ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଦିନେଶ କାର୍ତ୍ତିକଙ୍କ ବଡ ବୟାନ, ଯଦି ବିଶ୍ଵକପ୍‌ରେ ରୋହିତ ଶର୍ମା କିଛି କମାଲ୍ କରନ୍ତି, ତେବେ…

28/01/2023 at 4:22 PM

ନୂଆଦିଲ୍ଲୀ: ଭାରତୀୟ ଦଳ ବର୍ତ୍ତମାନ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ଶୃଙ୍ଖଳା ଖେଳୁଛି। ଏହା ପୂର୍ବରୁ ଦଳ ଦିନିକିଆ ଶୃଙ୍ଖଳାକୁ ମୂଳପୋଛ କରିଥିଲା। ଦୁଇ ଫର୍ମାଟ୍‌ରେ ଭାରତୀୟ ଦଳକୁ ଭିନ୍ନ ଭିନ୍ନ ଅଧିନାୟକ ନେତୃତ୍ଵ କରୁଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯେ କଣ ଭାରତୀୟ ଦଳ ଏମିତି ଭିନ୍ନ ଭିନ୍ନ ଫର୍ମାଟ୍‌ରେ ଭିନ୍ନ ଭିନ୍ନ ଅଧିନାୟକଙ୍କୁ ନେଇ ଖେଳ ଜାରି ରଖିବ। ତାରକା କ୍ରିକେଟର ଦିନେଶ କାର୍ତ୍ତିକଙ୍କ ଅନୁଯାୟୀ, ଆଗାମୀ ବିଶ୍ଵକପ୍ ପରେ ଭାରତର ଅଲଗା ଫର୍ମାଟ୍‌ରେ ଅଲଗା ଅଧିନାୟକ ଫର୍ମୁଲା ସଠିକ୍ ସାବ୍ୟସ୍ତ ହୋଇପାରେ।

ଦିନେଶ କାର୍ତ୍ତିକଙ୍କ କହିବା କଥା ଏହା ଉପରେ ବି ଧ୍ୟାନ ଦେବା ଉଚିତ୍ ଯେ, ଦିନିକିଆ ବିଶ୍ଵ କପ୍ ପର୍ଯ୍ୟନ୍ତ ଭାରତୀୟ ଦଳକୁ ଅଧିକାଂଶ ଟି-୨୦ ମୁକାବିଲା ଖେଳିବାର ଅଛି। ଆଇପିଏଲ୍ ପରେ ଓ୍ଵେଷ୍ଟଇଣ୍ଡିଜ ଶୃଙ୍ଖଳା ରହିଛି। ଏହା ପରେ ହିଁ ଚିତ୍ର ସ୍ପଷ୍ଟ ହେବ ଯେ, ଆମେ ଅଲଗା ଫର୍ମାଟ୍ ପାଇଁ ଅଲଗା ଅଧିନାୟକ ରଖିବା ଉଚିତ୍ ନା ନାହିଁ।

ଦିନେଶ କାର୍ତ୍ତିକଙ୍କ ମତରେ ଯଦି ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଦଳ ଯଦି ବିଫଳ ହୁଏ ତେବେ ଆମେ ଭିନ୍ନ ଫର୍ମାଟ୍ ଭିନ୍ନ ଅଧିନାୟକ ଦିଗକୁ ବଢି ପାରିବା। ଯଦି ରୋହିତ ଶର୍ମା ବିଶ୍ଵ କପ୍‌ରେ କିଛି କମାଲ୍ କରନ୍ତି ତେବେ ଭାରତୀୟ ଦଳ ୨୦୨୪ ଟି-୨୦ ବିଶ୍ଵ କପ୍ ତାଙ୍କ ନେତୃତ୍ଵରେ ଖେଳିପାରେ।

ଏ ଖବର ପଢନ୍ତୁ- ରୋହିତ ବ୍ରିଗେଡ୍‌ଙ୍କ କମାଲ୍, ଟି-୨୦ ସହିତ ଦିନିକିଆରେ ନମ୍ବର ୧ ଟିମ୍ ହେଲା ଭାରତ  

ସୂଚନାଯୋଗ୍ୟ, ଟି-୨୦ ବିଶ୍ଵ କପ୍ ୨୦୨୨ ପରଠୁ ରୋହିତ ଶର୍ମା, ବିରାଟ କୋହଲିଙ୍କ ପରି ଖେଳାଳିଙ୍କୁ ଟି-୨୦ ଫର୍ମାଟ୍‌ରେ ଦେଖିବାକୁ ମିଳୁନାହିଁ। ଏମିତିରେ ପ୍ରଶ୍ନ ଉଠୁଛି ଯେ, କଣ ବରିଷ୍ଠ ଖେଳାଳିଙ୍କୁ ଆଉ ଟି-୨୦ ଅନ୍ତର୍ଜାତୀୟରେ ସୁଯୋଗ ମିଳିବ ନାହିଁ। ସଂପ୍ରତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵରେ ଭାରତୀୟ ଦଳ ଟି-୨୦ ଅନ୍ତର୍ଜାତୀୟ ମୁକାବିଲା ଖେଳୁଛି।

   Related Posts