oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ପିଉଛନ୍ତି କି ଡାଏଟ୍‌ ସୋଡ଼ା, ହୋଇଯାଆନ୍ତୁ ସାବଧାନ: ଚାଲିଯାଇପାରେ ଦୃଷ୍ଟି ଶକ୍ତି

17/08/2022 at 12:12 PM

ନୂଆଦିଲ୍ଲୀ ୧୭/୦୮: ଆପଣଙ୍କ ଆଖି ପାଇଁ ହାନିକାରକ ହୋଇପାରେ ଡାଏଟ୍‌ ସୋଡ଼ା । ଏକ ଅଧ୍ୟୟନ ଏହି ଦାବି କରିଛି । ଅଧ୍ୟୟନ ଅନୁସାରେ, ଅତ୍ୟଧିକ ମାତ୍ରାରେ ଡାଏଟ୍‌ ସୋଡ଼ା ପିଇବା ଦ୍ୱାରା ‘ଡାଇବେଟିକ୍‌ ରେଟିନୋପାଥି’ ନାମକ ସ୍ଥିତି ଉପୁଜିଥାଏ, ଯାହା ଆଖି ପାଇଁ କ୍ଷତିକାରକ ।

ପ୍ରତି ସପ୍ତାହ ୪ଟି କେନ୍‌ କିମ୍ବା ହାରାହାରି ୧.୫ ଲିଟର ମୃଦୁ ପାନୀୟ ପିଇବା ଦ୍ୱାରା ଡାଇବେଟିକ୍‌ ରେଟିନୋପାଥି ଆଶଙ୍କା ଦୁଇଗୁଣ ବୃଦ୍ଧି ହୋଇପାରେ ବୋଲି ଅଧ୍ୟୟନରୁ ଜଣାପଡ଼ିଛି । କ୍ଲିନିକାଲ୍‌ ଆଣ୍ଡ ଏକ୍ସପେରିମେଣ୍ଟାଲ ଓପ୍‌ଥାଲମୋଲୋଜି ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନ ଅଣ-ମାଦକ ମୃଦୁ ପାନୀୟ ଓ ଚକ୍ଷୁ ସ୍ୱାସ୍ଥ୍ୟ ମଧ୍ୟରେ ଦୃଢ଼ ସମ୍ପର୍କ ଦର୍ଶାଇଛି । ୬୦୯ ଜଣ ବୟସ୍କଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା ।

ସେମାନଙ୍କ ମଧ୍ୟରୁ ୭୩ ଜଣଙ୍କର ଟାଇପ୍‌-୧ ମଧୁମେହ, ୫୧୦ ଜଣଙ୍କର ଟାଇପ୍‌-୨ ମଧୁମେହ ଥିଲା । ବାକି ୨୬ ଜଣଙ୍କ ତଥ୍ୟ ସ୍ପଷ୍ଟ ନ ଥିଲା । ପ୍ରତିଯୋଗୀଙ୍କ ହାରାହାରି ବୟସ ଥିଲା ୬୫ ବର୍ଷ । ମୋଟ୍‌ ପ୍ରତିଯୋଗୀଙ୍କ ମଧ୍ୟରୁ ୪୬.୮ ପ୍ରତିଶତ ନିୟମିତ ମୃଦୁ ପାନୀୟ ପିଇଥିଲେ । ଅନ୍ୟମାନେ ଡାଏଟ୍‌ ସୋଡ଼ା ପିଇଥିଲେ ।

ନିୟମିତ ମୃଦୁ ପାନୀୟ ପିଇଥିବା ଲୋକଙ୍କଠାରେ ଡାଏଟ୍‌ ସୋଡ଼ା ପିଇଥିବା ବ୍ୟକ୍ତିଙ୍କ ତୁଳନାରେ ଏହି ରୋଗ ଦେଖାଯାଇନଥିଲା । ଡାଇବେଟିକ୍‌ ରେଟିନୋପାଥି ହେଉଛି ମଧୁମେହର ଏକ ଜଟିଳତା, ଯେଉଁଥିରେ ଉଚ୍ଚ ଶର୍କରା ସ୍ତର ଆଖି ରେଟିନାକୁ ନଷ୍ଟ କରିଦିଏ । ତେଣୁ ଦୃଷ୍ଟି ଶକ୍ତି ବାଧାପ୍ରାପ୍ତ ହୁଏ । ଏହି ରୋଗ ବ୍ୟକ୍ତିର ଦୃଷ୍ଟି ଶକ୍ତି ପାଇଁ ଏକ ବଡ଼ ଧରଣର ସମସ୍ୟା ହୋଇଥିବାରୁ ଏହାକୁ ଚିହ୍ନଟ ନ କଲେ ବ୍ୟକ୍ତି ଦୃଷ୍ଟିଶକ୍ତି ହରାଇ ଦେଇପାରେ ।

ସେଥିପାଇଁ ମଧୁମେହ ରୋଗୀଙ୍କୁ ନିୟମିତ ଚକ୍ଷୁ ଯାଞ୍ଚ୍‌ କରାଇବାକୁ ପରାମର୍ଶ ଦିଆଯାଏ । ମଧୁମେହ ଶରୀରର ରକ୍ତ ବାହିକାଗୁଡ଼ିକୁ ନଷ୍ଟ କରିଦିଏ । ରକ୍ତ ଶର୍କରା ସ୍ତର ଯେତେବେଳେ ଅସାଧାରଣ ରୂପେ ବୃଦ୍ଧି ପାଏ, ବିଭିନ୍ନ ଅଙ୍ଗକୁ ସଂଯୋଗ କରୁଥିବା ରକ୍ତ ବାହିକାଗୁଡ଼ିକୁ ତାହା ଅବରୋଧ କରେ । ଚକ୍ଷୁର କ୍ଷୁଦ୍ର ରକ୍ତ ବାହିକାରେ ଏଭଳି ଜଟିଳତା ଦେଖାଯାଏ ।

ଚକ୍ଷୁର ରକ୍ତ ବାହିକା ଯେତେବେଳେ ବନ୍ଦ ହୋଇଯାଏ, ଆଲୋକ ଚିହ୍ନଟ କରୁଥିବା ସେହି ଅଂଶ ନଷ୍ଟ ହୋଇଯାଏ । ତାହା ପରେ ଅପ୍ଟିକ୍‌ ସ୍ନାୟୁ ମଧ୍ୟଦେଇ ମସ୍ତିଷ୍କକୁ ଯାଉଥିବା ସଙ୍କେତକୁ ବାଧା ଦିଏ । ମଧୁମେହ ପୀଡ଼ିତ ବ୍ୟକ୍ତିଙ୍କୁ ଡାଇବେଟିକ୍‌ ରେଟିନୋପାଥିର ଉଚ୍ଚ ଆଶଙ୍କା ରହିଛି । ଏଥିସହ ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟେରଲ ଓ ନିୟମିତ ତମାଖୁ ସେବନ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହି ଆଶଙ୍କା ଅଧିକ । ଗର୍ଭବତୀଙ୍କୁ ଏହି ସ୍ଥିତିର ଆଶଙ୍କା ବେଶି । ତେଣୁ ଶରୀରରେ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

   Related Posts