Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଢ଼ିଲା ଧୋନିଙ୍କ ଅଡୁଆ : ବ୍ୟାଚ ନ ହଟାଇଲେ ମିଳିପାରେ ଦଣ୍ଡ

8/06/2019 at 4:56 PM

ନୂଆଦିଲ୍ଲୀ ୮/୬ : ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ଆଇସିସି ଅଭିଯୋଗ ପରେ ମହେନ୍ଦ୍ର ସିଂହ ଧୋନି ଏବେ କଣ କରିବେ ତାକୁ ନେଇ ଉଠିଛି ପ୍ରଶ୍ନ । ରବିବାର ଦିନ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ୱାର୍ଲଡକପ୍ ମ୍ୟାଚ ସେ ବଳିଦାନ ବ୍ୟାଚ ନଲଗାଇ ଖେଳିବେ ନା କଣ କରିବେ ? କ୍ରିକେଟ ଜଗତରେ ଏହିଭଳି ପ୍ରଶ୍ନ ଉଠିଛି ।

ମହେନ୍ଦ୍ର ସିଂହ ଧୋନିଙ୍କ ୱିକେଟ କ୍ୱିପିଙ୍ଗ ଗ୍ଳୋବ୍ସରେ ସେନାର ବଳିଦାନ ଚିହ୍ନକୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡଙ୍କ ଅପିଲକୁ ଆଇସିସି ଖାରଜ କରିଦେଇଥିଲା । ଆଇସିସି ସ୍ପଷ୍ଟ କରିଥିଲା ଯେ, ଧୋନି ବଳିଦାନ ବ୍ୟାଚ ଗ୍ଳୋବ୍ସ ଖେଳିବା ବେଳେ ବ୍ୟବହାର କରିପାରିବେନାହିଁ । ଏବେ ଧୋନିଙ୍କ ସମ୍ମୁଖରେ ଦୁଇଟି ବିକଳ୍ପ ରହିଛି । ସେ ନିଜ ଗ୍ଳୋଭସ୍ୱ ବଦଳାଇ ଦିଅନ୍ତୁ ନଚେତ ବଳିଦାନ ବ୍ୟାଚକୁ ଘୋଡେଇ ତାଉପରେ ଟ୍ୟାପ ଲଗାଇ ଦିଅନ୍ତୁ ।

ଯଦି ଧୋନି ଆସନ୍ତାକାଲି ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ ଥିବା ମ୍ୟାଚରେ ବଳିଦାନ ବ୍ୟାଚ ଵାଲା ଗ୍ଳୋଭ୍ସ ପିନ୍ଧନ୍ତି ତାହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ଏ ସମ୍ପର୍କରେ ଜଡିତ ଦ୍ୱିତୀୟ ଅପରାଧ ପାଇଁ କାର୍ଯ୍ୟାନୁଷ୍ଠାନ ବର୍ଷେ ଭିତରେ ନିଆଯାଇଥାଏ । ଏଥିପାଇଁ ମ୍ୟାଚ ଫିସର ୨୫ ପ୍ରତିଶତ ଜୋରିମାନା ଦେବାକୁ ପଡିଥାଏ ।

ତୃତୀୟଥର ଅପରାଧ ପାଇଁ ମ୍ୟାଚ ଫିସର ୫୦ ପ୍ରତିଶତ ଜୋରିମାନା ଦେବାକୁ ପଡିଥାଏ । ଏବଂ ଚତୁର୍ଥଥର ଅପରାଧ ପାଇଁ ମ୍ୟାଚ ଫିସର ୭୫ ପ୍ରତିଶତ ଦେବାକୁ ପଡିଥାଏ ।

ଆଇସିସିର ମହାପ୍ରବନ୍ଧକ କ୍ଲେୟର ଫ୍ରଲାଙ୍ଗ କହିଛନ୍ତି ଯେ, ପ୍ରତ୍ୟେକ ୱିକେଟ କିପିଙ୍ଗ ଗ୍ଳୋଭ୍ସରେ ଦୁଇ ନିର୍ମାତାଙ୍କ ଲୋଗୋର ଅନୁମତି ରହିଛି । ନିର୍ମାତାଙ୍କ ଲୋଗୋ ଛଡା ଅନ୍ୟ କୌଣସି ଦୃଶ୍ୟମାନ ଲୋଗୋ ଲଗାଇବାର ଅନୁମତି ନାହିଁ ।

   Related Posts