ନବୋଦୟ ସ୍କୁଲରେ ବ୍ୟାପିଲା ଝାଡାବାନ୍ତି, ସ୍ୱାସ୍ଥ୍ୟ ବିଭାଗର ସ୍ଥିତି ଅନୁଧ୍ୟାନ
12/08/2023 at 7:54 AM

ସମ୍ୱଲପୁର ୧୨/୦୮: ଗୋଶାଳା ନବୋଦୟ ସ୍କୁଲରେ ବ୍ୟାପିଲା ଝାଡ଼ାବାନ୍ତି । ସ୍ୱାସ୍ଥ୍ୟ ବିଭାଗର ସ୍ଥିତି ଅନୁଧ୍ୟାନ । ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ପିଲା ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସ୍କୁଲ କର୍ତ୍ତୃପକ୍ଷ ସିଡିଏମ୍ଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଫଳରେ ୭ ଜଣିଆ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ, ରାତି ସୁଦ୍ଧା ସମସ୍ତଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିବା ବେଳେ କାହାକୁ ଡାକ୍ତରଖାନା ସ୍ଥାନାନ୍ତର କରିବାକୁ ପଡିନି ।
ସୂଚନା ଥାଉକି, ପିଲାମାନେ ଭାତ, ରୁଟି ସହ ୩ ପ୍ରକାରର ତରକାରୀ ଏବଂ କ୍ଷୀରି ଖାଇଥିଲେ । ହେଲେ ସକାଳୁ ଗୋଟିଏ ପରେ ଗୋଟିଏ କରି ୮୦ରୁ ଉର୍ଦ୍ଧ୍ୱ ପିଲାଙ୍କୁ ଝାଡା ହୋଇଥିବା ବେଳେ କିଛି ପିଲା ବାନ୍ତି ମଧ୍ୟ କରିଥିଲେ । ଫଳରେ ଅଧ୍ୟକ୍ଷ ସୁଧାଂଶୁ କୁମାର ଦାସ ତୁରନ୍ତ ସିଡିଏମ୍ଓଙ୍କୁ ସୂଚନା ଦେଇଥିଲେ ।
you can also read…