ବିଜୟୀ ପରେ ଭୋ..ଭୋ ହୋଇ କାନ୍ଦିଥିଲେ ଚେନ୍ନାଇ ସୁପରକିଙ୍ଗସ୍‌ର ଲିଟିଲ୍ ଫ୍ୟାନ୍, ଏବେ ଧୋନି ଦେଲେ ଖାସ୍ ଗିଫ୍ଟ…

Published By : Prameya-News7 Bureau | October 12, 2021 IST

ଦୁବାଇ ୧୨।୧୦ :  ମ୍ୟାଚ୍‌ ଜିତିଲେ , ହୃଦୟ ବି ଜିତିଲେ । କୁନି ପ୍ରଶଂସକଙ୍କୁ ଧୋନିଙ୍କ ଖାସ୍‌ ଗିଫ୍ଟ । ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେବାର ଲାଗିଛି ।   ଆଇପିଏଲ୍‌ ୨୦୨୧ରେ ରବିବାର ଖେଳାଯାଇଥିବା ପ୍ରଥମ କ୍ୟାଲିଫାୟାର ମ୍ୟାଚ୍‌ରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।

ଖବର ଅନୁଯାୟୀ, ରବିବାର ଦିନ ଆଇପିଏଲ୍‌ର ପ୍ରଥମ କ୍ୟାଲିଫାୟାର ମ୍ୟାଚ୍‌ରେ ଦିଲ୍ଲୀକୁ ୪ ଓ୍ୱିକେଟ୍‌ରେ ପରାସ୍ତ କରି ଚେନ୍ନାଇ ଫାଇନାଲକୁ ଏଣ୍ଟ୍ରି କରିଛି । ମ୍ୟାଚ୍‌ ସମୟରେ ଏକ ହୃଦୟସ୍ପର୍ଶୀ ଭିଡିଓଟି ଟିଭି କ୍ୟାମେରାରେ କଏଦୀ ହୋଇଥିଲା । ମ୍ୟାଚ୍‌ରେ ଜଣେ କୁନି ଝିଅ ଚେନ୍ନାଇ ଟିମ୍‌କୁ ସପୋର୍ଟ କରୁଥିଲେ । ମ୍ୟାଚ୍‌ ରେ ଯେତେବେଳେ ସିଏସ୍‌କେ ଟିମ୍‌ ଅଡୁଆରେ ପଡିଥିଲା ।  ସେତେବେଳେ ଏହି କୁନି ଝିଅର ମୁହଁରେ ଟେନ୍‌ସନ୍‌ ଦେଖାଦେଇଥିଲା । କିନ୍ତୁ ଯେପରି ଧୋନି ଚୌକା ମାରି ଟିମ୍‌କୁ ବିଜୟୀ କରାଇଥିଲେ । ସେହି ସମୟରେ ହଠାତ୍‌ ଏହି କୁନି ଝିଅର ଆଖିରେ ଲୁହ ଆସିଯାଇଥିଲା । କୁନି ଝିଅଟି ଭୋ.. ଭୋ.. କରି କାନ୍ଦିବାକୁ ଲାଗିଲା । ମ୍ୟାଚ୍‌ ଶେଷ ହେବା ପରେ ଧୋନି , ସେହି କୁନି ଝିଅକୁ ଏକ ଖାସ୍‌ ଗିଫ୍ଟ ଦେଇଥିଲେ । ଧୋନି ମ୍ୟାଚ୍‌ ବଲ୍‌ରେ ନିଜ ଦସ୍ତଖତ କରି ସେହି କୁନି ଝିଅକୁ ଉପହାର ଦେଇଥିଲା । ଧୋନିଙ୍କର ଏହି ଭିଡିଓଟି ଖୁବ୍‌ ଭାଇରାଲ ହେବାର ଲାଗିଛି । ଏଥିପାଇଁ ଧୋନି ଖାସ୍‌ ବୋଲି ଅନେକ ୟୁଜର୍ସ ସୋସିଆଲ୍ ମିଡିଆରେ କମେଣ୍ଟ ଦେଇଛନ୍ତି ।

wp:html /wp:html

ସୂଚନାଯୋଗ୍ୟ ଯେ, ଆଇପିଏଲ୍‌ର ପ୍ରଥମ କ୍ୟାଲିଫାୟାର ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍‌ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ସିଏସ୍‌କେ ବିଜାୟୀ ପାଇ ଫାଇନାଲ୍‌ରେ ପ୍ରବେଶ କରିଛି । ସେପଟେ ୧ୟ ଏଲିମିନେଟର ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ , ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରି କ୍ୟାଲିଫାୟାରରେ ପ୍ରବେଶ କରିଛି । ଏବେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ୨ୟ କ୍ୟାଲିଫାୟାର ଖେଳାଯିବ । ଯିଏ ଏହି ମ୍ୟାଚ୍‌ରେ ବିଜୟୀ ହେବ, ସେ ଚେନ୍ନାଇ ସହିତ ଫାଇନାଲ ମୁକାବିଲ ଖେଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.