ଏକଛତ୍ରବାଦୀ ଫ୍ରାଙ୍କୋଙ୍କ ଶେଷ ମୂର୍ତ୍ତିକୁ ବି ରଖିଲାନି ସ୍ପେନ୍, ରହିବ ନଗରପାଳିକା ଷ୍ଟୋରରେ

Published By : Prameya-News7 Bureau | February 24, 2021 IST

ମେଲିଲା: ସ୍ପେନ୍‌ର ଉତ୍ତର ଆଫ୍ରିକୀୟ ଏନକ୍ଲେଭ ମେଲିଲାରେ ଥିବା ପୂର୍ବତନ ଏକଛତ୍ରବାଦୀ ଜେନେରାଲ ଫ୍ରାନସିସ୍କୋ ଫ୍ରେଙ୍କୋଙ୍କ ଶେଷ ସାର୍ବଜନିକ ମୂର୍ତ୍ତିଟିକୁ ହଟାଇ ଦିଆଯାଇଛି। ଏକଛତ୍ରବାଦୀ ଶାସକଙ୍କ ମୃତ୍ୟୁର ୪୫ ବର୍ଷ ପରେ ଦେଶରୁ ତାଙ୍କରଶେଷ  ସ୍ମୃତି ନିଶ୍ଚିହ୍ନ ହୋଇଯାଇଛି। ଏଠାରେ ସ୍ଥାପିତ ଫ୍ରଙ୍କୋଙ୍କ ଏହି ମୂର୍ତ୍ତିଟି ବ୍ରୋଞ୍ଜରେ ନିର୍ମିତ ହୋଇଥିଲା, ଯାହାକୁ ୧୯୭୮ ମସିହାରେ ନିର୍ମାଣ କରାଯାଇଥିଲା।

{"id":414220,"sizeSlug":"large","linkDestination":"none"}

୧୯୨୦ ରିଫ ଯୁଦ୍ଧରେ ସ୍ପେନିୟ ଲିଜିୟନ କମାଣ୍ଡର ଭାବେ ତାଙ୍କ ଭୂମିକାକୁ ସ୍ମରଣୀୟ କରିବା ଲାଗି ଏହି ମୂର୍ତ୍ତି ନିର୍ମିତ ହୋଇଥିଲା। ଯେଉଁଥିରେ ମରକୋର ବର୍ବର ଜନଜାତିଙ୍କ ବିରୋଧରେ ସ୍ପେନ ସଂଗ୍ରାମ କରିଥିଲା। ତେବେ ୧୯୭୫ ମସିହାରେ ତାଙ୍କର ପରଲୋକ ପରେ ସ୍ପେନ ଗୃହଯୁଦ୍ଧ (୧୯୩୬-୩୯) କାଳର ଏହି ଏକ ଛାତ୍ରବାଦୀ ଶାସକଙ୍କ ଲାଗି ଆଉ ରାଜରାସ୍ତାରେ ଶ୍ରଦ୍ଧାଞ୍ଜଳି, ସ୍ମୃତିସଭା ଆଦି ଅନୁଷ୍ଠିତ ହେବ ନାହିଁ।

{"id":414221,"sizeSlug":"large","linkDestination":"none"}

ବ୍ରୋଞ୍ଜ ପ୍ରତିମାଟିକୁ ହଟାଇ ଦିଆଯିବା ପରେ ତାକୁ ଏବେ ନଗରପାଳିକ ଗୋଦାମକୁ ପଠାଇ ଦିଆଯାଇଥିବା ମେଲାଲୀ କର୍ତ୍ତୃପକ୍ଷ କହିଛନ୍ତି। ତେବେ ଏହାକୁ ସଂଗ୍ରହାଳୟରେ ରଖାଯିବ କି ନା ସେ ନେଇ କିଛି ସ୍ପଷ୍ଟ ଭାବେ କୁହି ନାହାନ୍ତି। ୨୦୦୭ରେ ତତ୍କାଳୀନ ସମାଜବାଦୀ ସରକାର ଏକ ଆଇନ ଗ୍ରୁହୀତ କରି ଫ୍ରାଙ୍କୋଙ୍କ ସମ୍ମାନରେ ନାମିତ ସଡ଼କର ନୂତନ ନାମକରଣ ସହ ତାଙ୍କ ସ୍ମାରକରେ ସ୍ଥାପିତ ପ୍ରତିମା ସବୁକୁ ହଟାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

{"id":414223,"width":579,"height":385,"sizeSlug":"large","linkDestination":"none"}

ସେହି ଅନୁସାରେ ସମୟକ୍ରମେ ଫ୍ରାଙ୍କୋଙ୍କ ପ୍ରତିମାଗୁଡିକୁ ସ୍ପେନର ବିଭିନ୍ନ ସ୍ଥାନରୁ ହଟାଇ ଦିଆଯାଇଥିବା ବେଳେ ମେଲିଲାରେ ଥିବା ଶେଷ ପ୍ରତିକୃତିକୁ ମଧ୍ୟ ହଟିଛି। ଏଠାରୁ ଫ୍ରାଙ୍କୋଙ୍କ ପ୍ରତିମୂର୍ତ୍ତି ହଟାଇବାକୁ ସୋମବାର ବିଧାନସଭାରେ ଭୋଟ ହୋଇଥିଲା। କେବଳ ଦକ୍ଷିଣପନ୍ଥୀ ଭକ୍ସ ପାର୍ଟିକୁ ଛାଡିଦେଲେ ଅନ୍ୟ ରାଜନୈତିକ ଦଳମାନେ ଏଥିରୁ ନିବୃତ୍ତ ରହିଥିଲେ।

{"id":414224,"sizeSlug":"large","linkDestination":"none"}

ଇୟୁରୋପରେ ଦୀର୍ଘତମ ଏକଛତ୍ରବାଦ ଶାସନ କାଳରେ ଜେନେରାଲ ଫ୍ରାଙ୍କୋ ଦୃଢ ହସ୍ତରେ ସ୍ପେନକୁ ଶାସନ କରିଥିଲେ। ତାଙ୍କ ବିରୋଧରେ ଶ୍ୱର ଉତ୍ତୋଳନକାରୀଙ୍କୁ ଜେଲ, ଜରିମାନା,ନିର୍ଯାତନା ଓ ହତ୍ୟା ସାଧାରଣ କଥା ଥିଲା। ୨୦୧୮ରେ ପେଡ୍ରୋ ସାଞ୍ଚେଜ୍ ସରକାରକୁ ଆସିବା ପରେ ଫ୍ରାଙ୍କୋଯୁଗର ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ କରିଛନ୍ତି।

{"id":414227,"width":579,"height":348,"sizeSlug":"large","linkDestination":"none"}

୧୯୭୫ ମସିହାରେ ତାଙ୍କ ପରଲୋକ ପରେ ଫ୍ରାଙ୍କୋଙ୍କ ପାର୍ଥୀବ ଶରୀରକୁ ମାଦ୍ରିଦ ନିକଟସ୍ଥ ଫଲେନ ଉପତ୍ୟାକାର ବେଶିଲିକାରେ କବର ଦିଆଯାଇଥିଲା। ଯାହାକୁ ସମାଜବାଦୀ ସରକାର ଅକ୍ଟୋବର ୨୦୧୯ରେ ସେଠାରୁ ବାହାର କରି ସ୍ପେନ୍‌ ରାଜଧାନୀ ବାହାରେ ଥିବା ଏଲ ପାର୍ଦ୍ଦୋର ଏକ ସାର୍ବଜନିକ ଶ୍ମଶାନରେ ସ୍ଥାନିତ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.