ଘନିଷ୍ଠ ସହଯୋଗୀ ପାଲଟିଲା ହତ୍ୟାକାରୀ, ଖଣି ବ୍ୟବସାୟକୁ ନେଇ ଗୁଳିକରି ବନ୍ଧୁକୁ କରିଥିଲା ହତ୍ୟା, ୪ ଗିରଫ

Published By : Prameya-News7 Bureau | September 26, 2021 IST

ଢେଙ୍କାନାଳ, ୨୬।୦୯: ଢେଙ୍କାନାଳ ଜିଲ୍ଲା ବାରୁଆଁ(କ) ପଂଚାୟତର ସମିତି ସଭ୍ୟ ଦୀପକ ମାହୁନ୍ତଙ୍କ ହତ୍ୟା ଘଟଣାରେ ୪ଜଣଙ୍କୁ ହତ୍ୟାକାରୀ ଭାବେ ପୁଲିସ ଗିରଫ କରିଛି । ଗିରଫମାନେ ହେଲେ ମୃତ ସମିତି ସଭ୍ୟ ଦୀପକ ମାହୁନ୍ତଙ୍କ ଘନିଷ୍ଠ ସହଯୋଗୀ ତୁମୁସିଂହା ଥାନା ଜକା ଗ୍ରାମର ନିର ସାହୁ ଓ କନ୍ତିଓକାଟେଣି ଗ୍ରାମର ପ୍ରକାଶ ସାହୁ, କଟକ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଦମ୍ପତିପୁର ଗ୍ରାମର ଡିସୁ ଚାତର ଓ ଗାର୍ଗୀ ବରଦାର । ପୋଲିସ ଏହି ହତ୍ୟାରେ ବ୍ୟବହୃତ ହୋଇଥିବା ଦର୍ଶାଇ ଦୁଇଟି ଦେଶୀ ବନ୍ଧୁକ ଓ ଗୋଟିଏ ମରୁତି ଡିଜାୟାର କାର ଜବତ କରିଛି ।

ପଥର ଖଣି ବ୍ୟବସାୟ କାରଣରୁ ମୃତ ସମିତି ସଭ୍ୟ ଦୀପକ ମହୁନ୍ତଙ୍କର ଘନିଷ୍ଠ ସହଯୋଗୀ ନିର ସାହୁ ଅନ୍ୟ ତିନି ଜଣ ମିଶି ହତ୍ୟାକାଣ୍ଡର ଯୋଜନା କରିଥିଲେ । ତେବେ ଶୁକ୍ରବାର ରାତିରେ ସମତି ସଭ୍ୟ ଦୀପକ ମାହୁନ୍ତ ଭୁବନେଶ୍ୱରରୁ ଫେରି ତାଙ୍କ ସହ କଥାବାର୍ତ୍ତା କରି ଘରକୁ ଫେରିବାବେଳେ ଜାମୁଝରା ଛକରେ ଦୀପକଙ୍କୁ ଗୁଳିକରି ହତ୍ୟା କରିଥିଲେ । ଏପରିକି ହତ୍ୟାକାଣ୍ଡକୁ ଭିନ୍ନ ମୋଡ଼ ଦେବାପାଇଁ ତା ପରଦିନ ଅର୍ଥାତ ଶନିବାର ଦୀପକଙ୍କ ମୃତଦେହ ପାଖରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଥଲେ ଅଭିଯୁକ୍ତ ।

ମାତ୍ର ପୋଲିସ ଜାଣିପାରି ଶନିବାର ଦିନ ଏମାନଙ୍କୁ କାବୁକରିଥିଲା । ମୃତ ଦୀପକଙ୍କ ପୁଅର ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଜାରି ରଖିଥିଲା ବୋଲି ଢେଙ୍କାନଲ ଏସପି ଆଜି ଏକ ପ୍ରେସମିଟରେ ଏହି ହତ୍ୟାକଣ୍ଡ ସମ୍ପର୍କରେ ସୂଚନା ଦେଇଛନ୍ତି । ସେପଟେ ଅଭିଯୁକ୍ତ ମାନଙ୍କୁ କଠୋର ଶାସ୍ତି ଦେବା ପାଇଁ ଦାବି କରିଛନ୍ତି ମୃତ ସମିତିସଭ୍ୟଙ୍କ ପତ୍ନୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.