ମେଲାଣି ନେବେ ମା' ଗଜଲକ୍ଷ୍ମୀ, ଢେଙ୍କାନାଳରେ ସ୍ୱତନ୍ତ୍ର ବ୍ୟବସ୍ଥା

Published By : Prameya-News7 Bureau | October 19, 2022 IST

ଢେଙ୍କାନାଳ ୧୯।୧୦ : ବୁଧବାର ଢେଙ୍କାନାଳରେ ମେଲାଣି ନେବେ ମା' ଗଜଲକ୍ଷ୍ମୀ। ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ତେବେ ଶେଷ ଦିନରେ ମାଙ୍କର ଦର୍ଶନ ପାଇବା ପାଇଁ ଲକ୍ଷାଧିକ ଲୋକଙ୍କର ସମାଗମ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକେ ବିଭିନ୍ନ ମଣ୍ଡପକୁ ଯାଇ ମାଙ୍କ ଦର୍ଶନ କରିବା ସହିତ ରଙ୍ଗବେରଙ୍ଗ ସାଜସଜ୍ଜାର ମଜା ନେଇଥିଲେ। ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇଥିବା ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଏଥର ଖୁବ  ଜାକଜମକରେ ପାଳିତ ହୋଇଛି। ଯେହେତୁ ଗଲା ଦୁଇବର୍ଷ ଧରି କୋଭିଡ କଟକଣା ଲାଗି ରହିଥିଲା ଏଥର ପୂର୍ଣ୍ଣ ସାଜସଜାରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.