ଅଦ୍ଭୁତ ଶିଶୁ ଜନ୍ମ
31/05/2018 at 6:14 AM

ଅଦ୍ଭୁତ ଶିଶୁ ଜନ୍ମ । ବାଲେଶ୍ଵର ଜିଲ୍ଳା ନୀଳଗିରି ଉପଖଣ୍ଡ ଡାକ୍ତରଖାନା ରେ ବୁଧବାର ର ବିଳମ୍ବିତ ରାତ୍ରୀରେ ଏହି ଅଦ୍ଭୁତ ଶିଶୁଟି ଜନ୍ମହୋଇଛି । ନୀଳଗିରି ଏନଏସି ଅଧିନସ୍ଥ କାହାଳିଆ ଗ୍ରାମର ଗଜେନ୍ଦ୍ର ମଣ୍ଡଳ ଙ୍କ ସ୍ତ୍ରୀ ମିନାକ୍ଷୀ ଗତକାଲି ଡାକ୍ତରଖାନା ରେ ଏହି ଅଦ୍ଭୁତ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଶିଶୁଟିର ମୁଣ୍ଡ ଅଦ୍ଭୂତ ଆକାରର ଏବଂ ତାହା ଅସଂପୂର୍ଣ୍ମ ଥିବା ମନେହେଉଛି । ତେବେ ଶିଶୁଟି ବର୍ତ୍ତମାନ ସୁଦ୍ଧା ଜୀବିତ ଥିଲେ ବି ତାର ସ୍ବାସ୍ଥାବସ୍ଥା ଉଦବେଗଜନକ ଥିବା ଜଣାଯାଇଛି ।