oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ଅଧିନାୟକ ଭାବେ ୭ମ ମ୍ୟାଚ୍‌ରେ ଧୋନୀ ଜିତିଥିଲେ ଆଇସିସି ଟ୍ରଫି, ୨୦୦ ମ୍ୟାଚ୍‌ ପରେ ବି କୋହଲିଙ୍କ ହାତ ଖାଲି

16/05/2021 at 8:57 PM

ନୂଆଦିଲ୍ଲୀ ୧୭।୦୫: ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ୍‌କୁ ପାଖାପାଖି ଗୋଟିଏ ମାସ ସମୟବାକି ରହିଛି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟମ ମଇଦାନରେ ଏହି ମୁକାବିଲା ଖେଳାଯିବ। ସବୁଠୁ ଅଧିକ ନଜର ବିରାଟ କୋହଲିଙ୍କ ଉପରେ ରହିବ। କାରଣ ଅଧିନାୟକ ଭାବେ ବିରାଟ କୋହଲି ଗୋଟିଏ ହେଲେ ଆଇସିସି ଟ୍ରଫି ଜିତି ପାରି ନାହାନ୍ତି। ଭାରତ ପକ୍ଷରୁ ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନୀ ଓ କପିଲ ଦେବ ଆଇସିସି ଟ୍ରଫି  ଜିତି ପାରିଛନ୍ତି।

ବିରାଟ କୋହଲି ଭାରତ ପକ୍ଷରୁ ୨୦୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ରେ ଅଧିନାୟକ କରି ସାରିଛନ୍ତି। ତଥାପି ଏ ପର୍ଯ୍ୟନ୍ତ ଭାରତକୁ ଗୋଟିଏ ହେଲେ ଆଇସିସି ଟ୍ରଫି ଦେଇ ପାରି ନାହାନ୍ତି। ସବୁଠୁ ଅଧିକ ମ୍ୟାଚ୍‌ରେ ଅଧିନାୟକ ରହିବା ମାମଲାରେ କୋହଲି ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କ ଉପରେ ରହିଛନ୍ତି ମହେନ୍ଦ୍ର ସିଂହ ଧୋନୀ(୩୩୨) ଓ ମହମ୍ମଦ ଆଝାରୁଦ୍ଦୀନ(୨୨୧)। ଧୋନୀ ଅଧିନାୟକ ରହି ଭାରତକୁ ଟି-୨୦ ବିଶ୍ଵ କପ୍, ଦିନିକିଆ ବିଶ୍ଵ କପ୍ ଓ ଚମ୍ପିଆନ୍ସ ଟ୍ରଫି ଚମ୍ପିଆନ କରାଇଛନ୍ତି। ସେ ଆଇସିସିର ତିନି ଅଲଗା ଅଲଗା ଟୁର୍ଣ୍ଣାମେଣ୍ଟରେ ଦଳକୁ ଜିତାଇବାରେ ଦୁନିଆର ଏକ ମାତ୍ର ଅଧିନାୟକ।

କପିଲ ଦେବ ୨୦ତମ ମ୍ୟାଚ୍

ଭାରତୀୟ କ୍ରିକେଟ୍ ଦଳ କପିଲ ଦେବଙ୍କ ନେତୃତ୍ଵରେ ୧୯୮୩ରେ ପ୍ରଥମ ବିଶ୍ଵକପ୍ ଜିତିଥିଲା। ଭାରତ ଫାଇନାଲରେ ଦୁର୍ଦ୍ଦଷ ଓ୍ଵେଷ୍ଟଇଣ୍ଡିଜକୁ ପରାସ୍ତ କରି ପ୍ରଥମ ଥର ବିଶ୍ଵ କପ୍ ଜିତି ଇତିହାସ ରଚିଥିଲା। ଅଧିନାୟକ ଭାବେ କପିଲ ଦେବଙ୍କ ଏହା ୨୦ତମ ମ୍ୟାଚ୍ ଥିଲା। ସେହି ପରି ମହେନ୍ଦ୍ର ସିଂହ ଅଧିନାୟକ ଭାବେ ମାତ୍ର ୭ମ ମ୍ୟାଚ୍‌ରେ ଆଇସିସି ଟ୍ରଫି ଜିତିଥିଲେ। ୨୦୦୭ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଟି-୨୦ ବିଶ୍ଵ କପ୍‌ର ଫାଇନାଲ୍‌ରେ ଭାରତ ପାକିସ୍ତାନକୁ  ହରାଇ ଚମ୍ପିଆନ ହୋଇଥିଲା।

ବିଜୟ ମାମଲାରେ କୋହଲି ଦ୍ଵିତୀୟରେ

ଏମଏସ ଧୋନୀ ଅଧିନାୟକ ଭାବେ ସର୍ବାଧିକ ମ୍ୟାଚ୍‌ରେ  ବିଜୟୀ ହୋଇଛନ୍ତି। ସେ ୩୩୨ ମ୍ୟାଚ୍‌ରେ ଦଳର ନେତୃତ୍ଵ ନେଇ ୧୭୮ରେ  ବିଜୟ ହାସଲ କରିଛନ୍ତି। ୧୨୦ ମୁକାବିଲାରେ ଦଳ ପରାଜିତ ହୋଇଛି। ୬ ମ୍ୟାଚ୍ ଟାଇ ରହିଥିବା ବେଳେ ୧୫ ମୁକାବିଲା ଡ୍ର ରହିଛି। ଅନ୍ୟପଟେ  ବିରାଟ କୋହଲି ୨୦୦ ମ୍ୟାଚ୍‌ରେ ଦଳର ଅଧିନାୟକ ରହି ସାରିଛନ୍ତି। ଏଥିରୁ ୧୨୮ଟିରେ ଦଳ ବିଜୟୀ ହୋଇଥିବା ବେଳେ ୫୫ଟିରେ ପରାସ୍ତ ହୋଇଛି। ୩ ଟାଇ ରହିଥିବା ବେଳେ ୧୦ ଡ୍ର ରହିଛି। ଆଝାରୁଦ୍ଦୀନଙ୍କ ନେତୃତ୍ଵରେ ଭାରତ ୧୦୪ ମୁକାବିଲା ଜିତିଥିବା ବେଳେ ୧୦୦ରେ ପରାସ୍ତ ହୋଇଛି।

   Related Posts