ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ, ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ
4/10/2023 at 9:38 AM

ବ୍ରହ୍ମପୁର ୦୪।୧୦ : ଆଜି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପ ନିର୍ବାଚନା I ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ସରିଛି I ଗତ ଅଗଷ୍ଟ ୩୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ୧୦ ଜଣ ସମିତି ସଭ୍ୟ ଗାୟବ ହୋଇଥିବା ଯୋଗୁଁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା I ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀଙ୍କ ମୃତ୍ୟୁ ପରେ ଏହି ଉପ ନିର୍ବାଚନ ହେଉଛି । ସୁରକ୍ଷା ଦୃଷ୍ଟିରୁ ବ୍ୟପକ ପୋଲିସ ମୁତୟନ କରାଯଇଛି I ଶାନ୍ତି ଶୃଙ୍କଳାର ସହ ଉପ ନିର୍ବାଚନ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି I ୨୬ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ଜଣେ ଜେଲରେ ଥିବା ବେଳେ ୨୫ ଜଣ ସମିତି ସଭ୍ୟ ମତଦାନ ଦେବାର ସମ୍ଭାବନା ରହିଛି I
ଖବର ଅନୁଯାୟୀ, ଆଜି ପୂର୍ବାହ୍ନ ୧୦ଟାରୁ ୧୧ ମଧ୍ୟରେ ନାମାଙ୍କନ ଦାଖଲ, ଅପରାହ୍ନ ୧୧ଟାରୁ ୧୧ଟା ୩୦ ଯାଞ୍ଚ ଓ ମଧ୍ୟାହ୍ନ ୧୨ଟା ପୂର୍ବରୁ ନାମାଙ୍କନ ପ୍ରତ୍ୟାହାର ଧାର୍ଯ୍ୟ ହୋଇଛି । ଆବଶ୍ୟକସ୍ଥଳେ ଅପରାହ୍ନ ୧୨ଟା ୩୦ରୁ ୨ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ । ମତଦାନ ପରେ ଭୋଟ ଗଣତି ଓ ବିଜୟୀ ପ୍ରାର୍ଥୀ ଘୋଷଣା କରାଯିବ । ସୁରକ୍ଷା ଦୃଷ୍ଟିରୁ ଏଠାରେ ଜଣେ ଏଏସ୍ପି, ଦୁଇଜଣ ଡିଏସ୍ପି, ୩ଜଣ ଇନ୍ସପେକ୍ଟରଙ୍କ ସହ ୪ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ବ୍ରହ୍ମପୁର ଏସ୍ପି ଡା.ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି । ପ୍ରାର୍ଥୀ ଓ ଭୋଟରଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ଦିଗପରେ ପୁଲିସ ଫୋକସ କରୁଛି । ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଛି ।