ସ୍ପଷ୍ଟିକରଣ ଦେଲେ ବାଗେଶ୍ୱର ଧାମର କଥାବାଚକ ଧିରେନ୍ଦ୍ର ଶାସ୍ତ୍ରୀ, କହିଲେ-ନା ମୁଁ ସନ୍ଥ ନା ମୁଁ କାହାର ସମସ୍ୟା ଦୂର କରିପାରେ

Published By : Prameya-News7 Bureau | January 19, 2023 IST

ଛତରପୁର ୧୯।୧: ବାଗେଶ୍ୱର ଧାମ ସରକାର ଭାବେ ପ୍ରଶିଦ୍ଧ ପ୍ରବଚକ ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀ ନିଜ ଉପରେ ଲାଗିଥିବା ଅଭିଯୋଗ ଉପରେ ଗୁରୁବାର ସ୍ପଷ୍ଟିକରଣ ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ଅନ୍ଧବିଶ୍ୱାସ ବ୍ୟାପ୍ତ କରୁନା। ଆମେ କେଉଁଠି ବି ଦାବି କରୁନା କି ଆମେ କାହାର ସମସ୍ୟା ଦୂର କରିପାରୁ। ସେହିପରି ମୁଁ କେବେ ମୋତେ ଭଗବାନ ବୋଲି କହିନଥିବା ସେ କହିଛନ୍ତି। ଧିରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି ଯେ ଅନୁଚ୍ଛେଦ-୨୫ରେ ଦିଆଯାଇଥିବା ଧାର୍ମିକ ସ୍ୱାଧୀନତା ଅଧିକାର ଆଧାରରେ ଧର୍ମର ପ୍ରଚାର କରୁଛି।

ସେ କହିଛନ୍ତି ଯେ ମୁଁ ସମ୍ବିଧାନକୁ ମାନୁଥିବା ବ୍ୟକ୍ତି। ଯଦି ହନୁମାନ ଭକ୍ତି କରିବା ଅପରାଧ ତେବେ ସବୁ ହନୁମାନ ଭକ୍ତଙ୍କ ବିରୋଧରେ ଏଫଆଇଆର ହେବା ଦରକାର । ଉଲ୍ଲେଖଯୋଗ୍ୟ ଯେ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ବିରୋଧରେ ସନ୍ଥ ହୋଇ ଅଭଦ୍ର ଭାଷା କହୁଥିବାର ଅଭିଯୋଗ ହେଉଛି। ଏହା ଉପରେ ମଧ୍ୟ ବାବା କହିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ଯେତେବେଳେ ମୁଁ ସନ୍ଥ ନୁହେଁ ଅଭଦ୍ରତା ଆସିଲା କେଉଁଠୁ? ସେ କହିଛନ୍ତି ଯେ ଆମର ଡିସକ୍ଲେମର ହେଉଛି ଆମେ କୌଣସି ସନ୍ଥ ନୁହେଁ।

{"id":735162,"width":841,"height":640,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ଧିରେନ୍ଦ୍ର ଶାସ୍ତ୍ରୀ ମଧ୍ୟପ୍ରଦେଶ ଛତରପୁରସ୍ଥିତ ବାଗେଶ୍ୱର ଧାମରେ ପ୍ରବଚନ ଦିଅନ୍ତି। ମଧ୍ୟପ୍ରଦେଶ ଓ ଛତିଶଗଡରେ ତାଙ୍କର ବେଶ୍ ପ୍ରଭାବ ରହିଛି। ମହାରାଷ୍ଟ୍ରର ନାଗପୁରରେ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଶ୍ରୀରାମ ଚରିତ୍ର ଚର୍ଚ୍ଚା ଆୟୋଜନ ହୋଇଥିଲା। ସୁପରଷ୍ଟିଏସନ ଇରାଡିକେସନ କମିଟି ଧିରେନ୍ଦ୍ର ଶାସ୍ତ୍ରୀଙ୍କ ବିରୋଧରେ ଗୁଣି ଗାରେଡି ଓ ସୁପରଷ୍ଟିଏସନ ବ୍ୟାପ୍ତ କରୁଥିବାର ଅଭିଯୋଗ ଆଣିଥିଲା। କମିଟିର ଅଧ୍ୟକ୍ଷ ଶ୍ୟାମ ମାନବ ‘ଦିବ୍ୟ ଦରବାର’ ଓ ‘ପ୍ରେତ ଦରବାର’ର ଆୟୋଜନ କରି ଧିରେନ୍ଦ୍ର ଶାସ୍ତ୍ରୀ ଗୁଣି ଗାରେଡିକୁ ପ୍ରୋତ୍ସାହନ ଦେଉଥିବାର ଅଭିଯୋଗ ଆଣିଥିଲେ।

ଏହା ପରେ ଶ୍ୟାମ ମାନବ କହିଛନ୍ତି ଯେ କମିଟି ଯୋଗୁ ଧିରେନ୍ଦ୍ର ଶାସ୍ତ୍ରୀ ଦୁଇ ଦିନ ପୂର୍ବରୁ ଅର୍ଥାତ ୧୧ ଜାନୁୟାରୀରେ ପ୍ରବଚନ ଶେଷ କରି ପଳାଇଥିଲେ। କୁହାଯାଇଛି ଯେ କମିଟି ଯେତେବେଳେ ପୋଲିସରେ ଅଭିଯୋଗ କଲା ସେତେବେଳେ ଶାସ୍ତ୍ରୀ ପଳୟାନ କଲେ। କମିଟି କହିଛି ଯେ ବାବାଙ୍କ ସମର୍ଥକଙ୍କୁ ଜଣା ପଡିଗଲା ଯେ ମହାରାଷ୍ଟ୍ରରେ ସୁପରିଷ୍ଟିଏସନ ଆଇନରେ ଗିରଫ ହେଲେ ଜାମିନର ପ୍ରାବଧାନ ନାହିଁ। ଏଣୁ ବାବା ପ୍ରଥମରୁ ପ୍ୟାକଅପ କରିସାରିଥିଲେ ବୋଲି କମିଟି କହିଛି।

{"id":735166,"width":838,"height":419,"sizeSlug":"full","linkDestination":"none"}

ଘଟଣାର ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ନିରବତା ପରେ ବାବା ମାମଲାରେ ମୁହଁ ଖୋଲିଛନ୍ତି। ସେ ନାଗପୁରରୁ ପଳାୟନ କରିନଥିବା କହିଛନ୍ତି। ଏହା ପୁରାପୁରି ମିଛ କଥା। ମୁଁ ପ୍ରଥମରୁ ସ୍ପଷ୍ଟ କରିଦେଇଥିଲି ଯେ କାର୍ଯ୍ୟକ୍ରମ ୭ ଦିନର। କାର୍ଯ୍ୟକ୍ରମ ସରିବା ସହ ସେଠାରୁ ପ୍ରସ୍ଥାନ କରିଥିଲି ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ମୁଁ ଦିବ୍ୟ ଦରବାର ଚଳାଉଥିଲି ସେତେବେଳେ କାହିଁକି ଅଭିଯୋଗ ନେଇ ଆସିଲନି। ଏପରି ହୀନ ମାନସିକତାର ଲୋକେ ହିନ୍ଦୁ ସନାତନର ବିରୋଧୀ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.