ଧୋନୀ ଶାନ୍ତ କିନ୍ତୁ କୋହଲି ଆକ୍ରମଣାତ୍ମକ, ମାହି ଓ ବିରାଟଙ୍କ ମଧ୍ୟରେ କଣ ରହିଛି ଫରକ ? କହିଲେ ଇରଫାନ

Published By : Prameya-News7 Bureau | August 27, 2020 IST

ନୂଆଦିଲ୍ଲୀ, ୨୭|୦୮:  ଭାରତୀୟ ଟିମ୍ କଥା ଉଠିଲେ ପ୍ରଥମେ ଅଧିନାୟକଙ୍କ ବାବଦରେ ଚର୍ଚ୍ଚା ହୁଏ । ଏବେ ଭାରତୀୟ ଦଳର ନେତୃତ୍ୱ ବିରାଟ କୋହଲିଙ୍କ ହାତରେ ରହିଛି । ତେବେ ବିରାଟ କୋହଲି ଓ ପୂର୍ବତନ ଅଧିନାୟର ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ କଣ ଫରକ ରହିଛି ତାହା କହିଛନ୍ତି ପୂର୍ବତନ ବୋଲର ଇରଫାନ ପଠାନ ।

ଭାରତ ଧୋନୀଙ୍କ ନେତୃତ୍ୱରେ ଆଇସିସି ଟି୨୦ ବିଶ୍ୱକପ, ୨୦୧୧ ବିଶ୍ୱକପ ଓ ଚାମ୍ପିଅନ୍ସ ଟ୍ରଫି ଜିତିଛି । କିନ୍ତୁ ବିରାଟଙ୍କ ନେତୃତ୍ୱରେ ଭାରତ କୌଣସି ଆଇସିସି ଟ୍ରଫି ଜିତିନାହିଁ । ଇରଫାନ କହିଛନ୍ତି ଯେ, ଏକଦା ସମୟ ଥିଲା ଯେତେବେଳେ ଧୋନୀଙ୍କ ଶାନ୍ତ ସ୍ୱଭାବ ବିପକ୍ଷ କ୍ରିକେଟର ବୁଝିପାରନ୍ତି ନାହିଁ । କିନ୍ତୁ ବିରାଟଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ବିପକ୍ଷ ଦଳ ବୁଝିନିଅନ୍ତି । ଧୋନୀ କ୍ୟାପ୍ଟେନ୍ କୁଲ କିନ୍ତୁ କୋହଲି ଆକ୍ରମଣାତ୍ମକ । ତେବେ ଉଭୟ ଧୋନୀ ଓ ବିରାଟଙ୍କ ଆଭିମୁଖ୍ୟ ଦଳ ପାଇଁ ସଫଳ ସାବ୍ୟସ୍ତ ହୋଇଛି ।

{"id":321136,"width":588,"height":441,"sizeSlug":"large"}

ଇରଫାନ ଆହୁରି କହିଛନ୍ତି ଯେ, ଧୋନୀ ଅନେକ ସମୟରେ ତଳକ୍ରମରେ ବ୍ୟାଟିଂ କରିବାକୁ ଆସି ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ବିରାଟ ମଧ୍ୟ ଅନେକ ରେକର୍ଡ ହାସଲ କରିଛନ୍ତି । ଅଷ୍ଟ୍ରେଲିଆକୁ ନିଜ ମାଟିରେ ମାତ୍ ଦେଇଛନ୍ତି ବିରାଟ । ତେବେ ଭାରତୀୟ କ୍ରିକେଟ ଇତିହାସରେ ଧୋନୀ ଜଣେ ସଫଳ ଅଧିନାୟକ । ସେ ଦଳକୁ ଟେଷ୍ଟରେ ୧ ନମ୍ବର କରିଛନ୍ତି । କିନ୍ତୁ ବିରାଟ ଦଳକୁ କୌଣସି ଆଇସିସି ଟ୍ରଫି ଦେଇନାହାଁନ୍ତି । ତେବେ ସେ ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁକୁ ପରାସ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.