ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ ହୋଇଛି ଓଡିଶା
8/05/2018 at 9:46 AM

ନିଯୁକ୍ତି ଓ ପ୍ରଶିକ୍ଷଣ ଦେବାରେ ଓଡିଶା ସରକାର ପ୍ରଥମ ପୁରସ୍କାର ପାଇଛନ୍ତି | ଆନ୍ଧ୍ର,କେରଳ,ବିହାରକୁ ପଛରେ ପକାଇ ଓଡିଶା ଏହି ପୁରସ୍କାର ହାସଲ କରିଛି | ୯୬୦୦୦ ଗ୍ରାମୀଣ ଯୁବକଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି | ଗତ ବର୍ଷ ମଧ୍ୟ ଓଡିଶା ପ୍ରଥମ ପୁରସ୍କାର ପାଇଥିଲା ବୋଲି ଓଡିଶା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ସୂଚନା ଦେଇଛନ୍ତି |