scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଡାଟା ସୁରକ୍ଷା ବିଲ୍‌ ଉପରେ କ୍ୟାବିନେଟ୍‌ ମୋହର, ଲୋକଙ୍କୁ ମିଳିବ ପ୍ରାଇଭେସି ଉପରେ ପୂରା ନିୟନ୍ତ୍ରଣ

5/07/2023 at 4:31 PM

ନୂଆଦିଲ୍ଲୀ, ୦୫/୦୭: ଲୋକଙ୍କ ଗୋପନୀୟତାକୁ ନେଇ ଖୁବ୍‌ଶୀଘ୍ର ଦେଶରେ ଆଇନ ହେବ। ଆଉ ଯଦି କେହି ଏଥିରେ ଖିଲାପ କରନ୍ତି ତେବେ ସେମାନଙ୍କୁ ମୋଟା ଜରିମାନା ଦେବାକୁ ପଡ଼ିପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ମିଟିଂ​‌ରେ ବୁଧବାର ‘ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକେ୍ସନ ବିଲ୍‌’କୁ ମଞ୍ଜୁରୀ ଦିଆଯାଇଛି। ଏବେ ସରକାର ଏହାକୁ ଆଗାମୀ ସପ୍ତାହ ଆରମ୍ଭରେ ମୌସୁମୀ ଅଧିବେଶନରେ ଉପସ୍ଥାପନ କରିପାରନ୍ତି।

ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍‌ରେ ୟୁଜର୍ସଙ୍କ ଗୋପନୀୟତା ଏବଂ ଡାଟା ସୁରକ୍ଷା ସହ ଜଡ଼ିତ ନିୟମର ଉଲ୍ଲଘଂନ କରୁଥିବା କମ୍ପାନିଙ୍କ ପାଇଁ କଡ଼ା ନିୟମ କରାଯାଇଛି। ବିଲ୍‌ ଅନୁଯାୟୀ ନିୟମରେ ଉଲ୍ଲଘଂନ କଲେ କମ୍ପାନି ଉପ​‌ରେ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯାଇପାରେ। ଦେଶରେ ଏପର୍ଯ୍ୟନ୍ତ କୌଣସି କଡ଼ା ଆଇନ ନାହିଁ। ଫଳରେ ଡାଟା ରଖୁଥିବା କମ୍ପାନି ଏହାର ଫାଇଦା ଉଠାଉଛନ୍ତି। ନିକଟ ଅତୀତରେ ଦେଶରେ ଅନେକ ସମୟରେ ବ୍ୟାଙ୍କ ବୀମା ଏବଂ କ୍ରେଡିଟ କାର୍ଡ ସହ ଜଡ଼ିତ ଡାଟା ଲିକ୍‌ର ଖବର ସାମ୍ନାକୁ ଆସିଛି। ଫଳ​‌ରେ ଡିଜିଟାଲ ସୁରକ୍ଷାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଛି।

ଅନେକ ଦେଶରେ ଲୋକଙ୍କ ବ୍ୟକ୍ତିଗତା ତଥ୍ୟର ସୁରକ୍ଷାକୁ ନେଇ କଡ଼ା ଆଇନ ରହିଛି। କିନ୍ତୁ ଭାରତରେ ଏଭଳି କୌଣସି ଆଇନ ନଥିଲା। ଏବେ ସରକାର ଏହି ଆଇନର କଡ଼ାକଡ଼ି ଭାବରେ ପାଳନ କରିବା  ପାଇଁ ‘ଡାଟା ପ୍ରୋଟେକ୍ସନ ବୋର୍ଡ’ ତିଆରି କରିବ। ବିଲ୍‌ ଅନୁଯାୟୀ ଆଇନ ପାଳନ କରିବା ପାଇଁ ଯେଉଁ ‘ଡାଟା ପ୍ରୋଟେକ୍ସନ ବୋର୍ଡ ଅଫ୍‌ ଇଣ୍ଡିଆ’ ତିଆରି ହେବ ତାହା ଗ୍ରାହକଙ୍କ ଅଭିଯୋଗ ଶୁଣିବା ଏବଂ ତାହାକୁ ସମାଧାନ କରିବା ଦିଗରେ କାମ କରିବ।

ଏମିତି ଦେଖାଦେଇଛି ଯେ ଗ୍ରାହକଙ୍କ ତଥ୍ୟ ସହ ସାଲିସ କରୁଛନ୍ତି ଏବଂ ତାଙ୍କ ବିନା ଅନୁମତିରେ ସେମାନେ ଡାଟାକୁ ବ୍ୟକହାର ଅନ୍ୟ କାମ ପାଇଁ କୁଛନଜ୍ତି। ଏହି ବିଲ୍‌ ଦ୍ବାରା ଏଭଳି ବ୍ୟବହାର ଉପରେ ରୋକ ଲାଗିବ। ଏହି ବିଲ୍‌ ଅନୁଯାୟୀ ଯଦି କେହି ସୋସିଆଲ ମିଡିଆ ଗ୍ରାହକ ନିଜର ଆକାଉଣ୍ଟ ଡିଲିଟ୍‌ କରୁଛନ୍ତି। ତେବେ କମ୍ପାନୀଙ୍କୁ ମଧ୍ୟ ତାଙ୍କର ସବୁ ଡାଟା ଡିଲିଟ କରିବାକୁ ପଡ଼ିବ। ସେହିଭଳି ପିଲାଙ୍କ ଅଧିକାରୀଙ୍କୁ ମଧ୍ୟ ଧ୍ୟାନ ରଖାଯାଇଛି। ଯେପରି ତଥ୍ୟ ଯୋଗୁଁ କୌଣସି ପିଲାଙ୍କୁ କ୍ଷତି ନପହଞ୍ଚେ।

ତେବେ ସରକାର ଯେତେବେଳେ ପ୍ରଥମେ ଏହି ବିଲ୍‌ର ଡ୍ରାଫ୍ଟ ଆଣିଥିଲେ କିନ୍ତୁ ବିରୋଧ ଯୋଗୁଁ ପ୍ରତ୍ୟାହାର କରାଯାଇଥିଲ। ଏହା ପରେ ସରକାର ପୁଣିଥରେ ବିଲ୍‌ ଆଣିବାକୁ ଜନତାକୁ ପରାମର୍ଶ ମାଗିଥିଲେ। ବିଲ୍‌କୁ ନେଇ ଅନେକ ମନ୍ତ୍ରାଳୟ ମଧ୍ୟରେ ଚର୍ଚ୍ଚା  ହୋଇଥିଲା ଏହାପରେ ଚୂଡ଼ାନ୍ତ ଡ୍ରାଫ୍ଟ ପ୍ରସ୍ତୁତ ହୋଇପାରିଛି।

ଆହୁରି ପଢ଼ନ୍ତୁ: RAW ହେଡ୍‌କ୍ୱାର୍ଟର କେଉଁଠି ? ଗୁଗୁଲ ବି ଜାଣିନି ଉତ୍ତର…

   Related Posts