ସପ୍ତମ ରାଜ୍ୟସ୍ତରୀୟ ଦିନିକିଆ ଧୀରେନ୍ଦ୍ର ନାଥ ପ୍ରଧାନ ମେମୋରିଆଲ ବାସ୍କେଟ ବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ

Published By : Prameya-News7 Bureau | February 25, 2024 IST

କଟକ: ଜବାହାଲାର ନେହେରୁ ଇଣ୍ଡୋର ଷ୍ଟାଡିୟମରେ, କଟକ ବାସ୍କେଟ ବଲ୍ ଆସୋସିଏସନ୍ ଆନୁକୂଲ୍ୟରେ ସପ୍ତମ ରାଜ୍ୟ ସ୍ତରୀୟ ଦିନିକିଆ ଧୀରେନ୍ଦ୍ର ନାଥ ପ୍ରଧାନ ମେମୋରିଆଲ ବାସ୍କେଟ ବଲ୍ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚୟନ ହୋଇଥିବା ବାଳକ ଓ ବାଳିକା ଖେଳାଳି ମାନେ ଭାଗ ନେଇଛନ୍ତି।

ପ୍ରତିଯୋଗିତାରେ ୧୨ଟି ବାଳକ ବିଭାଗ ରହିଥିବା ବେଳେ ବାଳିକା ବିଭାଗରେ ରହିଥିଲା ୫ଟି ଦଳ । କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମି ରଞ୍ଜନ ସାମନ୍ତରାୟ ଉଦ୍‌ଘାଟନ କରିଥିବା ବେଳେ ସଂଘର ଅନ୍ୟ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଖେଳାଳିମାନଙ୍କର ପ୍ରତିଯୋଗିତା ମୂଳକ ମନୋଭାବକୁ ବିକାଶ କରିବା ସହ, ଭଲ ପ୍ରଦର୍ଶନ ପାଇଁ ଏହି ପ୍ରତିଯୋଗିତା ସହାୟ ହେବ ବୋଲି ଆଶା କରିଛନ୍ତି ଆୟୋଜକ। ସେହିଭଳି ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବେଶ ଖୁସି ଅନୁଭବ କରିଛନ୍ତି ଖେଳାଳିମାନେ।

ଆହୁରି ପଢ଼ନ୍ତୁ: ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.