ସ୍ମରଣୀୟ ହେବ ମାହିଙ୍କ ବିଦାୟ : ବିସିସିଆଇ ଅଧିକାରୀ କହିଲେ- 'ଧୋନୀ ଏଥିପାଇଁ ହକଦାର'

Published By : Prameya-News7 Bureau | August 17, 2020 IST

ନୂଆଦିଲ୍ଲୀ ୧୭/୦୮ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ର ଜଣେ ଶୀର୍ଷ ଅଧିକାରୀ ମହେନ୍ଦ୍ର ସିଂହ ଧୋନୀଙ୍କ ୭ ନମ୍ବର ଜର୍ସିକୁ ମଧ୍ୟ ଅବସର ଦେବା ପ୍ରସଙ୍ଗ ସହ ସହମତ ଅଛନ୍ତି | ଧୋନୀ ଅବସର ନେବା ପରେ ତାଙ୍କର ୭ ନମ୍ବର ଜର୍ସି ମଧ୍ୟ ଅବସର କରିଦେବା ଉଚିତ ବୋଲି ସେ କହିଛନ୍ତି | ଉଇକେଟ କିପର ଦୀନେଶ କାର୍ତିକ ଧୋନୀଙ୍କ ବିଦାଇରେ ଏହି ରାୟ ଦେଇଥିବା ପ୍ରଥମ ଖେଳାଳି | ଗତ ବର୍ଷ ନ୍ୟୁଜିଲାଣ୍ଡରେ ବିଶ୍ୱକପ ସେମିଫାଇନାଲରେ ପରାସ୍ତ ହେବାପରେ ଧୋନୀଙ୍କ ସହ ନେଇଥିବା ଏକ ଫଟୋ ସେୟାର କରିଛନ୍ତି | ପୋଷ୍ଟରେ ସେ ଲେଖିଛନ୍ତି ଜେ, ଏହା ବିଶ୍ୱକପ ସେମିଫାଇନାଲ ପରେ ଧୋନୀଙ୍କ ସହ ଉଠେଇଥିବା ଶେଷ ଫଟୋ | ଧୋନୀ ସନ୍ୟାସ ନେବାପରେ ତାଙ୍କ ୭ ନମ୍ବର ଜର୍ସିକୁ ମଧ୍ୟ ରିଟାୟାର କରିଦେବା ଉଚିତ ବୋଲି ସେ କହିଛନ୍ତି |

{"id":315815,"sizeSlug":"large"}

୨୦୦୪ ମସିହାରେ ଧୋନୀ ଭାରତୀୟ ଟିମରେ ସାମିଲ ହେବାର ୩ ମାସ ପୂର୍ବରୁ ଦୀନେଶ କାର୍ତିକ ଟିମରେ ସାମିଲ ହୋଇଥିଲେ | ଧୋନୀ ଆସିବା ପରେ ସେ ୨୬ଟି ଟେଷ୍ଟ ମ୍ୟାଚ, ୯୪ଟି ଏକ ଦିବସୀୟ ମ୍ୟାଚ ଓ ୩୨ଟି ଟି-୨୦ ମ୍ୟାଚ ଖେଳିଛନ୍ତି | ଧୋନୀଙ୍କୁ ଶୁଭକାମନା ଜଣାଇ କାର୍ତିକ ଲେଖିଛନ୍ତି, ଜୀବନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅନେକ ଅନେକ ଶୁଭେଚ୍ଛା | କାର୍ତିକଙ୍କ ପୋଷ୍ଟରେ ପ୍ରତିକ୍ରିୟା ରଖି ବିସିସିଆଇର ଶୀର୍ଷ ପରିଷଦ ସଦସ୍ୟ ଏବଂ ଭାରତୀୟ ମହିଳା ଟିମର ପୂର୍ବତନ ଅଧିନାୟକ ଶାନ୍ତା ରଂଗାସ୍ୱାମୀ କହିଛନ୍ତି ଯେ ଧୋନୀ ଏହାର ହକଦାର |

wp:core-embed/twitter {"url":"https://twitter.com/DineshKarthik/status/1294829339838578690","type":"rich","providerNameSlug":"twitter","className":""}
https://twitter.com/DineshKarthik/status/1294829339838578690
/wp:core-embed/twitter

ରଂଗାସ୍ୱାମୀ କହିଛନ୍ତି ଯେ ଜଣେ ଖେଳାଳି ଓ ଅଧିନାୟକ ଭାବେ ଧୋନୀଙ୍କ ଯୋଗଦାନ ବହୁତ ଅଧିକ ରହିଛି | ସେଥିପାଇଁ ତାଙ୍କ ଜର୍ସିକୁ ମଧ୍ୟ ରିଟାୟାର କରିବ ତାଙ୍କ ପାଇଁ ସର୍ବୋତ୍ତମ ଫେୟାରୱେଲ ହେବ | ସେ ନିଶ୍ଚିତ ଭାବେ ଏହାର ହକଦାର | ଭାରତୀୟ କ୍ରିକେଟରେ କେବଳ ଠାରେ ହିଁ ଜର୍ସିକୁ ରିଟାୟାର କରାଯାଇଛି | ସଚିନ ତେନ୍ଦୁଲକର ଯେତେବେଳେ କ୍ରିକେଟରୁ ସନ୍ୟାସ ନେଇଥିଲେ ତାଙ୍କ ଜର୍ସିକୁ ରିଟାୟାର କରାଯାଇଥିଲା | ତେନ୍ଦୁଲକରଙ୍କ ୧୦ ନମ୍ବର ଜର୍ସିକୁ ୨୦୧୭ ମସିହାରେ ରିଟାୟାର କରାଯାଇଥିଲା | ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଜର୍ସି ରିଟାୟାର କରିବାକୁ ଆପତ୍ତି କରନ୍ତିନି ଏବଂ ଏହି ମାମଲାରେ ନିଷ୍ପତ୍ତି ନେବା ଅଧିକାର ଦେଶର କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଉପରେ ରହିଥାଏ |

{"id":315817,"sizeSlug":"large"}

ଭାରତୀୟ ମହିଳା ଏକ ଦିବସୀୟ ଟିମର ଅଧିନାୟକ ମିତାଲି ରାଜ ମଧ୍ୟ କହିଛନ୍ତି ଯେ ଧୋନୀ ୭ ନମ୍ବର ଜର୍ସିକୁ ଅମର କରିଦେଇଛନ୍ତି | ସେ କହିଛନ୍ତି ଯିଏ ୭ ନମ୍ବର ଜର୍ସିକୁ ଅମର କରିଛନ୍ତି, ଯାହାଙ୍କ ଶାନ୍ତ ମନ ତାଙ୍କୁ କ୍ୟାପଟେନ କୁଲ ଟ୍ୟାଗ ଦେଇଛି, ଯିଏ ଦୁଇଟି ବିଶ୍ୱକପ ଜିତି କୋଟି କୋଟି ଭାରତୀୟ ସ୍ବପ୍ନ ପୁରା କରିଛନ୍ତି, ଯିଏ ଏକ ନିଆରା ଢଙ୍ଗରେ କ୍ରିକେଟକୁ ଅଲବିଦା କରିଛନ୍ତି ସେହି ଧୋନୀଙ୍କୁ ମହାନ କ୍ୟାରିଅର ପାଇଁ ଶୁଭେଚ୍ଛା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.