କ’ଣ ଆପଣ ଜାଣିଛନ୍ତି କି ପୃଥିବୀକୁ ପରିକ୍ରମା କରୁଥିବା ଜହ୍ନର ଏକ ସାଙ୍ଗ ବି ଅଛି?
1/03/2020 at 10:29 PM

ନୂଆଦିଲ୍ଲୀ୧/୩: କଣ ଆପଣ ଜାଣିଛନ୍ତି କି ପୃଥିବୀକୁ ପରିକ୍ରମା କରୁଥିବା ଜହ୍ନର ଏକ ସାଙ୍ଗ ବି ଅଛି। ଗତ ତିନି ବର୍ଷ ହେଲା ସେ ବି ମିତ ବସିଛି। ଆଉ ପୃଥିବୀକୁ ପରିକ୍ରମା କରୁଛି। ଏହାର ସାଇଜ୍ ଖୁବ୍ ଛୋଟ। ତେବେ ପୃଥିବୀର ଏହି ନୂଆ ଜହ୍ନ ଆଉ କିଛି ଦିନ ଭିତରେ ହଜିଯିବ ବୋଲି ବୈଜ୍ଞାନିକମାନେ କହୁଛନ୍ତି।
ଭିଓ- ଫେବ୍ରୁଆରୀ ୧୫। ଭ୍ୟାଲେଣ୍ଟାଇନ ଡେର ହ୍ୟାଙ୍ଗ ଓଭର ଯାଇନାହିଁ। ଆଉ ଏତିକିବେଳେ ଜଣା ପଡ଼ିଲା ପୃଥିବୀର ପ୍ରେମରେ ପଡ଼ିଛି ଆଉ ଏକ ଜନ୍ମ । ଏହା ପୃଥିବୀକୁ ପରିକ୍ରମା କରୁଛି। ସେ ପୁଣି ଦୀର୍ଘ ୩ ବର୍ଷ ହେଲାଣି। ବୈଜ୍ଞାନିକମାନେ ଏହାର ନାଁ ଦେଇଛନ୍ତି 2020 CD3। ଏହାର ସାଇଜ ପାଖାପାଖି ୬.୨ ଫୁଟରୁ ୧୧ ଦଶମିକ ୪ ଫୁଟ ଭିତରେ ହେବ। ମାନେ ଏକ କାର୍ ସାଇଜ୍ର।
Catalina Sky Surveyର ବୈଜ୍ଞାନିକ କାକପର ୱିର୍ଜକୋର ଏବଂ ଥିଓଡର ପ୍ରୁନି ଏହାକୁ ଆବିଷ୍କାର କରିଥିଲେ। ପ୍ରଥମେ ପ୍ରଥମେ କେହି ଏହାକୁ ଏକ କୃତ୍ରିମ ଉପଗ୍ରହ ବା ସାଟେଲାଇଟ ଭାବୁଥିଲେ। କିନ୍ତୁ ଆଷ୍ଟ୍ରୋନୋମିକ ୟୁନିୟନସ ମାଇନର ପ୍ଲାନେଟ ସେଣ୍ଟର ଯାହାକି ମହାକାଶରେ ବୁଲୁଥିବା ଛୋଟଛୋଟ ଗ୍ରହାଣୁ ପୁଞ୍ଜ ଉପରେ ନଜର ରଖିଥାଏ କହିଥିଲା କି ଏହା ଏକ ପ୍ରାକୃତିକ ଗ୍ରହ ଖଣ୍ଡ ।
ଏହା ମହାକାଶରେ ଘୁରି ବୁଲୁଥିଲା କିନ୍ତୁ ପୃଥିବୀର ମାଧ୍ୟାକର୍ଷଣର ଶକ୍ତିରେ ପ୍ରଭାବିତ ହୋଇ ଏହା ନିକଟତର ହୋଇଥିଲା । ସେବେଠାରୁ ଏହା ପୃଥିବୀ ଚାରିପଟେ ଘୁରି ବୁଲୁଛି । ଅବଶ୍ୟ ଏହା ପୃଥିବୀ ପାଇଁ କୌଣସି କ୍ଷତି କରିବନି କିନ୍ତୁ ଯେଉଁଭଳି ଭାବେ ଏହା ପୃଥିବୀ ଚାରିପଟେ ବୁଲୁଛି ଏହା ବେଶୀ ଦିନ ରହିବନି। ଦେଖନ୍ତୁ ଏହାର ଅର୍ବିଟ କେମିତି ଏହା ବୁଲୁଛି ପୂଥିବୀ ଚାରିପଟେ। ଏପ୍ରିଲ ମାସରେ ଏହି ଲଭ୍ ଷ୍ଟୋରି ଶେଷ ହୋଇଯିବ। ଏହା ପୃଥିବୀଠାରୁ ଦୂରେଇ ଯିବ ଏବଂ ମହାକାଶରେ ପୁଣି ହଜିଯିବ।