ପ୍ରଥମ ଓ ଶହେତମ ଶତକ ମଧ୍ୟରେ କଣ ରହିଛି ଫରକ୍ ? ଜବାବ୍ ରଖିଲେ ସଚିନ, ସମାଲୋଚକଙ୍କ ମୁହଁ ବନ୍ଦ କରିଦେଲେ

Published By : Prameya-News7 Bureau | August 15, 2020 IST

ନୂଆଦିଲ୍ଲୀ, ୧୫|୦୮: ସଚିନ ତେନ୍ଦୁଲକର ହେଉଛନ୍ତି ସେହି ବ୍ୟାଟସମ୍ୟାନ୍ ଯାହାଙ୍କ ନାମରେ ୧୦୦ଟି ଶତକର ରେକର୍ଡ ରହିଛି । ଏହି ରେକର୍ଡ କେବଳ ସଚିନଙ୍କ ନାମରେ ରହିଛି । ତେବେ ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ପାଇଁ ଅଗଷ୍ଟ ୧୪ ବହୁତ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଦିନରେ ସେ ପ୍ରଥମ ଶତକ ଅର୍ଜନ କରିଥିଲେ । ସେ ନିଜ ପ୍ରଥମ ଶତକକୁ ମନେ ପକାଇ ପ୍ରଶଂସକଙ୍କ ଅନେକ ପ୍ରଶ୍ନର ଉତ୍ତର ରଖିଛନ୍ତି । ଏହାସହ ସେ ନିଜ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି ।

ନିଜ ପ୍ରଥମ ଶତକର ୩୦ ବର୍ଷ ପୂର୍ତ୍ତି ଅବସରରେ ସଚିନ କହିଛନ୍ତି ଯେ, ସେ ଯେବେ ପ୍ରଥମ ଶତକ ଅର୍ଜନ କରିଥିଲେ ସେ ଜାଣିନଥିଲେ ଯେ ଆହୁରି ୯୯ଟି ଶତକ ଲଗାଇବା ବାକି ରହିଛି । ଯେତେବେଳେ ୯୯ତମ ଶତକ ଲଗାଇଲେ ସେ ଆଉ ଏକ ଶତକ ଲଗାନ୍ତୁ ବୋଲି ପ୍ରଶଂସକମାନେ ଚାହିଁଲେ । ସେମାନେ ଭୁଲିଗଲେ କି ଗୋଟିଏ ଶତକ ବାକି ଥିଲେ ମଧ୍ୟ ଆହୁରି ୯୯ ଶତକ ଅର୍ଜନ କରିଛନ୍ତି ।

wp:html /wp:html

ସେ ଆହୁରି କହିଛନ୍ତି ଯେ, ପ୍ରଥମ ଶତକ ତାଙ୍କ ପାଇଁ ବହୁତ ଖାସ୍ ଥିଲା । ଏହି ଶତକ ଦ୍ୱାରା ଭାରତ ଟେଷ୍ଟ୍ ସିରିଜ ଜିତିବା ଆଶା ଉଜ୍ଜୀବିତ ରଖିଥିଲା । ଭାରତ ପାଇଁ ଖେଳିବା ତାଙ୍କ ପାଇଁ ଗର୍ବର ବିଷୟ । ଏହାସହ ଦେଶବାସୀଙ୍କ ଭଲ ପାଇବା ଓ ସମର୍ଥନ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.