ଟ୍ରମ୍ପଙ୍କ ଇମିଗ୍ରେସନ ପଲିସି ପ୍ରବାସୀ ଭାରତୀୟଙ୍କ ପାଇଁ ହେବ କାଳ; ଟମ୍ ହାସନ ‘ବର୍ଡର ଜାର’ ନିଯୁକ୍ତି

Published By : Prameya-News7 Bureau | November 12, 2024 IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ବିଜୟ ପରେ ଦ୍ବିତୀୟ କାର୍ଯ୍ୟକାଳ ପାଇଁ ପ୍ରସ୍ତୁତ ଡୋନାଲ୍ଡ ଟ୍ରମ୍ପ । ଜାନୁଆରୀ ୨୦ ତାରିଖର ରାଷ୍ଟ୍ରପତି ଭାବେ ଶପଥ ନେବେ ଟ୍ରମ୍ପ । ହେଲେ ଏହା ପୂର୍ବରୁ ସେ ନିଜର ସରକାର କରିବାରେ ଗଠନରେ ଲାଗିପଡ଼ିଛନ୍ତି । ଏବେଠୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଦେଲେଣି । ସରକାର ଚଳାଇବା ପାଇଁ ଟ୍ରମ୍ପଙ୍କ ନୀତି ଇମିଗ୍ରେସନ ଦିଗରେ ଶକ୍ତ ଇଷାରା ଦେଉଛି । ଏହାର ସିଧାସଖଳ ପ୍ରଭାବ ବେଆଇନ ଭାବେ ଆମେରିକାରେ ରହୁଥିବା ଲୋକଙ୍କ ଉପରେ ପଡ଼ିବ । ସେହିପରି ଏଥିରେ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟ ପ୍ରଭାବିତ ହେବେ  । 

ସୂଚନା ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପ ଇମିଗ୍ରେସନ ଏବଂ କଷ୍ଟମ୍ ଏନଫୋର୍ସମେଣ୍ଟର ପୂର୍ବ ଚିଫ୍ ଟମ୍ ହାସନଙ୍କୁ ‘ବର୍ଡର ଜାର’ ଭାବେ ନିଯୁକ୍ତି ଦିଆଯାଇଛି । ବର୍ଡର ଏନପୋର୍ସମେଣ୍ଟର ମୁଖ୍ୟ ସମର୍ଥକର ହୋମନ ସିନେଟ୍ ଦକ୍ଷିଣ ଏବଂ ଉତ୍ତର ସୀମାରେ ସମୁଦ୍ର ଏବଂ ଆକାଶମାର୍ଗ ଉପରେ ନଜର ରଖିବେ ।  ସେ ନିଯୁକ୍ତି ପାଇବା ପରେ ଆମେରିକାରେ ସବୁଠାରୁ ବଡ଼ ନିର୍ବାସନ ଅଭିଯାନ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଆମେରିକାରେ ଇମିଗ୍ରେସନ ନୀତି ଲାଗୁ ହେବା ପରେ ପ୍ରବାସୀ ଭାରତୀୟଙ୍କ ଟେନସନ ବଢ଼ିଛି । କିଛି ଦିନ ପୂର୍ବରୁ ଆସିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି, ଆମେରିକାର ବେଆଇନ ଭାବେ ପ୍ରବେଶ କରୁଥିବା ଭାରତୀୟଙ୍କ ସଂଖ୍ୟା ଅଧିକ । ବିଶେଷ କରି ପଞ୍ଜାବ ଏବଂ ଗୁଜରାଟରୁ ଅଧିକ ସଂଖ୍ୟାରେ ପ୍ରବାସୀ ସୀମା ଡେଇଁ ଆମେରିକାରେ ବେଆଇନ ବସବାସ କରୁଛନ୍ତି । ଏମାନେ ମେକ୍ସିକୋ ଏବଂ କାନାଡା ହୋଇ ବିପଦସଙ୍କୁଳ ଭାବେ ପ୍ରବେଶ କରୁଛନ୍ତି । ମାନବ ତସ୍କରୀ ପାଇଁ ପ୍ରାୟ 70 ହଜାର ଆମେରିକୀୟ ଡଲାର ଖର୍ଚ୍ଚ କରୁଛନ୍ତି । ଡୋନାଲ୍ଡ ଟ୍ରମ୍ପ ହୋମନଙ୍କୁ ଇମିଗ୍ରେସନ ଏବଂ ଡିପୋର୍ଟସନ ବିଭାଗର ପ୍ରଭାରୀ କରିବା ପରେ ନିର୍ବାସନ ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.