ଯାଜପୁରରେ ଶ୍ରୀରାମଙ୍କ ଦିଗବିଜୟ ରଥ ଯାତ୍ରା, ୬୦ ଦିନରେ ପରିକ୍ରମା କରିବ ୧୫୦୦୦ କି.ମି.

Published By : Prameya-News7 Bureau | November 25, 2022 IST

ଯାଜପୁର: ଅଯୋଧ୍ୟାରୁ ବାହାରିଥିବା ଶ୍ରୀରାମଙ୍କ ଦିଗବିଜୟ ରଥ ଯାତ୍ରା ଯାଜପୁର ଜିଲ୍ଲାରେ ପହଁଚିଛି । ଯାଜପୁର ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଚଣ୍ଡିଖୋଲ ସ୍ଥିତ ଚଣ୍ଡୀମନ୍ଦିରରେ ପହଁଚିଥିଲା ରଥ । ସେଠାରେ ମନ୍ଦିର ଟ୍ରଷ୍ଟ ସଦସ୍ୟ ରଥକୁ ସ୍ୱାଗତ କରିଥିଲେ।

ଅକ୍ଟୋବର ୫ ତାରିଖରୁ ଏହି ରଥ ଯାତ୍ରା ଅଯୋଧ୍ୟାରୁ ଆରମ୍ଭ ହୋଇ ୨୭ ରାଜ୍ୟ ପରିକ୍ରମା କରି ଡିସେମ୍ବର ୩ରେ ଅଯୋଧ୍ୟାରେ ହିଁ ଶେଷ ହେବ। ଶ୍ରୀରାମଦାସ ମିଶନ ତତ୍ୱାବଧାନରେ ଏହି ରଥ ଯାତ୍ରା ଅନୁଷ୍ଠିତ ହେଉଛି । ୧୫୦୦୦ କିଲୋମିଟରର ଏହି ରଥ ଯାତ୍ରା ୬୦ ଦିନ ମଧ୍ୟରେ ପରିକ୍ରମା କରିବ । ସ୍ୱାମୀ ଶକ୍ତି ସନ୍ତାନଜୀଙ୍କ ଅଧ୍ୟକ୍ଷତାରେ ଏହି ରଥ ଯାତ୍ରା ୨୭ରାଜ୍ୟ ପରିକ୍ରମା କରିବ । ଏହି ରଥଯାତ୍ରା ପରିକ୍ରମାରେ ବିଭିନ୍ନ ରାଜ୍ୟରୁ ୨୭ ଜଣ ସାଧୁସନ୍ଥ ସାମିଲ ହୋଇଛନ୍ତି । ରାମରାଜ୍ୟର ପରିକଳ୍ପନା ଓ ପ୍ରତିଟି ହିନ୍ଦୁ ମାନଙ୍କ ମଧ୍ୟରେ ହିନ୍ଦୁତ୍ୱ ଜାଗ୍ରତ କରାଇବା ଏହି ରଥ ପରିକ୍ରମାର ମୂଳ ଲକ୍ଷ୍ୟ ବୋଲି ସାଧୁସନ୍ଥମାନେ ମତପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.