ଦିନେଶ କାର୍ତ୍ତିକ ମାରିଲେ ସବୁଠୁ ଲମ୍ବା ଛକା, ବଲ୍‌ ଚାଲିଗଲା ଷ୍ଟାଡିୟମ୍‌ ବାହାରକୁ...

Published By : Prameya-News7 Bureau | April 16, 2024 IST

ବେଙ୍ଗାଲୁରୁ ୧୬।୦୪ : ଦିନେଶ କାର୍ତ୍ତିକ । ଏପରି ଜଣେ ଖେଳାଳି ଯିଏ ସବୁବେଳେ ଟିମ୍‌ରେ କିଛି ଦିନ ପାଇଁ ଇନ୍‌ ଏବଂ ଆଉଟ୍‌ ହୋଇଥାନ୍ତି । କିନ୍ତୁ ନିଜ ଖେଳରେ କେବେବି କରିନାହାନ୍ତି କମ୍ପରମାଇଜ୍‌ । ଏହିପରି ଭାବେ ସୋମବାର ଦିନ ଗର୍ଜିଛି ଦିନେଶଙ୍କ ବ୍ୟାଟ୍‌ । ଆଉ ୨୦୨୪ ଆଇପିଏଲ୍‌ରେ ମାରିଛନ୍ତି ସବୁଠୁ ଲମ୍ବା ଛକା । 

ସୋମବାର ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ହେଲା ରନ୍‌ ବର୍ଷା । ଏହି ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ରେ ବୋଲର ଖାଇଲେ ୫୪୯ ରନ୍‌ । ବୋଲରଙ୍କ ଉପରେ ଚାଲିଥିଲା ଆଟାକ୍‌ ପରେ ଆଟାକ । ପ୍ରତି ଓଭର ପରେ ବୋଲର ଡାକୁଥିଲେ ତ୍ରାହି ତ୍ରାହି। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ୍‌ ଟିମ୍‌ ବାଙ୍ଗାଲୋର ବିରୋଧରେ କରିଲା ୨୮୭ ରନ୍‌ । ଆଇପିଏଲ୍‌ ଇତିହାସରେ ଏହା ଥିଲା କୌଣସି ଏକ ଟିମ୍‌ର ସର୍ବାଧିକ ସ୍କୋର । ହାଇଦ୍ରାବାଦ୍‌ ପକ୍ଷରୁ ଟ୍ରାଭିସ ହେଡ୍‌ ଖେଳିଥିଲେ ବିସ୍ଫୋରକ ପାରି । ମାତ୍ର ୪୧ ବଲ୍‌ରେ ୧୦୨ ରନ୍‌ ଫେରିଥିଲେ ପ୍ୟାଭିଲିୟନ୍‌ । ତାଙ୍କ ସାଙ୍ଗକୁ କ୍ଲାସେନ୍‌ ମଧ୍ୟ ୬୭ରନ୍‌ର ଜବରଦସ୍ତ ପାରି । 

୨୮୮ ରନ୍‌ରେ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ବାଙ୍ଗାଲୋର ଟିମ୍‌। ଦଳ ପକ୍ଷରୁ ଦୁଇ ଓପନର ଜବରଦସ୍ତ ଷ୍ଟାର୍ଟ କରିଥିଲେ । ବାଙ୍ଗାଲୋର ପାରିରେ ସବୁଠୁ ଆକର୍ଷଣୀୟ ଥିଲା ଦିନେଶ କାର୍ତ୍ତିକଙ୍କ ବ୍ୟାଟିଂ। କାର୍ତ୍ତିକ ମାତ୍ର ୩୫ ବଲ୍‌ରେ ହାସଲ ଖେଳିଥିଲେ ୮୩ ରନ୍‌ର ବିସ୍ଫୋରକ ପାରି । ଏଥିରେ ୭ଟି ଛକ୍କା ଏବଂ ୫ଟି ଚୌକା ସାମିଲ ରହିଥିଲା। ତେବେ ୭ଟି ଛକା ମଧ୍ୟରେ ରହିଥିଲା ଏକ ବିଶାଳ ଛକା । ଯାହା ଚଳିତ ଆଇପିଏଲର ସବୁଠୁ ଲମ୍ବା ଛକା ଭାବେ ହୋଇଛି ସାମିଲ ।୧୫ ତମ ଓଭରରେ ନଟରାଜନଙ୍କ ପ୍ରଥମ ବଲ୍‌ରେ ଦିନେଶ ମାରିଥିଲେ ୧୦୮ ମିଟରର ସବୁଠୁ ଲମ୍ବା ଛକା । ଚଳିତ ଆଇପିଏଲ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି । 

ତେବେ ଦିନେଶ କାର୍ତ୍ତିକଙ୍କ ଏପରି ବ୍ୟାଟିଂ ଦେଖି ଷ୍ଟାଡିୟମ୍‌ରେ ଥିବା ଉପସ୍ଥିତ ଥିବା ଦର୍ଶକମାନେ ଛିଡା ହୋଇ ତାଳି ମାରିଥିଲେ । ୨୦ ଓଭରରେ ବାଙ୍ଗାଲୋର ଟିମ୍‌ ୭ ଓ୍ୱିକେଟ୍‌ ହରାଇ ୨୬୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଶେଷରେ ୨୫ ରନ୍‌ରେ ଏହି ମ୍ୟାଚ୍‌କୁ ହାରିଯାଇଛି। 

 

  • BCCI
  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.