ଭାରତ ଜୋଡ଼ୋ ଯାତ୍ରାରେ ସାମିଲ୍ ହେଲେ ଦିବ୍ୟାଙ୍ଗ, ହ୍ବିଲ ଚେୟାରକୁ ଗଡ଼ାଇଲେ ରାହୁଲ ଗାନ୍ଧୀ...

Published By : Prameya-News7 Bureau | November 27, 2022 IST

ଇନ୍ଦୋର, ୨୭,୧୧: କଂଗ୍ରେସର ଭାରତ ଜୋଡ଼ୋ ଯାତ୍ରା ମଧ୍ୟପ୍ରଦେଶରେ ପହଞ୍ଚିଛି। ରବିବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଜାରି ରହିଥିବା ’ଭାରତ ଜୋଡ଼ୋ ଯାତ୍ରା’ ରବିବାର ମଧ୍ୟପ୍ରଦେଶର ସବୁଠୁ ବଡ଼ ସହ ଇନ୍ଦୋରରେ ପହଞ୍ଚିଥିଲା। ଏହି ସମୟରେ ସମାଜର ଭିନ୍ନ-ଭିନ୍ନ ସମୁଦାୟର ଲୋକଙ୍କ ସହ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ମଧ୍ୟ ଯାତ୍ରାରେ ସାମିଲ ହୋଇଥିଲେ ଏବଂ ରାହୁଲ କିଛି ସମୟ ପାଇଁ ତାଙ୍କ ହ୍ବିଲଚେୟାରକୁ ଧକ୍କା ଦେଉଥିବା ନଜର ଆସିଥିଲେ। ଯାତ୍ରାରେ ଭାଗ ନେବା ପରେ ଦିବ୍ୟାଙ୍ଗ ମନୋହର କହିଛନ୍ତି ଯେ ସେ ରାହୁଲ ଏବେ ଦେଶ ବଦଳିବା ଦରକାର।

ସୂଚନାଥାଉ ଯେ ଭାରତ ଜୋଡୋ ଯାତ୍ରା ରବିବାର ମଧ୍ୟପ୍ରଦେଶରେ ପଞ୍ଚମ ଦିନରେ ପହଞ୍ଚିଥିଲା। ଏଥିରେ । ରବିବାର ରାଲି ଡ. ଭିମରାଓ ଆମ୍ବେଦକରଙ୍କ ଜନ୍ମସ୍ଥଳୀ ମହୁରେ ରାତ୍ରି ବିଶ୍ରାମ ପରେ ରାହୁଲଙ୍କ ନେତୃତ୍ବରେ ପଦଯାତ୍ରା ଆରମ୍ଭ ହୋଇଥିଲା। ଯାତ୍ରା ପାଇଁ ପୋଲିସ ତରଫରୁ ୧୪୦୦ ସୁରକ୍ଷା କର୍ମୀ ନିୟୋଜିତ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.