ଜାଲରେ ପଡିଲା ବିଶାଳକାୟ ଭୋଲା ମାଛ, ୨୫ ହଜାର ଟଙ୍କାରେ ହେଲା ବିକ୍ରି
3/10/2023 at 11:53 AM

ଭୋଗରାଇ ୩।୧୦: ଜାଲରେ ପଡିଲା ବିଶାଳକାୟ ମାଛ । ଦିଘା ମୁହାଁଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ବିଶାଳକାୟ ମାଛ ପଡିଥିବା ଦେଖିବାକୁ ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ, ଗତ ଦୁଇ ଦିନ ଧରି ପୂର୍ବ ମେଦିନପୁର ଏବଂ ଓଡିଶାରେ ଲାଗିରହିଛି ବର୍ଷା । ମୂଷଳଧାରରେ ବର୍ଷା ଯୋଗୁଁ ଦିଘା ମୁହାଁଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ ବିଶାଳକାୟ ମାଛ ପଡିଛି । ଏହି ବିଶାଳକାୟ ଭୋଲା କଉ ମାଛର ଓଜନ ପ୍ରାୟ ୧୧୦ କେଜି ହେବ ବୋଲି ଜଣାପଡିଛି । ଏହି ମାଛ ବିରଳ । ସବୁ ସମୟରେ ଏହା ଦେଖିବାକୁ ମିଳେନାହିଁ । ଏହି ମାଛ କେବଳ ଗଭୀର ସମୁଦ୍ରରେ ରହିଥାନ୍ତି ।
ତେବେ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ମାଛ ପଡିବା ପରେ ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । ଏହି ମାଛଟି ପାରାଦୀପ ସମୁଦ୍ରରୁ ଧରାପଡିଛି ବୋଲି ଜଣାପଡିଛି । ବିସିସି କମ୍ପାନୀ ଏହି ମାଛକୁ ୨୫,୦୦୦ ଟଙ୍କାରେ କ୍ରୟ କରିଛି । ଏହି ମାଛକୁ ବିଦେଶକୁ ରପ୍ତାନୀ କରାଯାଏ ।
You Can Read :