ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲାଖୋଲି ପ୍ରଶଂସା କଲେ ଦିଲ୍ଲୀପ ରାୟ

Published By : Prameya-News7 Bureau | December 30, 2019 IST

ଭୁବନେଶ୍ୱର ୩୦।୧୨ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବରିଷ୍ଠ ରାଜନେତା ତଥା ହେଟେଲିୟର ଦିଲ୍ଲୀପ ରାୟ ଖୋଲା ଖୋଲି ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ଏବେ ଓଡିଶା ବିଶ୍ୱ ଦରବାରରେ ଏକ ନୂତନ ପରିଚୟ ପାଇଛି ବୋଲି ସେ କହିଛନ୍ତି । ବିମାନ ବନ୍ଦରଠାରୁ ବିଭିନ୍ନ ଜାତୀୟ ସ୍ତରରେ ମାଗାଜିନ୍‌ରେ ଏବେ ଓଡିଶା କଥା ସ୍ଥାନ ପାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି । ଏବେ ରାଜ୍ୟରେ ବିଶ୍ୱକପ୍‌ ହକି ସହ ବିଭିନ୍ନ ଅନ୍ତର୍ଜାତୀୟ ସ୍ତରର କ୍ରୀଡାର ଆୟୋଜନ କରାଯାଉଛି । ଇକୋ ରିଟ୍ରିଟ୍‌ ପରି ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ଅନ୍ତର୍ଜାତୀୟ ଫେଷ୍ଟିଭାଲ୍‌ ଆୟୋଜନ କରାଯାଉଛି । ଏହା ରାଜ୍ୟର ସମ୍ମାନ ଓ ଗୌରବ ବୃଦ୍ଧି କରିବା ସହ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ଦିଲ୍ଲୀପ କହିଛନ୍ତି ।

{"id":204416,"sizeSlug":"large"}

ଗୋପାଳପୁର ବେଳାଭୂମି ମହୋତ୍ସବରେ ଉଦ୍‌ବୋଧନ ଦେବା ସମୟରେ ଦିଲ୍ଲୀପ ରାୟ ମୁଖ୍ୟମନ୍ତ୍ରୀଙ୍କର ଖୋଲା ଖୋଲି ପ୍ରଶଂସା କରିଛନ୍ତି । ଏବେ ଏହା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି ।
ପୂର୍ବରୁ ଦିଲ୍ଲୀପ ରାୟ ଦଳରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଏହା ଏବେ ନୂତନ ରାଜନୈତିକ ଚର୍ଚ୍ଚାର କେନ୍ଦ୍ର ହୋଇପାରିଛି । ପୁରୀ ଲିଙ୍ଗରାଜ ଓ କୋଣାର୍କର ବିକାଶ ସହ ଜଗନ୍ନାଥ ମନ୍ଦିର ପାଇଁ କରାଯାଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ଓଡିଶା ବାସୀ ମୁଖ୍ୟମନ୍ତ୍ରୀଙ୍କୁ ମନୋପକାଇବେବୋଲି ସେ କହିଛନ୍ତି ।

{"id":204417,"sizeSlug":"large"}

ତେବେ ଦିଲ୍ଲୀପ ମୁଖ୍ୟମନ୍ତ୍ରୀଙ୍କୁ ଏପରି ଖୋଲା ଖୋଲି ପ୍ରଶଂସା କରିବା ରାଜନୈତିକ ସମୀକରଣ ପରିବର୍ତ୍ତନ କରିପାରେ ବୋଲି ଅନେକ ଆଶଂକା କ ରୁଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦିଲ୍ଲୀପ ରାୟ ନବୀନ ନିବାସ ଆସି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ କିଛି ବୋଲି ସମ୍ଭବ ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.