ଢେଙ୍କାନାଳ ସେଲ୍‌ଟର ହୋମ୍ ଯୌନ ନିର୍ଯାତନା ମାମଲା ; ସଂସ୍ଥା ଅଧ୍ୟକ୍ଷ ଫୈଜ ରେହମାନଙ୍କ ସହ ୩ ଗିରଫ

Published By : Prameya-News7 Bureau | December 03, 2018 IST

ଢେଙ୍କାନାଳ ୦୩|୧୨: ଗୁଡ ନ୍ୟୁଜ୍ ଇଣ୍ଡିଆର ସେଣ୍ଟରରେ ନାବାଳିକାଙ୍କୁ ଯୌନ ନିର୍ଯାତନା  ଅଭିଯୋଗ ମାମଲାରେ ଗିରଫ ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ସଂସ୍ଥାର ଅଧ୍ୟକ୍ଷ ଫୈଜ ରେହମାନ ଓ ଅନ୍ୟ ଦୁଇ କର୍ମଚାରୀ । ଢେଙ୍କାନାଳ ସଦର ଥାନାରେ ୩ଟି ମାମଲା ରୁଜୁ ହୋଇଛି । ବେଲଟିକିରିରେ ଥିବା ଗୁଡ୍ ନ୍ୟୁଜ୍ ଇଣ୍ଡିଆ ସେଲଟର ହୋମ୍ କୁ ସିଲ କରାଯାଇଛି । ଏହି ମାମଲାରେ ପୁଲିସ ୩ ଜଣ ନାବାଳିକାଙ୍କର ବୟାନ ସ୍ବତନ୍ତ୍ର ପୋକସୋ ଆଇନର ୧୬୪ଧାରାରେ ରେକର୍ଡ କରିଛି । ଗୁଡନ୍ୟୁଜ ଇଣ୍ଡିଆକୁ ନେଇ ହଇଚଇ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ କହିଛନ୍ତି ଏହି ସେଣ୍ଟରକୁ ପୂର୍ବରୁ ବହୁ ବିଦେଶୀ ଆସୁଥିଲେ। ଯାହାକୁ ନେଇ ଏହାର ବିଦେଶୀ ଲିଙ୍କ ଥିବା ସନ୍ଦେହ କରାଯାଉଛି । ଗୁଡ ନ୍ୟୁଜ୍ ଇଣ୍ଡିଆ ସେଣ୍ଟର ରାଜ୍ୟରେ ୨୨ଟି ଶାଖା ରହିଛି । ବିଭିନ୍ନ ଜିଲ୍ଲାରେ ଥିବା ସଂସ୍ଥାର  ଶାଖାଗୁଡ଼ିକରେ ବି ଚଢ଼ାଉ ହୋଇଛି । ଗଜପତି ଜି ଉଦୟଗିରି ବାଲୁପାଙ୍ଗା ଠାରେ ଥିବା ଗୁଡ୍  ନ୍ୟୁଜ ଇଣ୍ଡିଆର ସେଲଟର ହୋମ୍   ଉପରେ ଶିଶୁ ସୁରକ୍ଷା ଅଧିକାରୀ ଓ ଜି ଉଦୟଗିରି ପୋଲିସ ମିଳିତ ଚଢ଼ାଉ କରିଥିଲେ । ଏଠାରୁ ୧୧୩ ଜଣ ଝିଅ ଓ ୨୯ ଜଣ ପୁଅଙ୍କୁ ଉଦ୍ଧାର କରାଯାଇଛି। ସେହିପରି ଗଂଜାମ ଜିଲା ଛତ୍ରପୁର ବ୍ଲକ ସାଏବ ଜେନାପଲ୍ଲୀ ଗାଁରେ ଥିବା ଗୁଡ୍ ନ୍ୟୁଜ୍  ଇଣ୍ଡିଆ ଡ୍ରିମ୍ ସେଣ୍ଟରରେ ହଷ୍ଟେଲ ସମେତ ୪ ଟି ବେଆଇନ ଶିଶୁ ଯତ୍ନ କେନ୍ଦ୍ର  ଉପରେ ସିଡବ୍ଲ୍ୟୁସି,  ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ , ଚାଇଲ୍ଡ ଲାଇନ୍ ଏବଂ ଛତ୍ରପୁର ଥାନା ପୋଲିସ ଚଢାଉ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.