ମଧୁମେହ ରୋଗୀ ଖାଇପାରିବେ ଆମ୍ୱ, ଗବେଷଣା ପରେ ବିଶେଷଜ୍ଞ ରଖିଲେ ମତ
12/05/2023 at 9:04 AM

ନୂଆଦିଲ୍ଲୀ ୧୨/୦୫: ଭାରତରେ ଲକ୍ଷାଧିକ ଲୋକ ମଧୁମେହ ପରି କ୍ରନିକ୍ ରୋଗରେ ଆକ୍ରାନ୍ତ । ଟାଇପ୍-୧ ମଧୁମେହ ଅଟୋଇମ୍ୟୁନ୍ ପ୍ରତିକ୍ରିୟାରୁ ହେଉଥିବା ବେଳେ ଟାଇପ୍-୨ ମଧୁମେହ ଖରାପ ଜୀବନଶୈଳୀ ଓ ବଦାଭ୍ୟାସରୁ ହୋଇଥାଏ । ରକ୍ତରେ ଶର୍କରାସ୍ତର ବଢିଲେ ମଧୁମେହ ହୋଇଥାଏ । ପାନ୍କ୍ରିୟାଜ୍ ପର୍ଯ୍ୟାପ୍ତ ମାତ୍ରାରେ ଇନ୍ସୁଲିନ୍ ଉତ୍ପାଦନ କରିପାରି ନଥାଏ କିମ୍ବା ଇନ୍ସୁଲିନ୍ର ପୁରା ଉପଯୋଗ ହୋଇପାରି ନଥାଏ । ଫଳରେ ରକ୍ତରେ ଶର୍କରା ମାତ୍ରା ବଢିଯାଇଥାଏ ।
ଫଳ ନ ଖାଇବାକୁ ପରାମର୍ଶ:
କିନ୍ତୁ ବିଶେଷଜ୍ଞଙ୍କ ମତରେ ମଧୁମେହ ରୋଗୀ ଆମ୍ବକୁ ନିୟନ୍ତ୍ରିତ ମାତ୍ରାରେ ଖାଇପାରିବେ । କାରଣ ଏହାର ବହୁ ଫାଇଦା ମଧ୍ୟ ରହିଛି । କମ୍ ଆମ୍ବ ଖାଇଲେ ରକ୍ତରେ ଶର୍କରା ସ୍ତର ବଢି ନଥାଏ । ପୋଷକ ତତ୍ତ୍ୱରେ ଭରା ଆମ୍ବରେ ବହୁତ ଶର୍କରା ରହିଛି । କମ୍ କାର୍ବୋହାଇଡ୍ରେଡ୍ ରହିଥିବା ବେଳେ ଶରୀର ପାଇଁ ଆବଶ୍ୟକ ବହୁ ଭିଟାମିନ୍ ଓ ମିନେରାଲ୍ସ ମଧ୍ୟ ରହିଛି । ସେହିପରି ଭିଟାମିନ୍-ଇ, କେ ଓ ବି କମ୍ପେ୍ଲକ୍ସ ମଧ୍ୟ ରହିଛି । ଏହାବ୍ୟତୀତ ହାଇ-ଫାଇଭର୍, କ୍ୟାଲ୍ସିୟମ୍, ପୋଟାସିୟମ୍ ଓ କପର୍ ଆଦି ଭରପୂର ରହିଥାଏ । ଯାହା ଶରୀର ପାଇଁ ବହୁତ ଲାଭଦାୟକ ।
ଆମ୍ବ କେତେ ସୁରକ୍ଷିତ?
ରକ୍ତରେ ଶର୍କର ସ୍ତର ନ ବଢାଇବା ପାଇଁ ଏକାଥରକେ ବହୁ ଆମ୍ବ ନ ଖାଇବା ଉଚିତ୍ । ମଧୁମେହ ରୋଗୀ ଅଧା କପ୍(୮୨.୫ ଗ୍ରାମ୍) ଆମ୍ବ ଖାଇ ଚେକ୍ କରିବା ଦରକାର ଯେ ରକ୍ତରେ ଶର୍କରା ସ୍ତର କେତେ ବଢୁଛି । ସେହି ହିସାବରେ ଆମ୍ବ ଖାଇବା ଦରକାର । ଆମ୍ବର ଫାଇଦା ଗବେଷଣା ଅନୁସାରେ ଆମ୍ବ ମେଟାବଲିଜିମ୍ ଡିସ୍ଅର୍ଡରର ଚିକିତ୍ସା କରିବାରେ ପ୍ରମୁଖ ଭୂମିକା ତୁଲାଇଥାଏ ।