scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦିନେଶ ଗୁଣବର୍ଦ୍ଧନେ ହୋଇ ପାରନ୍ତି ଶ୍ରୀଲଙ୍କାର ଆଗାମୀ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ରନିଲ ବିକ୍ରମସିଂହେଙ୍କ ଘୋଷଣାକୁ ଅପେକ୍ଷା

21/07/2022 at 8:29 PM

କଲମ୍ବୋ ୨୧।୭: ଶ୍ରୀଲଙ୍କା ରାଷ୍ଟ୍ରପତି ରୂପେ ରନିଲ ଭିକ୍ରମସିଂହେ ୨୧ ଜୁଲାଇ ବୁଧବାର ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ। ନୂଆ ରାଷ୍ଟ୍ରପତି କାର୍ଯ୍ୟଭାର ସମ୍ଭାଳିବା ପରେ ଏବେ ଦେଶ ଲାଗି ଆଗାମୀ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରିବେ। ଏଣୁ ସାଂସଦ ଦିନେଶ ଗୁଣବର୍ଦ୍ଧନେଙ୍କୁ ରାଷ୍ଟ୍ରପତି ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଅଧିକାରୀଙ୍କ ଅନୁସାରେ ଭିକ୍ରମସିଂହେ ଗୁରୁବାର ଦେଶର ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରିପାରନ୍ତି।

ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାର ପରଦିନ ଗୁଣବର୍ଦ୍ଧନେ ମନ୍ତ୍ରୀମଣ୍ଡଳ ଗଠନ କରିବେ। ଗୁଣବର୍ଦ୍ଧନେ ଜଣେ ରାଜନେତା ଭାବେ ସାଂସଦ ସଦସ୍ୟ ଓ କ୍ୟାବିନେଟ୍ ମନ୍ତ୍ରୀ ରହିସାରିଛନ୍ତି। ୨୦୨୦ ସଂସଦ ନିର୍ବାଚନରେ ବିଜୟୀ ହେବାପରେ ତାଙ୍କୁ ବିଦେଶ ସମ୍ପର୍କିତ ମନ୍ତ୍ରୀ ନିଯୁକ୍ତ କରାଯାଇଥିଲା। ଆର୍ଥିକ ସଂକଟଗ୍ରସ୍ତ ଶ୍ରୀଲଙ୍କାରେ ଗୁଣବର୍ଦ୍ଧନେ ଗୁରୁବାର ସଂସଦୀୟ ଦଳ ନେତା ମନୋନୀତ ହୋଇଛନ୍ତି। ସମ୍ବିଧାନ ଅନୁସାରେ ତାଙ୍କୁ ସଂସଦର ଅଷ୍ଟମ କାର୍ଯ୍ୟକାରୀ ଅଧ୍ୟକ୍ଷ ମନୋନୀତ କରାଯାଇଛି।

ଗୁରୁତର ଆର୍ଥିକ ସଂକଟଗ୍ରସ୍ତ ଶ୍ରୀଲଙ୍କାରେ ଲୋକେ ଏବେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଗଣ ବିକ୍ଷୋଭ ଯୋଗୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ଭବନ ଛାଡି ପଳାୟନ କରିଛନ୍ତି। ସେ ଦେଶ ଛାଡି ପଳାୟନ କରିଥିବା ବେଳେ ପଦରୁ ଇସ୍ତଫା ଦେଇଛନ୍ତି। କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ରନିଲ ଭିକ୍ରମସିଂହେ ଜୁଲାଇ ୨୧ ତାରିଖ ଦିନ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ସହ ଦେଶରେ ସରକାର ଗଠନ କରାଯିବ।  

   Related Posts