ଝଂଜାବତୀ ସୁଅରେ ଧୋଇଗଲା ଅସ୍ଥାୟୀ ପୋଲ, ବାହ୍ୟ ଜଗତରୁ ବିଚ୍ଛିନ୍ନ ପୋଡମରା ଗାଁ

Published By : Prameya-News7 Bureau | August 08, 2022 IST

ରାୟଗଡା ୦୮/୦୮: ଝଂଜାବତୀ ନଦୀର ପ୍ରଖର ସ୍ରୋତରେ ଭୁଷୁଡି ଯାଇ ଧୋଇଗଲା ଅସ୍ଥାୟୀ ପାେଲ । ଫଳରେ ପାେଡମରା-କୁମ୍ଭିକୋଟା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିଚ୍ଛିନ୍ନାଞ୍ଚଳ ଭାବେ ରହିଛନ୍ତି ପାେଡମରା ଗ୍ରାମର ବାସିନ୍ଦା । ଉପର ମୁଣ୍ଡରେ ରବିବାର ଠାରୁ ବର୍ଷା ଲାଗି ରହିଥିବାରୁ ଝଂଜାବତୀ ନଦୀର ପ୍ରଖର ସ୍ରୋତରେ ଭାସିଗଲା ଅସ୍ଥାୟୀ ପୋଲ ।

ଲଗାଣ ବର୍ଷା ହେଲେ ଯାତାୟତକୁ ନେଇ ବର୍ଷ ବର୍ଷ ଧରି ଚିନ୍ତାରେ ରହିଥାନ୍ତି ପୋଡମରା ଗାଁଲୋକେ । ରାୟଗଡା ଜିଲ୍ଲା ସଦର ବ୍ଳକ କୁମ୍ଭିକୋଟା ଗ୍ରାମ ପଂଚାୟତର ପୋଡମରା ଗାଁ ଲୋକେ ପକ୍କା ରାସ୍ତା ଓ ଝଂଜାବତୀ ନଦୀ ଉପରେ ଏକ ବ୍ରିଜ ନିର୍ମାଣ ପାଇଁ ବାରମ୍ବାର ବ୍ଳକ ଠାରୁ ଜିଲ୍ଲା ପ୍ରଶାସନ ପାଖେ ଗୁହାରୀ କରିଥିଲେ ମଧ୍ୟ ଗାଁ ଲୋକଙ୍କ ଦାବି ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରିନାହିଁ ପ୍ରଶାସନ ।

ଗତ ଖରା ଦିନରେ ନିଜ ନିଜ ଭିତରେ ଚାନ୍ଦା କରି ଗାଁ ଲୋକେ ନିର୍ମାଣ କରିଥିଲେ ଅସ୍ଥାୟୀ ପୋଲ । ସୋମବାର ସକାଳୁ ଝଂଜାବତୀ ନଦୀରେ ପ୍ରଖର ଜଳରେ ପୋଲଟି ଭାସିଯାଇଥିବାରୁ ପ୍ରଖର ସ୍ରୋତକୁ ଡରି ପୋଡମରା ଗାଁ ଲୋକେ ନଦୀ ପାର ହୋଇ କୁମ୍ଭିକୋଟାକୁ ଯାଇ ପାରୁନାହାନ୍ତି । ଫଳରେ ଜିଲ୍ଲା ସଦର ମହକୁମା ଉପରେ ନିର୍ଭର କରୁଥିବା ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.