରତର ପୂର୍ବତନ ବକ୍ସର(ମୁଷ୍ଟିଯୋଦ୍ଧା) ଡିଙ୍କୋ ସିଂହଙ୍କ ଗୁରୁବାର ପରଲୋକ ହୋଇଯାଇଛି। ଦୀର୍ଘ ସମୟ ଧରି ଡିଙ୍କୋ ସିଂହ ରୋଗ ଶଯ୍ୟାରେ ଥିଲେ। ୨୦୧୭ରୁ ତାଙ୍କର ଯକୃତ କର୍କଟ ଉପଚାର ଚାଲିଥିଲା। ଗତବର୍ଷ ଏହି କିମ୍ବଦନ୍ତୀ ମୁଷ୍ଟିଯୋଦ୍ଧା କରୋନା ସଂକ୍ରମିତ ମଧ୍ୟ ହୋଇଥିଲେ। କିନ୍ତୁ ୪୧ ବର୍ଷୀୟ ଡିଙ୍କୋ ସିଂହ କରୋନା ଯୁଦ୍ଧରେ ବିଜୟୀ ହୋଇଥିଲେ।

୨୦୨୦ରେ ଡିଙ୍କୋଙ୍କୁ ଦିଲ୍ଲୀ ଇନଷ୍ଟିଚ୍ୟୁଟ୍‌ ଅଫ ଲିଭର ଆଣ୍ଡ ବାଇଲାରି (ILBS)ରେ ରେଡିଏସନ୍‌ ଥେରାପି ଦିଆଯାଇଥିଲା। ଏହା ପରେ ସେ ଇମ୍ଫାଲ ଫେରିଯାଇଥିଲେ। ଏପ୍ରିଲ ମାସରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପୁଣି ଥରେ ବିଗିଡ଼ିବାରୁ ତାଙ୍କୁ ILBS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘଦିନ ଧରି କ୍ୟାନ୍ସରରେ ପୀଡ଼ିତ ଥିବା ଡିଙ୍କୋ ସିଂହ ଶେଷରେ ଗୁରୁବାର ଜୀବନ ଯୁଦ୍ଧରେ ହାରିଯାଇଛନ୍ତି।

 ଡିଙ୍କୋ ସିଂହ ବକ୍ସରେ ଭାବରେ ଭାରତ ପକ୍ଷରୁ ଖେଳି ଅନେକ ସଫଳତା ପାଇଛନ୍ତି । ୧୦୯୮ରେ ତାଙ୍କୁ ଅର୍ଜୁନ ଫୁରସ୍କାର ମିଳିଥିଲା । ସେହିପରି ୨୦୧୩ରେ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି ଡିଙ୍କୋ। ତେବେ ଡିଙ୍କୋ ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି।

wp:embed {"url":"https://twitter.com/narendramodi/status/1402863841050988544","type":"rich","providerNameSlug":"twitter","responsive":true,"className":""}
https://twitter.com/narendramodi/status/1402863841050988544
/wp:embed

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ବିଟ୍‌ କରି ଶୋକ ବ୍ୟକ୍ତ କରିଛନ୍ତି। କ୍ରୀଡା ମନ୍ତ୍ରୀ କିରନ ରିଜିଜୁ, ମହାନ ବକ୍ସର ମ୍ୟାରି କମଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

wp:embed {"url":"https://twitter.com/MangteC/status/1402842158709673985","type":"rich","providerNameSlug":"twitter","responsive":true,"className":""}
https://twitter.com/MangteC/status/1402842158709673985
/wp:embed wp:embed {"url":"https://twitter.com/KirenRijiju/status/1402817456347832324","type":"rich","providerNameSlug":"twitter","responsive":true,"className":""}
https://twitter.com/KirenRijiju/status/1402817456347832324
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.