oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାସନ ନଦେଇ ହଟହଟ୍ଟା ହେଲା ଡିଲର, ସରପଞ୍ଚ ସମେତ ଗ୍ରାମବାସୀ ଟେକିନେଇ ୩ କିଲୋମିଟର ଚଲାଇଲେ

8/04/2022 at 12:16 PM

ସୋର ୦୮/୦୪: ମନମାନି କରି ହଟହଟ୍ଟା ହେଲେ କଣ୍ଟ୍ରୋଲ ଡିଲର । ୪ ମାସ ଧରି ହିତାଧିକାରୀଙ୍କୁ ରାସନ ସାମଗ୍ରୀ ନଦେବାରୁ ଡିଲରଙ୍କୁ ସରପଞ୍ଚ ସମେତ ଗ୍ରାମବସି ଟେକିନେଇ ୩ କିଲୋମିଟର ବାଟ ଚଲାଇ ଚଲାଇ ନେଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ଖୁଣ୍ଟା ଅଞ୍ଚଳରେ ।

ଖୁଣ୍ଟା ଅଞ୍ଚଳର କଣ୍ଟ୍ରୋଲ ଡିଲର ବିଜେନ୍ଦ୍ର ପ୍ରସାଦ ଦାସ ୪ ମାସ ହେବ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଦେଉନଥିବାରୁ ଗ୍ରାମବାସୀ ମାନେ ଉତ୍ୟକ୍ତ ହୋଇ ଡିଲର ଜଣକୁ ୩ କିଲୋମିଟର ବାଟ ଚଲାଇ ଚଲାଇ ପଞ୍ଚାୟତ ନିକଟକୁ ଆଣିଥିଲେ । ଏହାସହ ସମସ୍ତ ଗ୍ରାମବାସୀ ଓ ସରପଞ୍ଚ୍ ଙ୍କ ଉପସ୍ଥିତିରେ କାହିଁକି ୪ ମାସ ଧରି ଡିଲର ଜଣକ ରାସନ୍ ସାମଗ୍ରୀ ଦେଉ ନାହାନ୍ତି ପଚାରିଥିଲେ ।

ଆଗରୁ ମଧ୍ୟ ଡିଲର୍ ଜଣକ ଦିର୍ଘ ଦିନ ଧରି ହିତାଧିକାରୀଙ୍କୁ ରାସନ ସାମଗ୍ରୀ ନଦେବାରୁ ଗ୍ରାମବାସୀ ମାନେ ଚଲାଇ ଚଲାଇ ଆଣିବା ସହ ଅଟକ ରଖିଥିଲେ । ପରେ ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ପରେ ଛାଡିଥିଲେ । ଆଜି ପୁଣି ଚଲାଇ ଚଲାଇ ଆଣିବା ସହ କାହିଁକି ୪ ମାସର ରାସନ ମିଳିନଥିବା ନେଇ ପ୍ରଶ୍ନ କରିବାରୁ ଡିଲର୍ ଜଣକ ତୁରନ୍ତ ହିତାଧିକାରୀଙ୍କୁ ୪ ମାସ ରାସନ ବାଣ୍ଟିବା ପାଇଁ ଡିଲର୍ ଜଣକ ପ୍ରତିଶୃତି ଦେଇଛନ୍ତି ।

   Related Posts