suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦିଗବିଜୟ ସିଂହ କହିଲେ-ଭାରତରେ ଋଷିଆ ଓ ଚୀନ୍‌ ଭଳି ଗଣତନ୍ତ୍ର ଚାହୁଁଛନ୍ତି ମୋଦି ଓ ବିଜେପି

26/03/2023 at 5:41 PM

ଗ୍ୱାଲିୟର ୨୬।୩: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ସମାପ୍ତ ହେବା ଘଟଣାକୁ ନେଇ ପାର୍ଟିର ନେତା ଓ କର୍ମକର୍ତ୍ତାଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି। ସାରା ଦେଶରେ କଂଗ୍ରେସ ନେତା ସ୍ଥାନେ ସ୍ଥାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ଅନେକ ନେତା ଦିଲ୍ଲୀରେ ମୋଦି ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିବା ଲାଗି ଜାତୀୟ ରାଜଧାନୀକୁ ପହଞ୍ଚିବାରେ ଲାଗିଛନ୍ତି। ଏଥିରେ ପ୍ରଦେଶ ସ୍ତରରେ ମଧ୍ୟ କଂଗ୍ରେସର ସତ୍ୟାଗ୍ରହ ଜାରି ରହିଛି।

 ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ୍ କରିଛନ୍ତି। ଦିଗବିଜୟ ସିଂହ ରବିବାର ଗଣମାଧ୍ୟମକୁ ସମ୍ବୋଧିତ କରି ମୋଦି ଓ ବିଜେପି ଦେଶରେ ଚୀନ୍‌ ଓ ଋଷିଆ ଭଳି ଗଣତନ୍ତ୍ର ଚାହୁଁଥିବା କହିଛନ୍ତି। ରାହୁଲ ଗାନ୍ଧି କେବଳ ଏତିକି ପ୍ରଶ୍ନ କରିଥିଲେ ସେହି ୨୦ ହଜାର କୋଟି ଟଙ୍କା କୁଆଡୁ ଆସିଲା? ବାସ୍ ଏତିକିରେ ମୋଦି ଓ ବିଜେପି ତାଙ୍କ ସଂସଦ ସଦସ୍ୟତା ସମାପ୍ତ କରିବା ପାଇଁ ତାଙ୍କ ପଛରେ ପଡିଗଲେ ବୋଲି କହିଛନ୍ତି।

ସେ କହିଛନ୍ତି ଯେ ୨୦ ହଜାର କୋଟି ଟଙ୍କାର କଳା ଧନ ଲାଗି ଜେପିସି କାହିଁକି ଗଠନ ହେବନାହିଁ?ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷର ସରକାରରେ କେବଳ ଜୁମଲା ଚାଲିଛି ବୋଲି ଦିଗବିଜୟ କହିଛନ୍ତି। ୧୪ ବର୍ଷରେ ଭାରତୀୟ ଲୋକଙ୍କ ଯେତେ ଟଙ୍କା ସ୍ୱିସ୍‌ ବ୍ୟାଙ୍କରେ ଜମା ହୋଇଛି ଏଥିରେ କେବଳ ୨୦୨୧ ମସିହାରେ ସବୁଠୁ ଅଧିକ ୩୦ ହଜାର କୋଟି ଟଙ୍କା କଳାଧନ ଜମା ହୋଇଛି। ଏହା ପ୍ରମାଣିତ ବୋଲି ସେ କହିଛନ୍ତି।

ଦିଗବିଜୟ ସିଂହ କହିଛନ୍ତି ଯେ ନେହେରୁ ଗାନ୍ଧି ପରିବାର କେବେବି କାହାରିକୁ ଡରି ନାହିଁ। ସ୍ୱାଧୀନତା ସଂଗ୍ରାମ କାଳରେ ଆରଏସଏସ୍‌ର ଲୋକେ ବ୍ରିଟିଶ ଶାସନ ସହିତ ସାଲିସ କରିନେଇଥିଲେ। ତେବେ ଆମର ଯେତେ ସଦସ୍ୟତା ରଦ୍ଦ କରିଦେବ କର ହେଲେ ଆମେ କେବେ କ୍ଷମା ନିବେଦନ କରିବୁନି ବୋଲି ଦିଗବିଜୟ କହିଛନ୍ତି। ଦେଶରେ ମୋଦି ଓ ବିଜେପି ଚୀନ୍‌ ଓ ଋଷିଆ ଭଳି ଗଣତନ୍ତ୍ର ଚାହାନ୍ତି। ଯଦି ଦେଶବାସୀଙ୍କୁ ଚୀନ୍‌ ଓ ଋଷିଆର ଜନତାଙ୍କ ଭଳି ରହିବାକୁ ପସନ୍ଦ ସେମାନେ ଆଗକୁ ବିଜେପିକୁ ଚୟନ କରିପାରନ୍ତି ବୋଲି ମଧ୍ୟ କହିଛନ୍ତି।

   Related Posts