oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଦିନେଶ କାର୍ତ୍ତିକଙ୍କୁ ଧୋନୀଙ୍କ ସହ ତୁଳନା କଲେ ଆରସିବି ଅଧିନାୟକ, କହିଲେ…

31/03/2022 at 10:52 AM

ନୂଆଦିଲ୍ଲୀ,୩୧/୦୩:  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବୁଧବାର ଚଳିତ ସିରିଜର ପ୍ରଥମ ବିଜୟ ହାସଲ କରିଥିଲା । ଫାପ୍ ଡୁପ୍ଲେସିସଙ୍କ ନେତୃତ୍ୱରେ ଦଳ କୋଲକାତା ନାଇଟ ରାଇଡର୍ସକୁ ୩ ଓ୍ୱିକେଟରେ ମାତ୍ ଦେଇଥିଲା । ମ୍ୟାଚ୍ ଜିତିବା ପରେ ଅଧିନାୟକ ଡୁପ୍ଲେସିସ୍ ଓ୍ୱିକେଟ୍ କିପର ବ୍ୟାଟର ଦିନେଶ କାର୍ତ୍ତିକଙ୍କୁ ପ୍ରଶଂସା କରିଥିଲେ । ଏପରିକି ଧୋନୀଙ୍କ ସହ ତାଙ୍କ ତୁଳନା ମଧ୍ୟ କରିଥିଲେ ।

ଡିଓ୍ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ଆରସିବିକୁ ବିଜୟ ପାଇଁ ୧୨୯ ରନ୍ ଦରକାର ଥିଲା । ଦଳ ଅନ୍ତିମ ଓଭରରେ ମ୍ୟାଚ୍ ଜିତିପାରିଥିଲା । ଶେଷ ଓଭରରେ ଦଳକୁ ୭ ରନ୍ ଦରକାର ଥିଲା । କ୍ରିଜରେ ଦିନେଶ କାର୍ତ୍ତିକ ଥିଲେ । ସେ ଆନ୍ଦ୍ରେ ରସେଲଙ୍କ ପ୍ରଥମ ବଲରେ ଛକା ଓ ପରବର୍ତ୍ତୀ ବଲରେ ଚଉକା ମାରି ଦଳକୁ ଜିତାଇଥିଲେ । ସେ ୭ ବଲରୁ ୧୪ ରନ୍ କରି ଅପରାଜିତ ରହିଥିଲେ ।

ମ୍ୟାଚରେ ଦଳ ବିଜୟ ହେଲା ପରେ ଡୁପ୍ଲେସିସ୍ କହିଥିଲେ ଯେ, ଏହା ଏକ ଭଲ ବିଜୟ । ଅଳ୍ପ ସ୍କୋରର ପିଛା କରିବା ପାଇଁ ସକକରାତ୍ମକ ଚିନ୍ତାଧାରା ରହିବା ଦରକାର । ଶେଷ ଓଭର ଯାଏଁ ମ୍ୟାଚ୍ ଯିବା ଠିକ୍ ନଥିଲା । କେକେଆର ବୋଲରମାନେ ପ୍ରଭାବୀ ବୋଲିଂ କରିଥିଲେ । ପୂର୍ବ ମ୍ୟାଚରେ ୨୦୦ରୁ ଅଧିକ ସ୍କୋର ହୋଇଥିବା ବେଳେ ବୁଧବାର ୧୨୦ ପାଖାପାଖି ରହିଥିଲା ।

ସେ ଆହୁରି କହିଥିଲେ ଯେ, ଦିନେଶ କାର୍ତ୍ତିକଙ୍କ ଅନୁଭବ କାମ ଦେଇଥିଲା । ସେ ଶେଷ ୫ ଓଭର ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ଖେଳିଥିଲେ । ଏହାସହ ମ୍ୟାଚକୁ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ବୋଲି ଡୁପ୍ଲେସିସ୍ ପ୍ରକାଶ କରିଥିଲେ ।

   Related Posts