vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଧୋନୀ-ଇନଫୋସିସ୍ ଏକ ବିରଳ ସଂଯୋଗ, ଜନ୍ମ ତାରିଖ ସମାନ

18/08/2020 at 3:41 PM

ନୂଆଦିଲ୍ଲୀ, ୧୮|୦୮: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଦୁଇ ଥର ବିଶ୍ୱବିଜୟୀ ଦଳର କ୍ୟାପ୍ଟେନ୍ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଅବସର ନେଇ ସାରିଛନ୍ତି । ସେ ଗତ ୧୫ ତାରିଖରେ ନିଜ ଅବସର ବାବଦରେ ଘୋଷଣା କରିଥିଲେ । ତେବେ ଧୋନୀ ଓ ଆଇଟି କମ୍ପାନୀ ଇନଫୋସିସ୍‌ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଗୋଟିଏ ତାରିଖରେ ଜନ୍ମ ହୋଇଥିଲେ । ଏନେଇ ନିଜେ ନାରାୟଣ ମୂର୍ତ୍ତି କହିଛନ୍ତି । ଏହାସହ ସେ ଧୋନୀଙ୍କ ପାଇଁ ଏକ ଆର୍ଟିକିଲ୍ ଲେଖିଛନ୍ତି । ଯେଉଁଥିରେ କିପରି ଧୋନୀ ଭାରତୀୟଙ୍କୁ ପରିଚୟ ଦେଇଛନ୍ତି ତାହା ସେ ପ୍ରକାଶ କରିଛନ୍ତି ।

ନାରାୟଣ ମୂର୍ତ୍ତି ଲେଖିଛନ୍ତି ଯେ, ଇନଫୋସିସ୍ ଓ ଧୋନୀ ଉଭୟ ଛୋଟ ସହରରୁ ଯାତ୍ରା ଆରମ୍ଭ କରି ବିଶ୍ୱ ଦରବାରରେ ପରିଚିତ ହୋଇଛନ୍ତି । ଉଭୟ ମଧ୍ୟବିତ୍ତ ପରିବାରରୁ ଉପରକୁ ଉଠିଛନ୍ତି । କଠିନ ପରିଶ୍ରମ କରି ସେମାନେ ଏହି ସଫଳତା ଲାଭ କରିଛନ୍ତି । କାରଣ ଉଭୟଙ୍କର ଉଚ୍ଚ ଅଭିଳାଷ ଥିଲା । ସେ ୧୯୮୧ ଜୁଲାଇ ୭ ତାରିଖରେ ଜନ୍ମ ହୋଇଥିବା କହିଛନ୍ତି ।

ଏହାସହ ନାରାୟଣ ମୂର୍ତ୍ତି ନିଜ ଆର୍ଟିକିଲରେ ଧୋନୀଙ୍କ ନେତୃତ୍ୱରେ ଭାରତ ଅନେକ ଐତିହାସିକ ମ୍ୟାଚ୍ ଜିତିଥିବା ଉଲ୍ଲେଖ କରିଛନ୍ତି । ୨୦୦୭ ପାକିସ୍ତାନ ବିପକ୍ଷରେ ଟି୨୦ ବିଶ୍ୱକପ ଫାଇନାଲ, ୨୦୧୧ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ବିଶ୍ୱକପ ଫାଇନାଲ ଆଦି ଆର୍ଟିକିଲରେ ଉଲ୍ଲେଖ ରହିଛି । ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଧୋନୀ ମ୍ୟାଚ୍ ବିଜୟୀ ହୁଅନ୍ତୁ ବା ପରାଜୟ ତେବେ ହେଲେ ଅତି ଉତ୍ସାହ କିମ୍ବା ଭାଙ୍ଗି ପଡନ୍ତି ନାହିଁ । ସେ ଜଣେ ଭଲ ଲିଡର୍ । ଏହାସହ ସେ ଧୋନୀଙ୍କୁ ଆଗାମୀ ଦିନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଭାରତୀୟ କର୍ପୋରେଟ୍ ଜଗତ ଧୋନୀଙ୍କ ମ୍ୟାଚ୍ ଦେଖି ବହୁତ କିଛି ଶିଖିବା ଉଚିତ୍ ବୋଲି ମଧ୍ୟ ନାରାୟଣ ମୂର୍ତ୍ତି କହିଛନ୍ତି ।

ସୂଚନାଯୋଗ୍ୟ, ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ମଧ୍ୟ ଆଇପିଏଲରେ ଖେଳିବେ । ସେ ଚେନ୍ନାଇ ସୁପର୍ କିଙ୍ଗସର ଅଧିନାୟକ ଅଛନ୍ତି । ଚଳିତ ବର୍ଷ ଆଇପିଏଲ ସେପ୍ଟେମ୍ବର ୧୯ରେ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ।

   Related Posts