scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗବେଷଣାରୁ ଜଣାପଡିଲା, ଡାୟବେଟିଜ୍‌ରେ ଏହି କ୍ୟାନସରର ବିପଦ ଅଧିକ

4/10/2023 at 5:48 PM

ନୂଆଦିଲ୍ଲୀ ୪।୧୦: ଭାରତରେ ମଧୁମେହ ବା ଡାୟବେଟିଜ୍ ବେମାରୀ ଏବେ ସମସ୍ୟାର କାରଣ ହେଲାଣି। ପ୍ରତିବର୍ଷ ଏହି ରୋଗରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ବଢିବଢି ଚାଲିଛି। ଏବେ ଡାୟବେଟିଜ୍‌କୁ ନେଇ ଏକ ନୂଆ ଗବେଷଣା ସାମ୍ନାକୁ ଆସିଛି, ଯେଉଁଥିରେ ଏପରି ରୋଗୀଙ୍କଠାରେ ବ୍ଲଡ କ୍ୟାନସର ହେବାର ସମ୍ଭାବନା ସବୁଠୁ ଅଧିକ ବୋଲି କୁହାଯାଇଛି। ଗବେଷଣାରେ କୁହାଯାଇଛି ଯେ ମଲ୍ଟିପଲ ମାୟୋଲୋମାରେ ଯେଉଁ ରୋଗୀଙ୍କ ଠାରେ ଡାୟବେଟିଜ୍ ଥିଲା ସେମାନଙ୍କଠାରେ କ୍ୟାନସର ସେଲରେ ତୀବ୍ର ବିକାଶ ହୋଇଥିଲା।

ମଲ୍ଟିପଲ ମାୟୋଲମା ଯୋଗୁ ବ୍ଲଡ କ୍ୟାନସର ହେବାର ସମ୍ଭାବାନା ଅଧିକ ଥାଏ। ସେମାନଙ୍କଠାରେ ପରେ ବ୍ଲଡ କ୍ୟାନସର ଦେଖାଯାଇଛି। ଏହି ଗବେଷଣା ସନ୍ଦର୍ଭ ‘ବ୍ଲଡ ଆଡଭାନସେଜ’ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି। ମେମୋରିଆଲ କ୍ୟାଟରିଂ କ୍ୟାନସର କେନ୍ଦ୍ରର ଡା. ଉର୍ଭି ଶାହଙ୍କ ଅନୁସାରେ ଏହି ଗବେଷଣାରୁ ଜଣାପଡିଛି ଯେ ଡାୟବେଟିଜରେ ପୀଡିତ ଯେଉଁ ରୋଗୀଙ୍କ ଠାରେ ମଲ୍ଟିପଲ ମାୟଲୋମା ଥିଲା ସେମାନଙ୍କଠାରେ ମୃତ୍ୟୁ ହାର ଅଧିକ ଦେଖାଯାଇଛି।

ଡାୟବେଟିଜରେ ରୋଗୀଙ୍କ ଇମ୍ୟୁନିଟି ଦୁର୍ବଳ ହୋଇପଡିଥାଏ। ଏଣୁ ସେମାନଙ୍କଠାରେ କ୍ୟାନସରର ବିପଦ ସର୍ବାଧିକ ଥାଏ। ମଲ୍ଟିପଲ ମାୟଲୋମା ଥିବା ପାଖପାଖି ୬ ହଜାର ରୋଗୀଙ୍କ ଉପରେ ଏହି ଗବେଷଣା କରାଯାଇଥିଲା। ଏହି ଗବେଷଣାରେ ସାମିଲ ୧୬ ପ୍ରତିଶତ ରୋଗୀଙ୍କଠାରେ ଡାୟବେଟିଜ ଥିଲା। ଯେଉଁମାନଙ୍କୁ ଡାୟବେଟିଜ୍ ଥିଲା ସେମାନଙ୍କ ମଧ୍ୟରୁ ଡାୟବେଟିଜ ନଥିବା ଲୋକଙ୍କ ତୁଳନାରେ ଜୀବିତ ରହିବାର ହାର ଅନେକ କମ୍ ଥିଲା। ଏଥିରୁ ଡାୟବେଟିଜ ବେମାରୀ କ୍ୟାନସରକୁ ବିପଦଜନକ କରୁଥିବା ଜଣାପଡିଛି।

ଭାରତରେ ବ୍ଲଡ କ୍ୟାନସର ମାମଲା ପ୍ରତିବର୍ଷ ବଢିବଢି ଚାଲିଛି। ପ୍ରତିବର୍ଷ ଦେଶରେ ୫୦ ହଜାର ଲୋକେ କେବଳ ବ୍ଲଡକ୍ୟାନସରରେ ପ୍ରାଣ ହରାଉଛନ୍ତି। ଆମେରିକା ଓ ଚୀନ ପରେ ବ୍ଲଡକ୍ୟାନସରର ସର୍ବାଧିକ ମାମଲା ଥିବା ତୃତୀୟ ଦେଶ ହେଉଛି ଭାରତ। ଅଧିକାଂଶ କାରଣରେ ବ୍ଲଡ କ୍ୟାନସର ଜେନେଟିକ୍ ବୋଲି ଜଣାପଡିଛି। ଜେନେଟିକ କୋଡରେ ମ୍ୟୁଟେସନ ଯୋଗୁ ଏପରି ହେଉଛି। ବ୍ଲଡକ୍ୟାନସର ହେବାର ସବୁଠୁ ବଡ଼ କାରଣ ବୋନ ମ୍ୟାରୋର ଫଙ୍କସନରେ ତ୍ରୁଟି ଦେଖାଦେବା।

ବୋନ ମ୍ୟାରୋରେ ଯେବେ ସାଧାରଣ କୋଷିକା କମ୍ ତିଆରି ହୁଅନ୍ତି ସେତେବେଳେ ବ୍ଲଡ କ୍ୟାନସର ହୁଏ। ଏପରି କ୍ୟାନସର ମାମଲା ପିଲାଙ୍କଠାରେ ବେଶି ଦେଖାଯାଉଛି। ବ୍ଲଡ କ୍ୟାନସରରୁ ରକ୍ଷା କରିବାକୁ ଡାକ୍ତର ପ୍ରାୟତଃ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କରିବାକୁ ପରାମର୍ଶ ଦେଇଥାନ୍ତି। ତେବେ ଏହି ଟ୍ରାନ୍ସପ୍ଲାଣ୍ଟେସନ ପାଇଁ ସହଜରେ ଡୋନର ମିଳୁ ନାହାନ୍ତି। ଏହି କାରଣ ଯୋଗୁ ବ୍ଲଡ କ୍ୟାନସରର ଅନେକ ରୋଗୀ ବିନା ଚିକିତ୍ସାରେ ରହି ଯାଉଛନ୍ତି।

   Related Posts