ବାଗେଶ୍ୱର ଧାମ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ Y କ୍ୟାଟେଗରୀ ସୁରକ୍ଷା, ମଧ୍ୟ ପ୍ରଦେଶ ସରକାରଙ୍କ ଘୋଷଣା

Published By : Prameya-News7 Bureau | May 24, 2023 IST

ନୂଆଦିଲ୍ଲୀ: ଗତ ଅନେକ ଦିନ ଧରି ପ୍ରବଚକ ତଥା ବାଗେଶ୍ୱର ଧାମ ମୁଖ୍ୟ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଚର୍ଚ୍ଚାର ରହି ଆସିଛନ୍ତି । ଦେଶର ଅନେକ ରାଜ୍ୟରେ ଯାଇ ସେ ପ୍ରବଚନ ଦେଉଛନ୍ତି । ତେବେ ବିହାରର ପାଟନାରେ ତାଙ୍କର ପାଞ୍ଚ ଦିନିଆ କାର୍ଯ୍ୟକ୍ରମକୁ ନେଇ ବେଶ ରାଜନୀତି ହୋଇଥିଲା । ପାଞ୍ଚ ଦିନର ଏହି କାର୍ଯ୍ୟକ୍ରମରେ ଲୋକଙ୍କ ଭିଡ଼ ମଧ୍ୟ ଅଧିକ ରହିଥିଲା ।

ତେବେ ଏହାରି ଭିତରେ ମଧ୍ୟ ପ୍ରଦେଶ ସରକାର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତିତ ଅଛନ୍ତି । ଏହାପରେ ଶିବରାଜ ସିଂ ସରକାର ବାଗେଶ୍ୱର ବାବାଙ୍କୁ ୱାଇ କ୍ୟାଟେଗରୀ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ରାଜ୍ୟ ସରକାର ଅନ୍ୟ ରାଜ୍ୟ ସରକାରଗୁଡିକୁ ଚିଠି ଲେଖିଛନ୍ତି । ଏଥିରେ କୁହାଯାଇଛି ଯେ ଯେତେବେଳେ ଧୀରେନ୍ଦ୍ର ଶାସ୍ତ୍ରୀ ତାଙ୍କ ରାଜ୍ୟକୁ ଆସନ୍ତି ସେତେବେଳେ ତାଙ୍କୁ ୱାଇ ସୁରକ୍ଷା ଯୋଗାଇ ଦିଆଯିବ ।

ଉଲ୍ଲେଖଯୋଗ୍ୟ ଯେ ୱାଇ ଶ୍ରେଣୀ ସୁରକ୍ଷା ଦେଶରେ ତୃତୀୟ ସ୍ତରର ସୁରକ୍ଷା ହୋଇଥାଏ । ୱାଇ କ୍ୟାଟେଗରୀ ସୁରକ୍ଷାରେ ବାବା ବାଗେଶ୍ୱରଙ୍କ ସୁରକ୍ଷାରେ ୧୧ ଜଣ ସୁରକ୍ଷାକର୍ମୀ ନିୟୋଜିତ ରହିବେ । ଏହି ଶ୍ରେଣୀରେ ଦୁଇ ପିଏସଓ ମଧ୍ୟ ରହିବେ । ଏହି ସୁରକ୍ଷା ସେମାନଙ୍କୁ ଦିଆଯାଇଥାଏ, ଯାହାଙ୍କ ଉପରେ ବିପଦ ରହିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.