Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

IPL ଫାଇନାଲ୍‌ରେ ନଜର ଆସିଲା ମାହୀଙ୍କ ଏମିତି କୌଶଳ, ତାଜୁବ ଫ୍ୟାନ୍ସ, ଭିଡିଓ ଭାଇରାଲ୍…

30/05/2023 at 3:25 PM

ଗୁଜରାଟ ୩୦/୦୫: ଶେଷ ହୋଇଛି IPL ୨୦୨୩ । ସମସ୍ତଙ୍କୁ ପଛରେ ପକାଇ ବାଜି ମାରିଛି ଚେନ୍ନାଇ । ବେଶ ରୋମାଞ୍ଚ ଥିଲା ଫାଇନାଲ୍ ଫାଇଟ୍ । ଯାହାକୁ ଦୁଇ ମାସ ଧରି ଅପେକ୍ଷା କରି ରହିଥିଲେ ଫ୍ୟାନ୍ସ । ବର୍ଷା ହେତୁ ୨୮ମେ ରବିବାର ଦିନ ଏହି ଖେଳାଯାଇପାରିନଥିଲା ମ୍ୟାଚ୍ । ସୋମବାର ରିଜର୍ଭ ଡେ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା । ସୋମବାର ଆରମ୍ଭ ଥିଲା ଫାଇନାଲ୍ ମୁକାବିଲା । ମ୍ୟାଚ୍ ପୂର୍ବରୁ ମୈଦାନକୁ ଟସ୍ ପକାଇବାକୁ ଆସିଥିଲେ ଉଭୟ ଦଳର କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ଓ ମହେନ୍ଦ୍ର ସିଂହ ଧୋନୀ । ହେଲେ ଟସ୍ ସମୟରେ ଦେଖିବାକୁ ମିଳିଥିଲା ଅଜବ ଦୃଶ୍ୟ । ଯାହାକି କ୍ୱଚିତ୍ ଦେଖିବାକୁ ମିଳିଥିାଏ ।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୬ ତମ ସିଜନର ଫାଇନାଲ୍‌ରେ ମହେନ୍ଦ୍ର ସିଂ ଧୋନି ଟସ୍ ସମୟରେ କିଛି ଅଲଗା କରୁଥିବା ଦେଖିବାକୁ ମିଳିଥିଲା । ଅର୍ଥାତ୍ ବାମ ହାତରେ ଟସ୍‌ ପକାଇଥିଲେ ଧୋନୀ । ଯଦିଓ ଏହା ପ୍ରଥମ ନୁହେଁ, ସେ ଏମିତି ପୂର୍ବରୁ କରିସାରିଛନ୍ତି । ରାହୁଲ ଦ୍ରାବିଡଙ୍କ ଅଧିନାୟକତ୍ୱରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ମହେନ୍ଦ୍ର ସିଂ ଧୋନି ମଧ୍ୟ ବାମହାତରେ ପକାଇଥିଲେ ଟସ୍ ।

ସେତେବେଳେ ବି ମହେନ୍ଦ୍ର ସିଂ ଧୋନିଙ୍କ ଏମିତି କାମ ବେଶ୍ ଭାଇରାଲ ହୋଇଥିଲା । ବାମ ହାତରେ ଟସ୍ ପକାଉଥିବାବେଳର ଭିଡିଏ ବି ସେୟାର କରିଥିଲେ ଲୋକେ । ଲୋକେ ବି ଏହି ଭିଡିଓ ଉପରେ ବହୁତ କମେଣ୍ଟ କରିଥିଲେ । ଏବେ ମଧ୍ୟ ଦୀର୍ଘ ବର୍ଷ ପରେ ଇଣ୍ଡିଆନ୍ ପ୍ରିମିୟର ଲିଗର ଟ୍ୱିଟ୍ ପୃଷ୍ଠାରେ ଏମିତି ଏକ ଭିଡିଓ ସେୟାର ହୋଇଛି । ସେୟାର ହୋଇଥିବା ଭିଡିଓରେ ଧୋନି ବାମ୍ ହାତରେ ଟସ୍ ପକାୁଥିବାରେ ନଜର ଆସିଥିଲେ ।

ସୂଚନା ଥଉକି, ଭାରତୀୟ ପ୍ରିମିୟର ଲିଗର ଏହି ନୂତନ ସିଜନ୍‌ରେ ମହେନ୍ଦ୍ର ସିଂ ଧୋନିଙ୍କ ନାମକୁ ନେଇ ଅନେକ ଆଲୋଚନା ହୋଇଛି । ଗତ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସର ଦଳ, ଯାହାର ଯାତ୍ରା ୯ ନମ୍ବରରେ ଶେଷ ହୋଇଥିଲା । ହେଲେ ଏଥର ଫାଇନାଲରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ଟିମ୍ । ଆହୁରି ବି ଚର୍ଚ୍ଚା ହେଉଥିଲା କି ଏହି ସିଜିନ୍‌ଙ୍କ ଧୋନୀଙ୍କର ଶେଷ ସିଜିନ ହୋଇପାରେ । କିନ୍ତୁ ଧୋନୀ ଏନେଇ କୌଣସି ସଂକେତ ଦେଇନଥିଲେ ।

   Related Posts