suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ମୋବାଇଲ୍ ଦୋକାନକୁ ଯିବା କ୍ଷଣି ଡିକି ଭାଙ୍ଗି ଲୁଟି ନେଲେ ୧ ଲକ୍ଷ ୫୭ ହଜାର ଟଙ୍କା

16/12/2022 at 6:51 PM

ଆନନ୍ଦପୁର: ଡିକି ଭାଙ୍ଗି ଆଖି ପିଛୁଳାକେ ଲୁଟି ନେଲେ ୧ ଲକ୍ଷ ୫୭ ହଜାର ଟଙ୍କା। ବ୍ୟବସାୟୀ ଜଣକ ମୋବାଇଲ୍ ଦୋକାନକୁ ଯିବା କ୍ଷଣି ଦୋକାନ ବାହାରେ ଛିଡା ହୋଇଥିବା ବାଇକ୍‌ରୁ ଟଙ୍କା ଲୁଟି ଫେରାର ମାରିଛନ୍ତି ଦୁର୍ବୃତ୍ତ। ଏହି ଘଟଣା କେନ୍ଦୁଝର ଜିଲ୍ଲା ଘଷିପୁରା ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ମୋବାଇଲ୍ ଦୋକାନ ସମ୍ମୁଖରେ ଘଟିଛି। ଲୁଟ୍‌ର ଶିକାର ବ୍ୟବସାୟୀ ଘସିପୁରା ଥାନା ନଦୁଆଁ  ଗ୍ରାମର ତ୍ରିଲୋଚନ ସାହୁ।

ଶୁକ୍ରବାର ପାଖା ପାଖି ଦିନ ୧୨ଟା ସମୟରେ ନିଜ ଘରେ ୧ଲକ୍ଷ ଟଙ୍କା ଓ ଘସିପୁରା ଶାଖା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ଥିଲେ।  ସେଥି ମଧ୍ୟରୁ କିଛି ଟଙ୍କା ବ୍ୟାଙ୍କ  ଅଫ ଇଣ୍ଡିଆ ଘଷିପୁରା  ଶାଖାରେ ଜମା କରିବା ପରେ ବଳକା ୧ଲକ୍ଷ ୫୭ହଜାର ଟଙ୍କା ବାଇକ୍ ଡିକିରେ  ରଖି କିଛି ସମୟ ପାଇଁ ମୋବାଇଲ୍ ଦୋକାନ  ଭିତରକୁ ଯାଇଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ବାଇକ୍ ଡିକି ଭାଙ୍ଗି ଟଙ୍କା ନେଇ ପଳାଇଥିଲେ।  ଅଭିଯୋଗ ପରେ ଘସିପୁରା ପୋଲିସ୍ ତୁରନ୍ତ ତନାଘନା  ଆରମ୍ଭ କରିଛି। ଉଭୟ ବ୍ୟାଙ୍କ ଓ ମୋବାଇଲ୍ ଦୋକାନ  ସିସିଟିଭିକୁ ଯାଞ୍ଚ କରିବାପରେ କେତେକ ଅଜଣା ବ୍ୟକ୍ତିଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଛି।

   Related Posts