ବିନା କ୍ରିକେଟରେ ବି ଧୋନିଙ୍କ କ୍ରେଜ୍ : କାହ୍ନା ରିଜର୍ଭରେ ବାଘ ଫଟୋ ସେୟାର ,ସୋସିଆଲ ସାଇଟରେ ଟ୍ରାଫିକ୍ ଜାମ୍
15/02/2020 at 1:56 PM

ମୁମ୍ବାଇ ୧୫/୨: ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଇନଷ୍ଟାଗ୍ରାମରେ ଏକ ବାଘ ଫଟୋ ପୋଷ୍ଟ କରିଛନ୍ତି। ଧୋନିଙ୍କ କହିବା ମୁତାବକ ଏହି ବାଘ ତାଙ୍କୁ ମଧ୍ୟପ୍ରଦେଶର କାହ୍ନା ଟାଇଗର ରିଜର୍ଭରେ ଦେଖିବାକୁ ମିଳିଥିଲା। ଧୋନି ସୋସିଆଲ ମିଡିଆରେ ବହୁତ କମ୍ ଜିନିଷ ପୋଷ୍ଟ କରିଥାଆନ୍ତି,କିନ୍ତୁ ଯେତେବେଳେ ବି ସେ ପୋଷ୍ଟ୍ କରିଥାଆନ୍ତି ଏହା ଅତ୍ୟନ୍ତ ସହଜରେ ଭାଇରାଲ୍ ହୋଇଯାଇଥାଏ। ଏଥର ମଧ୍ୟ ସେଇଆ ହୋଇଛି। ଏହି ପୋଷ୍ଟକୁ ଲକ୍ଷ ଲକ୍ଷ ଲୋକେ ପସନ୍ଦ କରିଛନ୍ତି।
ଧୋନି ପୋଷ୍ଟ ସହ ଲେଖିଛନ୍ତି,‘ଯେତେବେଳେ ଆପଣ ନିଜେ ବାଘ ଖୋଜି ବାହାର କରନ୍ତି ଏବଂ ଏହି ବାଘ ଆପଣଙ୍କୁ ଫଟୋ ଉଠାଇବାକୁ ସମୟ ଦେଇଥାଏ’।

ଧୋନି ଟେଷ୍ଟ୍ କ୍ରିକେଟରୁ ସନ୍ନ୍ୟାସ ନେଇ ସାରିଛନ୍ତି। ଦୁଇ ଥର ଓ୍ବାଲର୍ଡ କପ୍ ଜିତିଥିବା ଭାରତୀୟ ଟିମର ଅଧିନାୟକ ରହିଥିବା ଧୋନି ଇଂଲଣ୍ଡରେ ୨୦୧୯ ବିଶ୍ବ କପରୁ ଭାରତ ବାହାରିଯିବା ପରଠୁ ବ୍ରେକରେ ଅଛନ୍ତି। ମାର୍ଚ୍ଚ ଶେଷରେ ଆରମ୍ଭ ହେଉଥିବା ଆଇପିଏଲରେ ଧୋନି ଫେରିବେ ବୋଲି ଆଶା ରହିଛି। ଏଠାରେ ସେ ଚେନ୍ନାଇ ସୁପର କିଙ୍ଗ୍ର ଅଧିନାୟକତ୍ବ ସମ୍ଭାଳିବେ। ଧୋନି ଗତବର୍ଷ ଜୁଲାଇ ମାସରୁ କ୍ରିକେଟରୁ ଦୂରେଇ ଅଛନ୍ତି।