Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ଖେଲୋ ଇଣ୍ଡିଆରେ ଢେଙ୍କାନାଳର ସଫଳତା, ଖୋ ଖୋ ଖେଳରେ ବ୍ରୋଞ୍ଜ ପଦକ ବିଜେତା ୩ ଖେଳାଳିଙ୍କୁ ସମ୍ବର୍ଦ୍ଧନା

7/02/2023 at 9:20 PM

ଢେଙ୍କାନାଳ: ଖେଳ ଓ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବାକୁ ଯାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖେଲୋ ଇଣ୍ଡିଆ ମାଧ୍ୟମରେ  ଜାତୀୟ ସ୍ତରୀୟ ପ୍ରତିଯୋଗିତା ଚାଲୁରହିଛି। ତେବେ ମଧ୍ୟ ପ୍ରଦେଶର ଭୋପାଳ ଠାରେ ଏହି  ଖେଲୋ ଇଣ୍ଡିଆରେ ଖୋ ଖୋ ଖେଳ ପାଇଁ ଅଂଶ ଗ୍ରହଣ କରି ସର୍ବ ଭାରତୀୟ ସ୍ତରରେ ଓଡିଶା ଖୋଖ ଟିମ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ଅକ୍ତିଆର କରି ଓଡିଶା ପାଇଁ ଗୌରବ ଆଣିଛନ୍ତି ।

ତେବେ ଓଡିଶା ଖୋଖୋ ଦଳରେ ସାମିଲ ହୋଇଥିବା ଢେଙ୍କାନାଳ ଜିଲ୍ଲାର  ୩ଜଣ ଖୋଖୋ ଖେଳାଳି ନିଜର ଦକ୍ଷତା ଦେଖାଇ ବେଶ କୃତିତ୍ୱ ହାସଲ କରିଛନ୍ତି । ଢେଙ୍କାନାଳ ଜିଲ୍ଲାରେ ସତ୍ୟ ରଞ୍ଜନ ସ୍ପୋର୍ସ ଏକାଡେମୀର ଖୋଖୋ କୋଚ୍ ରଂଜନ ସାହୁଙ୍କ ତତ୍ୱବାଧାନରେ ପ୍ରଶିକ୍ଷଣ ନେଉଥିବା କାଣ୍ଡବିନ୍ଧା ଗ୍ରାମର ଆଶୁତୋଷ ସାହୁ, ମୁନା ବେହେରା ଓ ସୌମ୍ୟ ରଞ୍ଜନ ବାରିକ ନାମକ ଏହି ତିନି ଖୋଖୋ  ଖେଳାଳିଙ୍କ ଦମଦାର ଖେଳ  ଓଡିଶାକୁ ଏହି ସଫଳତା ଆଣିବା ଦିଗରେ ପ୍ରମୁଖ ଭୂମିକା ନେଇଥିଲେ ବୋଲି ଜଣାପଡିଛି।

ଢେଙ୍କାନାଲ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏହି ତିନି ଖେଳାଳିଙ୍କୁ ଜିଲା କର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ସରୋଜ ସେଠି, ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ନଳିନୀ କାନ୍ତ ଦାସ ଓ ଜିଲ୍ଲା କ୍ରୀଡା ଆଧିକାରୀ ପ୍ରଦୀପ ମହାନ୍ତି  ପ୍ରମୁଖ ଏହି ତିନି ଖେଳାଳି , କୋଚ୍ ରଞ୍ଜନ ସାହୁ ଓ ସତ୍ୟ ରଞ୍ଜନ ସ୍ପୋର୍ସ ଏକାଡେମୀର ସଭାପତି ସତ୍ୟରଞ୍ଜନ ପାତ୍ରଙ୍କ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେଇଥିଲେ ।

   Related Posts