ଭୋପାଳ/ପନ୍ନା ୧୧/୧୨: ବିଲରେ ହଳ କରୁଥିଲେ କୃଷକ, ମିଳିଲା ୯୦ ଲକ୍ଷ ଟଙ୍କାର ହୀରା। କୃଷକଙ୍କୁ ମିଳିଲା ୬୦ ଲକ୍ଷ ଟଙ୍କାର ହୀରା, ବଦଳିଗଲା ଭାଗ୍ୟ। ଏଭଳି ଶୀର୍ଷକ ପ୍ରାୟ ବେଳେ ବେଳେ ଖବରରେ ଦେଖିବାକୁ ମିଳେ। କିନ୍ତୁ ଏହା ପଛରେ ଦୁଃଖଦ କାହାଣୀ ଲୁଚି ରହିଛି। ପନ୍ନାର ଚାଷୀ ପ୍ରାୟ ହୀରା ପାଉଥିବା ଖବର ଶୁଣିବାକୁ ମିଳେ। ଅନ୍ୟ ଚାଷୀ ଭାବନ୍ତି ମୋତେ ଯଦି ଗୋଟେ ହୀରା ମିଳନ୍ତା ମୁଁ ବି କୋଟିପତି ହୁଅନ୍ତି। କିନ୍ତୁ ଏହାର ପ୍ରଚ୍ଛଦ ପଟରେ ଅନ୍ୟ ଏକ କାହାଣୀ ରହିଛି ଯାହା ଅତ୍ୟନ୍ତ ଦୟନୀୟ। ସାମଜିକ ବନ୍ଧନ ଯୋଗୁ ଏମାନେ ସମାଜରେ ମିଶିପାରନ୍ତି ନାହିଁ। ତଥାପି ସେମାନଙ୍କ କାହାଣୀ ବାହାରକୁ ବାହାରେ। ଏସବୁ ଦେଖିବା ପରେ ଏମିତି କାହାଣୀ ମନକୁ ଆସେ , ହୀରା ପାଇବାକୁ ଆଶା ରଖ କିନ୍ତୁ ତାହାର ଚମକରେ ଭୋଳ ହୋଇଯାଆ ନାହିଁ।
{"id":212818,"sizeSlug":"large","linkDestination":"none"}ଏମିତି ଋଣଭାରରେ ବୁଡ଼ିଯାଆନ୍ତି ଚାଷୀ
ହୀରାର ଭଣ୍ଡାର ଥିବା ପନ୍ନାରେ ଚାଷୀ ନିଜ ନିଜ ଜମିରେ ହୀରା ଖୋଜୁଛନ୍ତି। ରାତି ଦିନ ଏକ କରି ଚାଷ ଜମି ଖୋଳୁଛନ୍ତି ଚାଷୀ। ହୀରା ପାଇବା ଆଶାରେ ଲୋକେ ଜମିଦାରଙ୍କ ପାଖରୁ ୧୦ ପ୍ରତିଶତ ହାରରେ ଋଣ ଆଣୁଛନ୍ତି । ନ୍ୟୁଜ୍ ୧୮ରେ ପ୍ରକାଶିତ ଏକ ଖବର ଅନୁସାରେ ଜଣେ ଚାଷୀ କହିଛନ୍ତି ଋଣ ଆଣିବା ପରେ ଜମି ଖୋଳିବା ଜାରି ରହେ। ଯଦି ବି ହୀରା ମିଳେ ତାର ଦାମ ଏତେ କମ୍ ହୋଇଥାଏ ଯେ ଜମିଦାରର ଟଙ୍କା ବର୍ଷ ବର୍ଷ ଲାଗିଲେ ବି ସୁଝିହେବ ନାହିଁ। ଯଦି ୨୦୦୦ ଚାଷୀ ଜମିରେ ଖୋଳୁଛନ୍ତି ତେବେ ୨ ଜଣଙ୍କୁ ହିଁ ହୀରା ମିଳେ ବୋଲି କୁହାଯାଏ। ସେପଟେ ଜମିରେ ଖନନ ଚାଲୁଥିବାରୁ ଚାଷୀ ଘର ଚଳାଇବା ପାଇଁ ଋଣ କରନ୍ତି। ଏହି ଭଳି ହୀରା ଆଶା ଚାଷୀଙ୍କୁ ବରବାଦ ଆଡ଼କୁ ବାଟ କଢ଼ାଇ ନିଏ।
ଅକ୍ସନ ପେଣ୍ଡିଂ ରହିଲେ ଚାଷୀର ବଢ଼େ ଟେନ୍ସନ୍
{"id":114148,"sizeSlug":"large","linkDestination":"none"}ମିଳିଥିବା ସୂଚନା ଅନୁସାରେ ଜମି ଖୋଳିବା ପାଇଁ ଋଣ ଘର ଚଳାଇବା ପାଇଁ ଋଣ ତାପରେ ହୀରା ମିଳିଲେ ବି ଅକ୍ସନ ପେଣ୍ଡିଂ ଚାଷୀଙ୍କ ଚିନ୍ତା ଦ୍ବିଗଣିତ ହୋଇଯାଏ। ଚାଷୀ ହୀରା ମିଳିବା ପରେ ଚାଷୀ ଏହାକୁ ସିଧା ଡାଏମଣ୍ଡ ଅଫିସ୍ ନେଇ ଯାଏ। ସେଠାରେ ଭ୍ୟାଲୁଅର ବୈଠକରେ ଡାଏମଣ୍ଡ ଅଫିସରକୁ କୁହାଟାଏ ହୀରାର ଦାମ କେତେ ରହିବ। କିନ୍ତୁ ଚାଷୀ ଅନ୍ୟ କେଉଁଠି ବି ହୀରା ବିକ୍ରି କରିପାରିବ ନାହିଁ। ତେବେ ହୀରାର ଦାମ ଧାର୍ଯ୍ୟ ହୋଇଗଲା ପରେ ବି ଏହାର ନିଲାମୀ ହୋଇପାରେ ନାହିଁ। କାରଣ ବେପାରୀ ଏହାର ଦାମ ଠିକ୍ ନକହିଲେ ଅକ୍ସନ ରହିଯାଏ। ଅକ୍ସନ ୩ମାସ ବି ଅଟକି ଯାଇପାରେ ବା ୯ ମାସ। ଏହି ସବୁ ଦିନରେ ପରିବାର ପୋଷିବା ପାଇଁ ଚାଷୀ ସାହୁକାର ପାଖରୁ ଟଙ୍କା ଋଣ ନେଇଥାଏ
ପାରିବାରିକ ପରିସ୍ଥିତି ଏମିତି ବି ଆସେ
ଜଣେ ଚାଷୀ ହୀରା ପାଇବା ପରେ ତାଙ୍କ ଝିଅ ପାଇଁ ପ୍ରସ୍ତାବ ଆସେ। ପ୍ରସ୍ତାବ ଅନୁସାରେ ବାହା କରିବାକୁ ପରିବାର ରାଜି ଥିଲେ ବି ହୀରା ଅକ୍ସନ ଅଟକି ଯିବାରୁ ବାହା ଘର ବି ଅଟକିଯିବାର ଭୟ ଥାଏ। ତେଣୁ ଚାଷୀ ସାହୁକାର ପାଖରୁ ମୋଟା ଅଙ୍କର ଋଣ ଆଣି ଝିଅ ବାହାଘର କରେ। କିନ୍ତୁ ସେପଟେ କେବେ ହୀରା ଅକ୍ସନ ହେବ ଟଙ୍କା ମିଳିବ ତାହା ଚାଷୀକୁ ଜଣାନଥାଏ। ସେପଟେ ସାହୁକାର ହୀରା ପାଇଥିବା ଚାଷୀଙ୍କୁ ଋଣ ଦେବା ପାଇଁ ସର୍ବଦା ତତ୍ପର ଥାଏ।
ଡାଏମଣ୍ଡ ମାର୍ଚେଣ୍ଟଙ୍କ ସିଣ୍ଡିକେଟ୍
{"id":128633,"sizeSlug":"large","linkDestination":"none"}ହୀରା ବେପାରୀ ହୀରା ନିଲାମୀରେ ସାମିଲ ହେବା ପୂର୍ବରୁ ନିଜ ନିଜ ଭିତରେ ଏକ ବୁଝାମଣା କରନ୍ତି। ।ହୀରାର ପ୍ରକୃତ ମୂଲ୍ୟ ଠାରୁ କମ୍ ଦରରେ ହୀରା କିଣିବାକୁ ନିଷ୍ପତ୍ତି କରନ୍ତି। ପରେ ଏହି ହୀରାକୁ ଅଧା ଦାମରେ କିଣି ଆଉ ଅଧା ଟଙ୍କା ନିଜ ନିଜ ଭିତରେ ବାଣ୍ଟି ନିଅନ୍ତି।
ସରକାରୀ ଓ ଘରୋଇ ଖାଦନ ମିଳିଯାଏ
ଯେଉଁ ଚାଷୀଙ୍କ ପାଖରେ ନିଜ ଜମି ଅଛି ସେମାନେ ନିଜ ଇଚ୍ଛା ଖୋଳିପାରନ୍ତି। କିନ୍ତୁ ଯାହାର ଜମି ନାହିଁ କିନ୍ତୁ ହୀରା ପାଇବାକୁ ଇଚ୍ଛା ସେମାନେ ୨୦୦ ଟଙ୍କାରେ ୨୫* ୨୫ ଜାଗା ନେଇ ଖନନ କରିପାରିବେ। କିନ୍ତୁ ତାଙ୍କ ପାଖରେ ରାଜ୍ୟର ଆଇଡି ଥିବା ଆବଶ୍ୟକ।
କୁହାଯାଏ, ୪୦୦ ବର୍ଷ ପୂର୍ବେ ରାଜା ଛତ୍ରସାଲଙ୍କ ରାଜ୍ୟ ଥିଲା ପନ୍ନା। ସେତେବେଳ ସେଠାରେ ଜଣେ ପ୍ରାଣ ନାଥ ନାମକ ସନ୍ଥ ବାସ କରୁଥିଲେ। ରାଜା ତାଙ୍କର ସେବାରେ ଅତ୍ୟନ୍ତ ପ୍ରସନ୍ନ ହୋଇଥିଲେ। ଦିନେ ରାଜା କହିଥିଲେ ‘ପ୍ରାଣନାଥ, ମୋ ଘୋଡ଼ା ଯେଉଁଠି ବି ପାଦ ପାକାଇବ ସେଠାରେ ହୀରାର ଖଣି ମିଳିବ।’