Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଇତିହାସ ରଚିଲେ ଧୋନୀ, IPLରେ ଏହି ଉପଲବ୍ଧି ହାସଲ କରିବାରେ ପ୍ରଥମ ଖେଳାଳି

29/05/2023 at 8:12 PM

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ସୋମବାର ଆଇପିଏଲ୍ ୨୦୨୩ର ଫାଇନାଲ୍ ମ୍ୟାଚ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଉଛି। ଏମଏସ ଧୋନୀଙ୍କ ନେତୃତ୍ଵାଧୀନ ଚେନ୍ନାଇ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଧୋନୀଙ୍କ ଖେଳାଳି ହିସାବରେ ଆଇପିଏଲ୍‌ରେ ଏହା ହେଉଛି ୨୫୦ତମ ମ୍ୟାଚ୍। ଧୋନୀ ମଇଦାନକୁ ଓହ୍ଲାଇବା ମାତ୍ରେ ଏକ ବଡ଼ ଇତିହାସ ରଚିଛନ୍ତି। ସେ ଆଇପିଏଲ୍‌ରେ ୨୫୦ ମ୍ୟାଚ୍ ଖେଳିବାରେ ପ୍ରଥମ ଖେଳାଳି ହେବାର ଉପଲବ୍ଧି ହାସଲ କରିଛନ୍ତି। ଏହା ବ୍ୟତୀତ ଧୋନୀ ଆଇପିଏଲରେ ୧୧ ଫାଇନାଲ୍ ଖେଳିବାରେ ପ୍ରଥମ ଖେଳାଳି ହୋଇଛନ୍ତି।

IPL 2023: Super Kings take 'Super Giants' stride- The New Indian Express

ଧୋନୀ ଏ ପର୍ଯ୍ୟନ୍ତ ଆଇପିଏଲର ସମସ୍ତ ସିଜିନ୍ ଖେଳିଛନ୍ତି। ସେ ୧୪ ସିଜିନ ଚେନ୍ନାଇ ପକ୍ଷରୁ ଖେଳିଥିବା ବେଳେ ୨ଟି ସିଜିନ ରାଇଜିଂ ପୁଣେ ସୁପର ଜାଏଣ୍ଟସ୍ ପକ୍ଷରୁ ଖେଳିଛନ୍ତି। ୨୦୧୬ ଏବଂ ୨୦୧୭ରେ ୨ ବର୍ଷ ବାସନ୍ଦ ହେବାରୁ ଧୋନୀ ପୁଣେ ପକ୍ଷରୁ ୨ଟି ସିଜିନ୍ ଖେଳିଥିଲେ। ୪ ଥର ଟାଇଟଲ୍ ଜିତିଥିବା ଧୋନୀ ବିଗ୍ରେଡ଼ ଆଉ ଏକ ସଫଳତା ହାସଲ କରିବାର ଦ୍ଵାର ଦେଶରେ ପହଞ୍ଚିଛନ୍ତି। ସିଏସକେ ଯଦି ଗୁଜରାଟକୁ ହରାଇବାରେ ସଫଳ ହୁଏ ତେବେ ସର୍ବାଧିକ ଆଇପିଏଲ୍ ଟ୍ରଫି  ଜିତିବା ମାମଲାରେ ମୁମ୍ବାଇ ଇଣ୍ଡିଆନ୍ସ ସହ ସମକକ୍ଷ  ହୋଇଯିବ। ମୁମ୍ବାଇ ନାମରେ ୫ଟି ଟାଇଟଲ୍ ରହିଛି।

Coach will be under pressure…': Dhoni on whether IPL 2023 is his last -  Watch | Cricket - Hindustan Times

ସୂଚନାଯୋଗ୍ୟ, ବର୍ଷା ଯୋଗୁଁ ଗତକାଲି ଫାଇନାଲ୍ ମ୍ୟାଚ୍ ଖେଳା ଯାଇ ପାରିନଥିଲା। ଏପରିକି ଟସ୍ ମଧ୍ୟ ପଡ଼ି ନ ଥିଲା। ଶେଷ ପର୍ଯ୍ୟନ୍ତ ବର୍ଷା ନଛାଡ଼ିବାରୁ ମ୍ୟାଚ୍‌କୁ ରିଜର୍ଭ ଡେରେ ଖେଳାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ଅହମ୍ମଦାବାଦରେ ଉଭୟ ଦଳ ଇତି ମଧ୍ୟରେ ୩ଥର ମୁହାଁମୁହିଁ ହୋଇଛନ୍ତି । ଟାଇଟନ୍ସ ସମସ୍ତ ମ୍ୟାଚ୍‌ ଜିତିଛି । ସେହିପରି  ଟାଇଟନ୍ସ ମୋଟ୍  ୯ଟି ମ୍ୟାଚ ଖେଳି ୬ଟିରେ ବିଜୟ  ହାସଲ କରିଛି ।

ଏ ଖବର ପଢନ୍ତୁ- ଅମ୍ପାୟରଙ୍କୁ ଘେରିଲେ ଧୋନୀଙ୍କ ସହ CSK ଖେଳାଳି, ପଥିରାନାଙ୍କ ଯୋଗୁଁ ୫ ମିନିଟ୍ ଅଟକିଲା ଖେଳ, ଜାଣନ୍ତୁ କାରଣ

   Related Posts