ଗ୍ଲାମର୍ ଠାରୁ ଦୁରେଇ କ୍ଷେତରେ ଦେଲେ ମନ, ସେୟାର୍ କଲେ ଭିଡିଓ

Published By : Prameya-News7 Bureau | August 25, 2021 IST

ନୂଆଦିଲ୍ଲୀ ୨୫/୦୮ : ଡିମ୍ପଲ୍ ଗାର୍ଲ ପ୍ରୀତି ଜିଣ୍ଟା ଗ୍ଲାମର୍ ଦୁନିଆରୁ ଦୂରେଇ ଏବେ ଚାଷ କାମରେ ମନ ଲଗାଉଛନ୍ତି । ପ୍ରାୟତଃ ସେ ନିଜ ଇନଷ୍ଟାଗ୍ରାମରେ ଚାଷ ସମ୍ବନ୍ଧୀୟ ଭିଡିଓ ସେୟାର କରନ୍ତି । ବର୍ତ୍ତମାନ ସେ ସିମଲାସ୍ଥିତ ତାଙ୍କ ଫାର୍ମ ହାଉସରୁ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଆପଲ୍‌ରେ ଭର୍ତ୍ତି ହୋଇଥିବା ଗଛଗୁଡିକୁ ଦେଖାଉଛନ୍ତି ଏବଂ ତାହାର ସ୍ମୃତି ବିଷୟରେ କହୁଛନ୍ତି । ଭିଡିଓରେ ପ୍ରୀତି ବହୁତ ଖୁସି ଥିବା ଦେଖାଯାଉଛନ୍ତି ।

wp:html
/wp:html

ପ୍ରୀତି ଭିଡିଓରେ କହୁଛନ୍ତି, ସେ ଏଠାରେ ତାଙ୍କ ଜେଜେ-ମା ଏବଂ ମାମୁ-ମାଇଁଙ୍କ ସହ ପିଲାଦିନର ସୁନ୍ଦର ସମୟ ଅତିବାହିତ କରିଛନ୍ତି । ପିଲାଦିନେ ଶ୍ରମିକମାନେ ଯେତେବେଳେ ଆପଲ ତୋଳିବା କାର୍ଯ୍ୟ କରନ୍ତି, ସେତେବେଳେ ସେମାନଙ୍କୁ ହଇରାଣ ନକରିବା ଏବଂ ଆପଲଗୁଡିକୁ ଏଣେତେଣେ ନ ଫାପାଡିବାକୁ ତାଙ୍କୁ ବାରଣ କରାଯାଏ।

ସେ କହିଛନ୍ତି, ମୋର ପ୍ରିୟ କାମ ହେଉଛି ଆପଲ୍ ତୋଳିବା ଏବଂ ଛୋଟ-ବଡ ଆପଲ୍‌କୁ ଏକାଠି କରିବା । ସେ ଆପଲ୍ ଜୁସ୍ ତିଆରି କରିବାକୁ ମଧ୍ୟ ପସନ୍ଦ କରନ୍ତି। ପ୍ରୀତି କହିଛନ୍ତି, ଦୁଇ ବର୍ଷ ପୂର୍ବେ ସେ ଜଣେ ସରକାରୀ କୃଷକ ହୋଇଯାଇଛନ୍ତି । ହିମାଚଳ ବେଲ୍ଟର ଆପଲ୍ ଫାର୍ମିଙ୍ଗ୍ କମ୍ୟୁନିଟିର ଅଂଶ ହୋଇ ସେ ବହୁତ ଖୁସି ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.