ଦୈନିକ ୨୨ କିଲୋମିଟର ପାଦଚଲା, କେବେ ଡ୍ୟାନ୍ସ ତ କେବେ କ୍ରିକେଟ, ପତ୍ନୀ ଅମୃତା ଖୋଲିଲେ ୭୫ ବର୍ଷରେ ଦିଗବିଜୟଙ୍କ ଫିଟନେସ୍‌ର ରହସ୍ୟ

Published By : Prameya-News7 Bureau | November 27, 2022 IST

ଭୋପାଲ ୨୭।୧୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ମଧ୍ୟପ୍ରଦେଶରେ ପହଞ୍ଚିଛି। ଯାତ୍ରାର ନେତୃତ୍ୱ ରାହୁଲ ଗାନ୍ଧି ନେଇଛନ୍ତି। ୫୨ ବର୍ଷ ବୟସ୍କ ରାହୁଲ ଯାତ୍ରାରେ ଦୈନିକ ୨୨ରୁ ୨୪ କିଲୋମିଟର ପାଦରେ ଚାଲୁଛନ୍ତି। ତାଙ୍କ ସହ ଜଣେ ୭୫ ବର୍ଷ ବୟସ୍କ ‘ଜବାନ’ ମଧ୍ୟ କାନ୍ଧକୁ କାନ୍ଧ ମିସାଇ ପଦଯାତ୍ରା କରୁଛନ୍ତି। ସେ କେବଳ ଚାଲୁ ନାହାନ୍ତି ସେହି ସବୁ ଆକ୍ଟିଭିଟିଜ୍‌ରେ ମଧ୍ୟ ଅଂଶ ଗ୍ରହଣ କରୁଛନ୍ତି ଯାହା ରାହୁଲ କରୁଛନ୍ତି। ଏହି ବ୍ୟକ୍ତିଜଣକ ଆଉ କେହି ନୁହନ୍ତି ଭାରତ ଯୋଡୋ ଯାତ୍ରାର ସଂଯୋଜକ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ।

ନିକଟରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଭାରତଯୋଡୋ ଯାତ୍ରାରେ ଦିଗବିଜୟ ସିଂହଙ୍କୁ ରାହୁଲଙ୍କ ପରେ ସବୁ ଠୁ ଯୁବ ଯାତ୍ରୀ ବୋଲି କହିଥିଲେ। ତେବେ ପରିଣତ ବୟସରେ ଏପରି ଭରପୁର ଶକ୍ତି ସମ୍ପର୍କରେ ଦିଗବିଜୟଙ୍କୁ ପଚରା ଯିବାରୁ ପରିହାସରେ କହିଥିଲେ ପ୍ରଥମେ ପ୍ରସାଦ ଚଢାଅ, ଗୁରୁବନାଅ ତେବେ ଯାଇ ଜବାବ ମିଳିବ ବୋଲି କହିଥିଲେ। ଏ ସମ୍ପର୍କରେ ଯେବେବି ଦିଗବିଜୟଙ୍କୁ ପଚରା ଯାଏ ସେ କୌଣସି ନା କୌଣସି ବାହାନା କରି କଥା ଟାଳି ଯାଉଛନ୍ତି।

{"id":714190,"width":839,"height":481,"sizeSlug":"full","linkDestination":"none"}

ତେବେ ତାଙ୍କ ଯୁବ ସୁଲଭ  ଠାଣିର ରହସ୍ୟ ଜାଣିବା ଲାଗି ପତ୍ନୀ ଅମୃତାଙ୍କ ସହ ଯୋଗାଯୋଗ କରାଯାଇଥିଲା। ଦିଗବିଜୟ ଯେତିକି କଠିନ ଅମୃତା ସେତିକି ଶରଳ। ଦିଗବିଜୟଙ୍କ ଫିଟନେସ୍‌ ର ରହସ୍ୟ ସମ୍ପର୍କରେ ଅମୃତା ଚଟାପଟ କହିଥିଲେ। ରାଜା ସାହେବ ଦିନରେ କେବଳ ଥରଟିଏ ଅନ୍ନ ଭୋଜନ କରନ୍ତି। ସକାଳେ ଫଳ ଆହାର କରନ୍ତି ଓ ଅପରାହ୍ନରେ କିଛି ଖାଆନ୍ତି ନାହିଁ। ଏହାହିଁ ତାଙ୍କ ଡାଏଟ ପ୍ଲାନ ଯାହା ତାଙ୍କୁ ଶକ୍ତି ପ୍ରଦାନ କରୁଥିବା ଅମୃତା କହିଛନ୍ତି।

