ଲିଭର ସମସ୍ୟାରେ ପୀଡିତ ଦୀନେଶ ଫଡନିସ୍‌, ଅଭିନେତା ଦୟା ଦେଲେ ସୂଚନା…

Published By : Prameya-News7 Bureau | December 04, 2023 IST

ମୁମ୍ଵାଇ ୦୪।୧୨: ସୋନି ଟିଭିର ଲୋକପ୍ରୟ ଟିଭି ଶୋ C.I.D. । ଫ୍ରେଡି ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଦୀନେଶ ଫଡନିସ୍ ଅସୁସ୍ଥ ଅଛନ୍ତି । ନିକଟରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡିସେମ୍ବର ୨ରେ ଖବର ଆସିଥିଲା ଯେ ହୃଦ୍‌ଘାତ ପରେ ଦୀନେଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହେଲେ ବର୍ତ୍ତମାନ ଶୁଣିବାକୁ ମିଳିଛି ଯେ ଅଭିନେତା ଯକୃତ ଜନିତ ସମସ୍ୟାରେ ପୀଡିତ। ତାଙ୍କ ଅବସ୍ଥା ଗୁରୁତର ରହିଛି। ଦୀନେଶଙ୍କ ସହ କାମ କରିଥିବା ଅଭିନେତା ଦିୟାନନ୍ଦ ଶେଟ୍ଟୀ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ସେୟାର କରିଛନ୍ତି।

ସିଆଇଡି ଅଭିନେତା ଦିୟାନନ୍ଦ ଶେଟ୍ଟୀ ଦୀନେଶଙ୍କ ସ୍ୱାସ୍ଥ୍ୟକୁ ନେଇ ଲାଟେଷ୍ଟ ଅପଡେଟ୍‌ ଦେଇଛନ୍ତି । କହିଛନ୍ତି ଯେ ଦୀନେଶ ହୃଦଘାତରେ ପୀଡିତ ନଥିଲେ, କିନ୍ତୁ ଲିଭର ସମସ୍ୟାରେ ସଂଘର୍ଷ କରୁଥିଲେ। ଏବେ ଅଭିନେତାଙ୍କୁ ଦୁଇ ଦିନ ହେଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଲଢୁଛନ୍ତି। ଆଜି ସକାଳେ ମଧ୍ୟ ମୁଁ ଜାଣିଲି ଯେ କୌଣସି ସୁଧାର ହୋଇନାହିଁ। ଆମେ ଆଶା କରୁଛୁ ସେ ଶୀଘ୍ର ଭଲ ହୋଇଯିବେ।"

wp:html
/wp:html

ଅଭିନେତା ଆହୁରି କହିଛନ୍ତି, "ଦୀନେଶ ଅନ୍ୟ କେତେକ ରୋଗ ପାଇଁ ଚିକିତ୍ସିତ ହେଉଥିଲେ, କିନ୍ତୁ ଔଷଧ ତାଙ୍କ ଯକୃତ ଉପରେ ପ୍ରଭାବ ପକାଇଥିଲା। ସିଆଇଡି ଦଳର ସମସ୍ତ କଳାକାର ଦୀନେଶଙ୍କ ସହ ଯୋଗାଯୋଗରେ ଅଛନ୍ତି। କହିବାକୁ ଗଲେ ଦୀନେଶ C.I.D. ଶୋ’ରେ ପ୍ରତ୍ୟେକ ଘରେ ଲୋକପ୍ରିତା ହାସଲ କରିଥିଲେ। ଟିଭି ଶୋ ବ୍ୟତୀତ ଚଳଚ୍ଚିତ୍ରରେ ହାସ୍ୟ ଅଭିନେତା ଭାବରେ କାର୍ଯ୍ୟ କରିଛନ୍ତି।

wp:embed {"url":"https://www.prameyanews7.com/vicky-kaushal-poses-with-sachin-tendulkar-after-screening-of-sam-bahadur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/vicky-kaushal-poses-with-sachin-tendulkar-after-screening-of-sam-bahadur/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.