୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍

Published By : Prameya-News7 Bureau | July 07, 2022 IST

ନୂଆଦିଲ୍ଲୀ ୦୭/୦୭: କ୍ୟାପ୍ଟେନ୍ କୁଲ୍ ମାହି । ୪୧ ବର୍ଷରେ ପାଦ ଦେଲେ ଭାରତୀୟ ଦଳର ପୂର୍ବତନ ଷ୍ଟାର୍ କ୍ୟାପ୍ଟେନ୍ ମହେନ୍ଦ୍ର ସିଂ ଧୋନୀ । ମାହି ହେଉଛନ୍ତି  ଝାଡଖଣ୍ଡର ପ୍ରଥମ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଯିଏକି ୨୩ ବର୍ଷ ବୟସରେ ଭାରତୀୟ ଦଳରେ ପାଦ ଦେଇଥିଲେ । ଏହି କ୍ରିକେଟର ଜଣଙ୍କ ବ୍ୟାଟିଂ ସୁଯୋଗ ହାତଛଡା କରିନଥିଲେ । ସେ ନିଜର ପଞ୍ଚମ ଦିନିକିଆ ୧୪୮ରେ ଓ ପଞ୍ଚମ ଟେଷ୍ଟରେ ମଧ୍ୟ ୧୪୮ ରନ୍ ସ୍କୋର କରିଥିଲେ । ତାପରେ ଆଉ ଚାହିଁନଥିଲେ ପଛକୁ । ଆଜି ଅର୍ଥାତ ଜୁଲାଇ ସାତ ତାରିଖରେ ୪୧ ବର୍ଷରେ ପାଦ ଥାପିଛନ୍ତି ମାହି ।

ପାକିସ୍ତାନ ବିପକ୍ଷରେ ଦୁର୍ଦ୍ଦଶ ବ୍ୟାଟିଂ

ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିବା ପରେ ଧୋନୀ ଚର୍ଚ୍ଚାକୁ ଆସିଥିଲେ । ସେ ଭାରତୀୟ ଦଳର ଭବିଷ୍ୟତ ହୋଇଯାଇଥିଲେ ।

ଧୋନୀଙ୍କୁ ବିସିସିଆଇର ପ୍ରତିଭା ଅନୁସନ୍ଧାନ ବିକାଶ ବିଭାଗ ସନ୍ଧାନ କରିଥିଲା । ତାଙ୍କ ପ୍ରତିଭା ଦେଖିବା ପରେ ବୟସ ସମ୍ବନ୍ଧ ନିୟମରେ ପରିବର୍ତ୍ତନ କରାଯାଇଥିଲା । ଦିଲୀପ ଭେଙ୍କସରକାର ହିଁ ଧୋନୀଙ୍କ ପ୍ରତିଭାକୁ ଚିହ୍ନିପାରିଥିଲେ । ଧୋନୀଙ୍କୁ ୨୧ ବର୍ଷରେ ଟିଆରଡିବ୍ଲୁରେ ସାମିଲ କରାଯାଇଥିଲେ । ଏଥିରେ ସାମିଲ ହେବାପାଇଁ ବୟସ ଥିଲା ୧୯ । କିନ୍ତୁ ଧୋନୀ ୨୧ ବର୍ଷର ହୋଇଯାଇଥିଲେ । ଧୋନୀଙ୍କ ପାଇଁ ନିୟମ କୋହଳ କରାଯାଇଥିଲା ।

ଭାରତକୁ ଜିତାଇଥିଲେ ଆଇସିସି ଟ୍ରଫି

ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପାଦ ଦେବା ପରେ ଧୋନୀଙ୍କୁ ଅଷ୍ଟ୍ରେଲିଆର ଓ୍ୱିକେଟକିପର୍ ଆଦାମ ଗିଲିଖ୍ରୀଷ୍ଟଙ୍କ ସହ ତୁଳନା କରାଯାଇଥିଲା । ମ୍ୟାଚର ଶେଷ ଓଭରରେ ଜିତାଇବାର କ୍ଷମତା ଧୋନୀଙ୍କର ରହିଥାଏ । ତିନି ବର୍ଷ ମଧ୍ୟରେ ଧୋନୀ ଟି୨୦ର ଅଧିନାୟକ ହୋଇଯାଇଥିଲେ । ତାଙ୍କ ନେତୃତ୍ୱରେ ଭାରତ ୨୦୦୭ ଟି୨୦ ଚାମ୍ପିଅନ ହୋଇଥିଲା । ଏହାପରେ ଭାରତ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଉପରେ ବିଜୟ ଲାଭ କରିଥିଲା । ୨୦୦୯ରେ ଭାରତ ବିଶ୍ୱର ଏକ ନମ୍ବର ଟେଷ୍ଟ କ୍ରିକେଟ ଟିମ୍ ହୋଇଥିଲା ।

୨୦୧୧ରେ ଭାରତ ଧୋନୀଙ୍କ ନେତୃତ୍ୱରେ ବିଶ୍ୱ ଚାମ୍ପିଅନ୍ ହୋଇଥିଲା । ଏପରିକି ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ଭାରତ ଚାମ୍ପିଅନ ହୋଇଥିଲା । ତେବେ ୨୦୧୪ ଡିସେମ୍ବରରେ ଧୋନୀ ହଠାତ ଟେଷ୍ଟ ଟିମର ଅଧିନାୟକ ପଦ ଛାଡିଥିଲେ । ଏହାସହ ଟେଷ୍ଟ୍ କ୍ରିକେଟକୁ ଅଲବିଦା କହିଥିଲେ । ୨୦୧୭ରେ ସେ ଦିନିକିଆ ଅଧନାୟକ ପଦରୁ ଇସ୍ତଫା ଦେଇଥିଲେ ।

୨୦୧୯ ଆରମ୍ଭରୁ ଧୋନୀ ସମାଲୋଚକଙ୍କ ଟାର୍ଗେଟରେ ରହିଥିଲେ । ଭାରତ ବିଶ୍ୱକପ୍ ସେମିଫାଇନାଲରେ ପରାସ୍ତ ହେବା ପରେ ଧୋନୀ କ୍ରିକେଟରୁ ଦୂରେଇ ଯାଇଥିଲେ । ତାଙ୍କ ଅବସରକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା ।ଶେଷରେ ୨୦୨୦, ଅଗଷ୍ଟ ୧୫ ତାରିଖରେ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ବାଏବାଏ କରିଥିଲେ ।

ଧୋନୀଙ୍କ କ୍ୟାରିଅର୍

ଧୋନୀ ୩୫୦ଟି ଅନ୍ତରାଷ୍ଟ୍ରୀୟ ଦିନିକିଆରେ ୫୦.୫୭ ଆଭରେଜରେ ୧୦୭୭୩ ରନ୍ କରିଥିଲେ । ଏଥିରେ ୧୦ଟି ଶତକ ଓ ୭୩ଟି ଅର୍ଧଶତକ ରହିଛି । ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୮୩ । ସେ କିପର୍ ଭାବେ ୪୪୪ଜଣଙ୍କୁ ଆଉଟ୍ କରିଛନ୍ତି । ଙାସହ ସେ ୯୦ଟି ଟେଷ୍ଟରେ ୪୮୭୬ ରନ୍ କରିଥିବା ବେଳେ ୯୮ଟି ଟି୨୦ରେ ୧୬୧୭ ରନ୍ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.