ପୁଅର ଜୀବନ ନେଲା ବାପା, ତେଣ୍ଟା ମାଡ଼ରେ ଚାଲିଗଲା ପ୍ରାଣ
20/07/2023 at 12:02 PM

ଜଗତସିଂହପୁର ୨୦।୦୭: ଜଗତସିଂହପୁର ସଦର ଥାନା ରାଇଦଣ୍ଡା ଗାଁରେ ଅଭାବନୀୟ ଘଟଣା । ବାପାର ତେଣ୍ଟା ଆକ୍ରମଣରେ ପୁଅର ମୃତ୍ୟୁ ହୋଇଛି । ମୃତ ପୁଅଙ୍କ ନାମ ଦିଲୀପ କୁମାର ଭୋଇ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ସାମନ୍ୟ ବଚସାକୁ କେନ୍ଦ୍ର କରି ବାପ ଏବଂ ପୁଅଙ୍କ ବିବାଦ ହୋଇଥିଲା । ଦେଖୁ ଦେଖୁ ବିବାଦ ବଢିବାକୁ ଲାଗିଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ବାପା ସୁଦର୍ଶନ ଭୋଇ ପୁଅ ଦିଲୀପ କୁମାର ଭୋଇଙ୍କୁ ତେଣ୍ଟା ମାରିଥିଲେ । ଯେଉଁଥିରେ ପୁଅ ଦିଲୀପଙ୍କର ମୃତ୍ୟୁ ହୋଇଛି ।

ସେପଟେ ହତ୍ୟାକାଣ୍ଡ ସଂପର୍କରେ ସୂଚନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାରୀ ବାପା ସୁଦର୍ଶନ ଭୋଇଙ୍କ ଥାନାରେ ଅଟକ ରଖିଛି ପୋଲିସ । ଏହାସହିତ ତେଣ୍ଟା ମଧ୍ୟ ଜବତ କରିଛି ପୋଲିସ ।
Related Posts
ବଜାରରେ ପ୍ରବେଶ କଲା ରୋୟାଲ ଏନଫିଲ୍ଡର ହିମାଲୟନ
4 December 2023