ଅମୃତାଙ୍କ ଅନୁସାରେ ଦିଗବିଜୟ ଖୁବ୍ ଅନୁଶାସିତ। ସେ ଶୀଘ୍ର ବିଛଣା ଛାଡନ୍ତି, ନିୟମିତ ଯୋଗ ଓ ପ୍ରାଣାୟାମ କରନ୍ତି, ପୂଜା କରିବା ପୂର୍ବରୁ ଆଦୌ ଖାଦ୍ୟ ଖାଆନ୍ତି ନାହିଁ। ଏହି ଅନୁଶାସନ ଓ ବ୍ୟାୟାମ ତାଙ୍କୁ ଫିଟ ରଖୁଥିବା ଅମୃତା କହିଛନ୍ତି। ଏହି ଥିରୁ ତାଙ୍କୁ ଶକ୍ତି ମିଳିଥାଏ । ପତ୍ନୀ ରୂପେ ମୁଁ କେବଳ ମାନସିକ ସମ୍ବଳ ଦେଇଥାଏ। ସେ ଖାଦ୍ୟ ଯୋଗୁ କମ୍ ୱିଲପାୱାରରେ ଅଧିକ ଚାଲନ୍ତି ବୋଲି କହନ୍ତି ପତ୍ନୀ ଅମୃତା।

{"id":714191,"width":840,"height":480,"sizeSlug":"full","linkDestination":"none"}

ଏହା ଛଡା ଦିଗବିଜୟଙ୍କ ଏକ ଭଲ ଗୁଣ ସମ୍ପର୍କରେ  ତାଙ୍କ ସାଥୀ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ କହନ୍ତି। ସେ କହିଛନ୍ତି ଯେ ସମସ୍ତଙ୍କ ପୂର୍ବରୁ ଦିଗବିଜୟ ନିଦରୁ ଉଠନ୍ତି, ତାହାବି ଠିକ୍ ୪ ଟା ବେଳେ। ସେ ନିଦରୁ ଉଠିବା ମାତ୍ରେ ତାଙ୍କର ସବୁ ସାଥୀଙ୍କୁ ହ୍ୱାଟସ୍‌ ଆପ କରି ସେ ଶଜ୍ୟାତ୍ୟାଗ କରି ପ୍ରସ୍ତୁତ ହେଉଥିବାର ସୂଚନା ଦିଅନ୍ତି। ସବୁ ସାଥୀଙ୍କୁ ଦିଗବିଜୟ ହିଁ ନିଦରୁ ଉଠାଇଥାନ୍ତି।

ଦିଗବିଜୟ ସିଂହ ଓ ତାଙ୍କ ପତ୍ନୀ ଅମୃତା ୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ ନର୍ମଦା ପରିକ୍ରମା କରିଥିଲେ। ସେ ଏହି କାର୍ଯ୍ୟକ୍ରମରେ ୩ହଜାର ୩୦୦ କିଲୋମିଟର ପାଦରେ ଚାଲିଥିଲେ। ଏଥିରେ ସେ ମଧ୍ୟପ୍ରଦେଶ ବିଧାନସଭାର ୨୩୦ ସିଟରୁ ୧୧୦ ସିଟ୍‌ ବୁଲିଥିଲେ। ତେବେ ସେତେବେଳେ ସେ ଏହି ଯାତ୍ରାକୁ ତାଙ୍କର ଆଧ୍ୟାତ୍ମିକ ଯାତ୍ରାବୋଲି କହିଥିଲେ। ରାଜନୀତି ସହ ସେ ଏହାକୁ ସମ୍ପୃକ୍ତ କରିନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.