ଜାତୀୟ ଦିବ୍ୟାଙ୍ଗ ଅନୁଷ୍ଠାନରେ ଦିବ୍ୟାଙ୍ଗ ଦିବସ; ଯୋଗଦେଲେ ଏମସ୍ କାର୍ଯ୍ୟକାରୀ ନିର୍ଦ୍ଦେଶକ
3/12/2022 at 6:32 PM

କଟକ ୦୩/୧୨: ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ କଟକ ଜିଲ୍ଲା ଓଲଟପୁରରେ ଥିବା ଜାତୀୟ ଦିବ୍ୟାଙ୍ଗ ଅନୁଷ୍ଠାନ ଏସ୍ଭି ନିରତାରରେ ପାଳନ କରାଯାଇଛି। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଭୂବନେଶ୍ଵରର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ମିଶ୍ର ଏଥିରେ ମୁଖ୍ୟ ଅତିଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଶିଶୁରୋଗ ବିଶେଷଜ୍ଞ ଡାକ୍ତର କିଶୋର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦିବ୍ୟାଙ୍ଗଙ୍କୁ ଉଦ୍ବୋଧନ ଦେବା ସହିତ ସହାୟତା ଉପକରଣ ବାଣ୍ଟିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ନିର୍ଦ୍ଦେଶକ ପତିତପାବନ ମହାନ୍ତି, ଉପନିର୍ଦ୍ଦେଶକ ଡାକ୍ତର ପବିତ୍ର ସାହୁ ଓ କିଶୋର ମହାପାତ୍ର ଉପସ୍ଥିତ ଥିଲେ। ଶେଷରେ ଦିବ୍ୟାଙ୍ଗମାନଙ୍କ ଦ୍ଵାରା ସଂସ୍କୃତିକ କର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା

Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023