Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗୌହାଟୀ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, କେନ୍ଦ୍ରମନ୍ତ୍ରୀଙ୍କ ସହ ଥିଲେ ୨ ବିଜେପି ବିଧାୟକ

4/06/2023 at 4:32 PM

ନୂଆଦିଲ୍ଲୀ, ୦୪/୦୬: ଯାନ୍ତ୍ରିକ ତ୍ରୁଟି କାରଣରୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ। ରବିବାର ସକା​‌ଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ଡିବ୍ରୂଗଢ଼ ଯାଉଥିବା ଇଣ୍ଡିଗୋର ଏକ ବିମାନ, ଗୌହାଟୀର ଗୋପୀନାଥ ବୋରଦୋଲୋଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନ 6E2652ରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି ଏବଂ ଭାରତୀୟ ଜନତା ପାର୍ଟିର ଦୁଇ ବିଧାୟକ ପ୍ରଶାନ୍ତ ଫୁକନ ଏବଂ ତେରାଶ ଗୋବାଲା ମଧ୍ୟ ଥିଲେ।

ଏଏନଆଇକୁ ଦେଇଥିବା ପ୍ରତିକ୍ରିୟାରେ ରାମେଶ୍ବର ତେଲୀ କହିଛନ୍ତି ଯେ, ‘‘ଯାନ୍ତ୍ରିକ ତ୍ରୁଟି କାରଣରୁ ଜରୁରୀ ଅବତରଣ କରାଯାଇଛି। ଏହାରଠାରୁ ସେ ବିମାନ ବନ୍ଦରରେ ଅଛନ୍ତି। ଆଜି ଦୁଲିୟାଜାନ, ତିଙ୍ଗଖୋଗ, ଏବଂ ତିନସୁକିୟାରେ ତିନି ବୈଠକ କାର୍ଯ୍ୟକ୍ରମ ଅଛି ବୋଲି କହିଛନ୍ତି ରାମେଶ୍ବର ତେଲି।’’

ଆହୁରି ପଢ଼ନ୍ତୁ: ଟ୍ରେନ୍ ଦୁର୍ଘଟଣା ପରେ ଏୟାରଲାଇନ୍ସଙ୍କୁ ସରକାରଙ୍କ କଡ଼ା ନିର୍ଦ୍ଦେଶ, ବିମାନ ଭଡ଼ା ଉପରେ ରଖ ନଜର; ନହେଉ ଅସାମାନ୍ୟ ବୃଦ୍ଧି

ସେ ଆହୁରି କହିଛନ୍ତି ‘‘ଡିବ୍ରୁଗଢ଼ ବିମାନ ବନ୍ଦରରେ ଓହ୍ଲାଇବା ଏବଂ ଫେରିବା ପୂର୍ବରୁ ଉଡ଼ାଣର ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ବିମାନ ଆକାଶରେ ଥିଲା । କିନ୍ତୁ ଏହାର କିଛି ସମୟ ପରେ ଗୌହାଟିରେ ଜରୁରି ଅବତରଣ ହୋଇଥିଲା। ଆମେ ସମସ୍ତେ ସୁରକ୍ଷିତ ଅଛୁ।’’ ତେବେ ସେ କହିଛନ୍ତି ଗୌହାଟି ବିମାନ ବନ୍ଦର ଅଧିକାରୀ ବିମାନ ପୁଣିଥିରେ ଉଡ଼ାଣ ଭରିବ ନାହିଁ ବୋଲି କହିଛନ୍ତି । ବିମାନବବନନ୍ଦର ଅଧିକାରୀ ମଧ୍ୟ ଡିବ୍ରୁଗଢ଼ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ ସ୍ପଷ୍ଟ କରିଛି।

ଆହୁରି ପଢ଼ନ୍ତୁ: ଭାରତ ଆସୁଛନ୍ତି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ, ରାଜନାଥ ସିଂହଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବେ ଅଷ୍ଟିନ୍

   Related Posts